ନକ୍ସଲ ମୁକ୍ତ ହେବ ଓଡ଼ିଶା ଦୁର୍ଗମ ତାଯୁଙ୍ଗିଆ ଗ୍ରାମ ପଞ୍ଚାୟତ ରେ ୧୦୮ ବାଟାଲିୟନ ବିଏ ସ୍ ଏଫ୍ କ୍ୟାମ୍ପ ସ୍ଥାପନ ।

Oct 10, 2025 - 23:59
0 23
ନକ୍ସଲ ମୁକ୍ତ ହେବ ଓଡ଼ିଶା  ଦୁର୍ଗମ ତାଯୁଙ୍ଗିଆ ଗ୍ରାମ ପଞ୍ଚାୟତ ରେ ୧୦୮ ବାଟାଲିୟନ ବିଏ ସ୍ ଏଫ୍ କ୍ୟାମ୍ପ ସ୍ଥାପନ ।

ଦାରିଙ୍ଗବାଡି ,୧୦l୧୦ (ଷ୍ଟାର ନିୟୁଜ): ଓଡ଼ିଶା ସରକାର ଙ୍କ ନିଷ୍ପତ୍ତି କ୍ରମେ ୨୦୨୬ ମସିହା ଏପ୍ରିଲ୍ ମାସ ସୁଦ୍ଧା ଓଡ଼ିଶା କୁ ନକ୍ସଲ ମୁକ୍ତ କରିବା ଲକ୍ଷ୍ୟରେ ବିଭିନ୍ନ ଅଞ୍ଚଳ ରେ ବି ଏସ ଏଫ୍ ଯବାନ ମାନଙ୍କୁ ମୁତୟନ କରୁଥିବା ବେଳେ ନକ୍ସଲ ମାନଙ୍କ ଗତିଧିକୁ ଲକ୍ଷ୍ୟ କରି କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ର ଦୁର୍ଗମ ତାଯୁଙ୍ଗିଆ ପଞ୍ଚାୟତ ର କଲିଙ୍ଗି ଠାରେ ଶୁକ୍ରବାର ଦିନ ୧୮୦ ତମ ବାହିନୀ ବି ଏସ ଏଫ୍ ଦ୍ଵାରା ନୂତନ କ୍ୟାମ୍ପ ସ୍ଥାପନ କରଯାଇଛି। ଏହି ଅବସରରେ କନ୍ଧମାଳ ଏସପି ହରିଶ୍ ବିଶି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳ କରି କ୍ୟାମ୍ପ ର ଶୁଭ ଉଦ୍ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ କନ୍ଧମାଳ ଏସପି ଙ୍କ ସହ ୧୦୮ ବାଟାଲିୟନ ର ସେକେଣ୍ଡ କମାଣ୍ଡେଣ୍ଟ ସତ୍ୟେନ୍ଦ୍ର କୁମାର ପାଠକ ଉପସ୍ଥିତ ଥିଲେ।କନ୍ଧମାଳ ଏସପି ହରିଶ୍ ବିଶି ଙ୍କ ତତ୍ତ୍ଵାବଧାନରେ ପୋଲିସ ପକ୍ଷରୁ ଜନ ସମ୍ପର୍କ ଶିବିର ର ଆୟୋଜନ କରାଯାଇ ମାଗଣା ସ୍ବାସ୍ଥ୍ୟ ଶିବିର ପରିଚାଳନା କରାଯାଇ ଥିଲା ବାଟାଲିୟନ ର ସିନିଅର ଡାକ୍ତର ମହମ୍ମଦ ଧନିଶ ଓ ଦାରିଙ୍ଗବାଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରୁ ଡଃ. ଅଭିଷେକ ତ୍ରିପାଠୀ ଙ୍କ ନେତୃତ୍ୱ ରେ ଏକ ଡ଼ାକ୍ତରୀ ଦଳ ଉପସ୍ଥିତ ରହି ଲୋକଙ୍କ ଚିକିତ୍ସା କରିକରିବା ସହ ମାଗଣା ଔଷଧ ବଣ୍ଟନ କରାଯାଇ ଥିଲା । ଏହାପରେ ବୃଦ୍ଧ ବୃଦ୍ଧା ମାନଙ୍କୁ ୧୦୮ ବାଟାଲିୟନ ପକ୍ଷରୁ କମ୍ବଳ, ବିଧବା ମହିଳା ମାନଙ୍କୁ ଲୁଗା ଓ ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କୁ କିଛି ପାଠ୍ୟ ଉପକରଣ ପ୍ରଦାନ କରାଯାଇଥିଲା।କନ୍ଧମାଳ ଏସପି ଓ ୧୦୮ ବାଟାଲିୟନ ର କମାଣ୍ଡେଣ୍ଟ ଙ୍କୁ ଗ୍ରାମର ଶରତ ଚନ୍ଦ୍ର ଦିଗାଲ ଙ୍କ ନେତୃତ୍ୱ ରେ ଗ୍ରାମବାସୀ ମାନେ ସ୍ୱାଗତ ଗୀତ ଓ ପୁଷ୍ପ ଗୁଚ୍ଛ ଦେଇ ବାଜା ବଜାଇ ସ୍ୱାଗତ କରିଥିଲେ।କାର୍ଯ୍ୟକ୍ରମ ପରିଚାଳନା ରେ ବ୍ରାହ୍ମଣୀଗାଁ ଥାନା ଆଇ ଆଇ ସି ବିଜୟ କୁମାର ହାଇବୁରୁ ଉପ ଆରକ୍ଷୀ ଅଧିକାରୀ ଅମରେନ୍ଦ୍ର ସୁବୁଦ୍ଧି ଙ୍କ ସମେତ ପୋଲିସ ବାହିନୀ ଗୃହରକ୍ଷୀ ଓ ସୁରକ୍ଷା କର୍ମୀ ସହଯୋଗ କରିଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User