ନିଆଁ ଲାଗି ଘର ନଷ୍ଟ, କାରଣ ଅସ୍ପଷ୍ଟ ।
ଝରିଗାଁ,୧୦l୧୧(ଷ୍ଟାର ନିୟୁଜ ଓଡିଶା ): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଫୁପୁଗାଁ ପଞ୍ଚାୟତ ଅନ୍ତର୍ଗତ ଲମ୍ବିକନାଡି ଗ୍ରାମରେ ନିଆଁ ଲାଗି ଘର ନଷ୍ଟ ହୋଇ ଥିବା ଜଣାପଡିଛି।ତେବେ କିଭଳି ଏବଂ କେଉଁ ପରିସ୍ଥିତିରେ ନିଆଁ ଲାଗିଲା ତାହା ସ୍ପଷ୍ଟ ଜଣାପଡିନାହିଁ। ସୂଚନା ପ୍ରକାରେ, ଲମ୍ବିକନାଡି ଗ୍ରାମର ଜଗ ଭତ୍ରା କିଛି ବର୍ଷ ତଳେ ନୂତନ ଭାବେ ଚାଲିଆ ଘର କରି ପରିବାର ସହ ରହୁଥିଲେ।ଆଜି ସକାଳୁ ଜଗ ଏବଂ ତାଙ୍କ ପତ୍ନୀ ପାର କୁଲି କାମ କରିବା ପାଇଁ ବାହାରକୁ ଯାଇଥିଲେ।ସେହିଭଳି ପୁଅ ଏବଂ ଝିଅ ମଧ୍ୟ ସ୍କୁଲ ଯାଇଥିଲେ।ଘରେ ଜଗଙ୍କ ମା ରୂପାଇ ଜଣେ ଥିଲେ।ଆଜି ଦିନ ୧୨ ଘଣ୍ଟା ସମୟରେ ରୂପାଇ ଘର ଠାରୁ ଶହେ ମିଟର ଦୂରରେ ଥିବା ନଳକୂପରୁ ପାଣି ଆଣିବା ପାଇଁ ଯାଇଥିବା ବେଳେ ଘରେ ହଠାତ ନିଆଁ ଲାଗିଯାଇଥିଲା।ଗ୍ରାମର କିଛି ଲୋକ ନିଆଁ ଲାଗିଥିବା ଦେଖି ରୂପାଇଙ୍କୁ ଖବର ଦେଇଥିଲେ।ପରେ ଗ୍ରାମବାସୀ ନିଆଁ ଲିଭାଇବା ପାଇଁ ଚେଷ୍ଟା କରିବା ସହ ଝରିଗାଁ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।ଅଗ୍ନିଶମ ବିଭାଗ କର୍ମଚାରୀ ମୂଖ୍ୟ ଅଗ୍ନିଯୋଦ୍ଧା ଭୋଳାନାଥ ମାଝୀ,ଅଗ୍ନିଯୋଦ୍ଧା ସୁରଥ ଜାନୀ,କାହ୍ନା କିଶୋର ପ୍ରଧାନ, ହାବିଲଦାର ପ୍ରକାଶ ପାଣ୍ଡେ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହାୟତାରେ ନିଆଁକୁ ଆୟତ୍ତ କରିଥିଲେ।ରୁପାଇଙ୍କ କହିବା ପ୍ରକାରେ ନିଆଁ କିଭଳି ନିଆଁ ଲାଗିଲା ଜାଣିନଥିବା ବେଳେ ଘରେ ଥିବା ଗୋଟିଏ ପକେଟ ଚାଉଳ,ପାଞ୍ଚ ପକେଟ ଧାନ,୩ ହାଜର ଟଙ୍କା ସହ ଆବାସ ପତ୍ର ଓ ଲୁଗାପଟା, ଚାଦର ଭଳି ବିଭିନ୍ନ ଜିନିଷ ନିଆଁରେ ପୋଡି ନଷ୍ଟ ହୋଇଥିବା ଅଭିଯୋଗ କରିଛନ୍ତି।ପ୍ରଶାସନ ପକ୍ଷରୁ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବାକୁ ପରିବାର ଲୋକେ ଗୁହାରି କରିଛନ୍ତି।
ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)