ପହଲଗାମ ରେ ନିରୀହ ୨୬ ପର୍ଯ୍ୟଟକକୁ ଆତଙ୍କବାଦୀଙ୍କ ହତ୍ୟା ପ୍ରତିବାଦରେ ଝରିଗାଁ ବଣିକ ସଙ୍ଘ ପକ୍ଷରୁ ଶାନ୍ତି ପୂର୍ଣ୍ଣ କେଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ।
ଝରିଗାଁ,୨l୪( ଷ୍ଟାର ନିୟୁଜ ଓଡିଶା): ଜମ୍ମୁ କାଶ୍ମୀରର ପହଲଗାମରେ ନିରୀହ ୨୬ ଭାରତୀୟ ପର୍ଯ୍ୟଟକଙ୍କୁ ଆତଙ୍କବାଦୀ ମାନେ ଧର୍ମ ପଚାରି ଗୁଳି କରି ହତ୍ୟା ପ୍ରତିବାଦରେ ଗତକାଲି ଝରିଗାଁ ବଣିକ ସଙ୍ଘ ପକ୍ଷରୁ ଶାନ୍ତି ପୂର୍ଣ୍ଣ କେଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା।ପ୍ରଥମେ ଝରିଗାଁ ବଣିକ ସଙ୍ଘ ଉପ ସଭାପତି ରମେଶ ପଟ୍ଟନାୟକଙ୍କ ସଭାପତିତ୍ୱରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ବୈଠକରେ ବ୍ୟବସାୟୀ ମାନଙ୍କ ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ନେଇ ଆଲୋଚନା ହୋଇଥିଲା।ବୈଠକ ପରେ ଝରିଗାଁ ସ୍ଥିତ ହନୁମାନ ଛକ ଠାରୁ ଆଦର୍ଶ ବିଦ୍ୟାଳୟ ପର୍ଯ୍ୟନ୍ତ ପହଲଗମ ମୃତ ପର୍ଯ୍ୟଟକଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ଶାନ୍ତି ପୂର୍ଣ୍ଣ କେଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା।ସେହିପରି ପାକିସ୍ଥାନ ବିରୁଦ୍ଧରେ ସ୍ଲୋଗାନ ଓ ନାରାବାଜି କରାଯାଇଥିଲା।ପରେ ଝରିଗାଁ ମୁଖ୍ୟ ବସଷ୍ଟାଣ୍ଡ ଠାରେ ଦୁଇ ମିନିଟ ନିରବ ପାର୍ଥନା କରିବା ସହ ପାକିସ୍ଥାନ ବିରୁଦ୍ଧ ସ୍ଲୋଗାନ ଦିଆଯାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଝରିଗାଁ ବ୍ଲକ ବଣିକ ସଙ୍ଘ ଉପ ସଭାପତି ରମେଶ ପଟ୍ଟନାୟକ,ଟିଙ୍କୁ ଶର୍ମା, ପପୁନ ମହାନ୍ତି,ସମ୍ପାଦକ ଅଲି ପ୍ରଧାନ,କୋଷାଧ୍ୟକ୍ଷ କୁନା ପାତ୍ର,ଉପଦେଷ୍ଟା ପ୍ରଦୀପ ପଟ୍ଟନାୟକ,ଏସ ସତୀଶ,ଦେଵଜ୍ୟୋତି ପଟ୍ଟନାୟକ,କିଶର ଚନ୍ଦ୍ର ମଣ୍ଡଳ,ବସନ୍ତ ସାହୁ,କାହ୍ନୁ ନଦିଆ,ସମାଜସେବୀ ପ୍ରସନ୍ନ ମାଝୀ,ଗୋକୁଳ ପଟ୍ଟନାୟକ ସହ ଝରିଗାଁ ବ୍ଲକ ବଣିକ ସଙ୍ଘର ସମସ୍ତ କର୍ମକର୍ତ୍ତା, ସଭ୍ୟ,ଗ୍ରାମବାସୀ, ଶିକ୍ଷକ, ଯୁବକ,ବିଭିନ୍ନ ସଙ୍ଘଠନର କର୍ମକର୍ତ୍ତା,ବୁଦ୍ଧିଜୀବି ପ୍ରମୁଖ ଯୋଗଦେଇ ଥିଲେ।
ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)