ଗାଁରେ ମଦ କୋଠି ବନ୍ଦ ପାଇଁ ଅଣ୍ଟା ଭିଡ଼ିଲେ ଟେମରା ଗ୍ରାମ ର ମହିଳା ଗୋଷ୍ଠୀ ।

Sep 09, 2025 - 22:59
0 20
ଗାଁରେ ମଦ କୋଠି ବନ୍ଦ ପାଇଁ ଅଣ୍ଟା ଭିଡ଼ିଲେ ଟେମରା ଗ୍ରାମ ର ମହିଳା  ଗୋଷ୍ଠୀ ।

କୋକସରା  ତା. ୯/୯( ଷ୍ଟାର ନିୟୁଜ ଓଡିଶା)ଗାଁ ମଝି ରେ ଖୁଲାମଖୁଲା ଦେଶୀ ବିଦେଶୀ ମଦ କୋଠି ଖୋଲି ଗ୍ରାମର କିଛି ମୁଷ୍ଟିମେୟ ବ୍ୟକ୍ତି ମାନେ ବେଆଇନ ଭାବେ ମଦ କୋଠି ଖୋଲିଛନ୍ତି,ଗ୍ରାମବାସୀ  ମାନେ ଅଭିଯୋଗ କଲେ ଓଲଟା ମଦ କୋଠି ମାଲିକ ମାନେ ଗାଳିଗୁଲଜ ଧମକ ଚମକ ଦେଉଥିବା ଅଭିଯୋଗ କରିଛନ୍ତି।  ଗ୍ରାମ ର ଛାତ୍ର, ଯୁବକ ଓ ଶ୍ରମିକ ଶ୍ରେଣୀର ଦିନ ମଜୁରିଆ ମାନେ ରୋଜଗାର ଟଙ୍କା କୁ ମଦରେ ଉଢାଉଛନ୍ତି।କୋକସରା ଥାନା ଟେମରା ଗ୍ରାମ ର ଶତାଧିକ ମହିଳା ଗୋଷ୍ଠୀ ର ମହିଳା ମାନେ କୋକସରା ଲିଖିତ ଦାବିପତ୍ର ଥାନା ଅଧିକାରୀ ଙ୍କୁ ପ୍ରଦାନ କରିବା ସହ ଗାଁ ରେ ଥିବା ବେଆଇନ ମଦ କୋଠି କୁ ବନ୍ଦ କରିବାକୁ ଦାବି କରିଛନ୍ତି। ଯଦି ପୋଲିସ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ ନକଲେ ଆଗାମୀ ଦିନରେ ଗାଁ ରେ ଥିବା ମଦ କୋଠି କୁ ଉଚ୍ଛେଦ କରିବାକୁ ମହିଳା ଗୋଷ୍ଠୀ ବାଧ୍ୟ ହେବେ ବୋଳି ଟେମରା ଗ୍ରାମର ଶତାଧିକ ମହିଳା ମାନେ ଚେତାବନୀ ଦେଇଛନ୍ତି। 

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ନୁ

ଚରଣ ସ୍ଵାଇଁ ଙ୍କ ରିପୋର୍ଟ ଷ୍ଟାର ନିୟୁଜ ଓଡିଶା

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User