ପଂଚାୟତ ପିଅନ ସଙ୍ଘର ସାଧାରଣ ବୈଠକ ।
ଫୁଲବାଣୀ,୩l୧୧ (ଷ୍ଟାର ନିୟୁଜ):କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ଗଞ୍ଜୁଗୁଡା ପଂଚାୟତ କାର୍ଯ୍ୟକ୍ରମର ବୈଠକ ଗୃହ ଠାରେ ପଂଚାୟତ ପିଅନ ସଙ୍ଘର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଉକ୍ତ ବୈଠକରେ ଫୁଲବାଣୀ ବ୍ଲକ ଅଧୀନରେ ଥିବା ଏଗାର ଗୋଟି ଗ୍ରାମ ପଂଚାୟତର ପଂଚାୟତ ପିଅନ ସବୁ ଉପସ୍ଥିତ ରହି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବା ସହିତ ପଂଚାୟତ ପିଅନ ମାନଙ୍କ ସ୍ଥାୟୀ ନିଯୁକ୍ତି, ନିୟମିତ ଦରମା, ସମାନ କାମକୁ ସମାନ ଦରମା, ଭଳି ଅନେକ ଦାବୀ ଉପରେ ଆଲୋଚନା କରିବା ସହିତ ଆଗାମୀ ଦିନରେ ଏହି ଦାବୀ ଗୁଡିକ ରାଜ୍ୟ ସରକାରଙ୍କ ଆଗରେ ଉପସ୍ଥାପନା କରିବା ନେଇ ନିଷ୍ପତି ନିଆଯାଇଥିଲା । କାର୍ଯ୍ୟକ୍ରମରେ ଗୁଞ୍ଜୁଗୁଡା ପଂଚାୟତ ପିଅନ ତଥା ପିଅନ ସଙ୍ଘର ଜିଲ୍ଲା ସଭାପତି ଭାଗବତ ସାହୁ ସଭା ପରିଚାଳନା କରିବା ସହିତ କାର୍ଯ୍ୟକ୍ରମର ଶେଷରେ ଜିଲ୍ଲା ସମ୍ପାଦକ ଅଜିତ୍ କହଁର ସମସ୍ତଙ୍କୁ ଧନ୍ୟବାଦ ଜଣେଇ ସଭା ସାଙ୍ଗ କରିଥିଲେ । ଉପସ୍ଥିତ ସଦସ୍ୟ ମାନଙ୍କ ମଧ୍ୟରେ ବସନ୍ତ ଗଣ୍ଡା, ବଂଶୀ ଦିଗାଲ, କାଶୀନାଥ ପ୍ରଧାନ, ନୀଳାମ୍ବର ବଗର୍ତି ପ୍ରମୁଖ ଉପସ୍ଥିତ ରହିଥିଲେ।
What's Your Reaction?