ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା ସମିତି ଓ ଅନ୍ୟାନ୍ୟ ହିତାଧିକାରୀ ମାନଙ୍କ ଦକ୍ଷତା ବୃଦ୍ଧି ତାଲିମ ।

କଳାହାଣ୍ଡି ,୧୦l୫(ଷ୍ଟାରନିଉଜ ଓଡିଶା) :ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ମାନଝରି ଗ୍ରାମ ପଞ୍ଚାୟତ ସଭା ଗୃହ ଠାରେ ଆର୍ ସି ଡ଼ି ସି ଭୁବନେଶ୍ୱର ତରଫରୁ, ବିମ୍ ଜେଡ ଜର୍ମାନ ଓ ଚାଇଲ୍ଟ ଫଣ୍ଡ ଙ୍କ ମିଳିତ ସହାୟତାରେ ଏକ ଦିନିଆ ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା ସମିତି ଓ ଅନ୍ୟାନ୍ୟ ହିତାଧିକାରୀ ମାନଙ୍କ ଦକ୍ଷତା ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ରଥୁରାମ ବାଗ, ପ୍ରକଳ୍ପ ସଂଯୋଜକ ଆର୍ ସି ଡ଼ି ସି ସ୍ବାଗତ ଜଣାଇ ତାଲିମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ତାଲିମ କାର୍ଯ୍ୟକ୍ରମରେ ଶ୍ରୀ ଜଗଜିବନ ଅଘରିଆ ସରପଞ୍ଚ ମାନଝରି,ତଥା ଗ୍ରାମ ପଞ୍ଚାୟତ ସ୍ତରୀୟ ଓ ଗ୍ରାମ୍ୟ ସ୍ତରୀୟ ଶିଶୁ ସୁରକ୍ଷା ସମିତିର ସଭ୍ୟ ସଭ୍ୟା ପ୍ରମୁଖ ଉପସ୍ଥିତ ଥିଲେ। ତାଲିମଦାତ୍ରୀ ଭାବରେ ସୁଶ୍ରୀ ସ୍ଵର୍ଣ୍ଣଲତା ମହାନ୍ତି ଉପସ୍ଥିତ ରହି ଶିଶୁ ଅଧିକାର, ଶିଶୁ ନିର୍ଯ୍ୟାତନା ରୋକିବା, ବାଲ୍ୟ ବିବାହ ନ କରିବା, ଶିଶୁ ଶ୍ରମିକ ରୋକିବା, ଶିଶୁ ଅନୁକୂଳ ପଞ୍ଚ୍ୟାୟତ ଗଠନ କରିବା,ପଞ୍ଚ୍ୟାୟତ ସ୍ତରୀୟ ଶିଶୁ ସମିତିର ଭୂମିକା, ଦାୟିତ୍ଵ ଓ କାର୍ଯ୍ୟ ଉପରେ ବିଶଦ ଭାବରେ ତାଲିମ ପ୍ରଦାନ କରିଥିଲେ।ତାଲିମ କାର୍ଯ୍ୟକ୍ରମକୁ ଗୋଷ୍ଠୀ ପ୍ରବର୍ତ୍ତକ ସଞ୍ଜୟ କୁମାର ଅଘରିଆ ଓ ସଞ୍ଜୀବ କୁମାର ନାଏକ ସହଯୋଗ କରିଥିଲେ।
What's Your Reaction?






