ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୬ ମୃତ ମଦନପୁର ରାମପୁରରେ ଅଭାବନୀୟ ଅଘଟଣ, ଜଣେ ଗୁରୁତର

May 26, 2026 - 13:50
 0  54
ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୬ ମୃତ ମଦନପୁର ରାମପୁରରେ ଅଭାବନୀୟ ଅଘଟଣ, ଜଣେ ଗୁରୁତର

କଳାହାଣ୍ଡି  ଜିଲ୍ଲାର( ୨୬l୦୫( ଷ୍ଟାର ନିୟୁଜ ଓଡିଶା )ମଦନପୁର ରାମପୁର ଥାନା ଅନ୍ତର୍ଗତ ଗୌଡ଼ କର୍ଲାଖୁଣ୍ଟା ଗାଁରେ ମଙ୍ଗଳବାର ଏକ ହୃଦୟବିଦାରକ ଅଘଟଣ ଘଟିଛି । ନିର୍ମାଣାଧୀନ ପାଇଖାନା ଟାଙ୍କି ଭିତରେ ସେଣ୍ଟ୍ରିଂ କାମ ଚାଲିଥିବା ବେଳେ ବିଷାକ୍ତ ଗ୍ୟାସ ଯୋଗୁଁ ଶ୍ୱାସରୁଦ୍ଧ ହୋଇ ୬ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଏହି ଘଟଣାରେ ଆଉ ଜଣେ ଶ୍ରମିକ ଗୁରୁତର ଅସୁସ୍ଥ ହୋଇଥିବାବେଳେ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ପାଇଖାନା ଟାଙ୍କି ଭିତରେ କାମ କରୁଥିବା ସମୟରେ ହଠାତ୍ ଜଣେ ଶ୍ରମିକ ଅସୁସ୍ଥ ହୋଇ ପଡ଼ିଥିଲେ । ତାଙ୍କୁ ବଞ୍ଚାଇବା ପାଇଁ ପରପରି ଅନ୍ୟ ଶ୍ରମିକମାନେ ଟାଙ୍କି ଭିତରକୁ ପ୍ରବେଶ କରିଥିଲେ । କିନ୍ତୁ ଟାଙ୍କି ଭିତରେ ଥିବା ବିଷାକ୍ତ ଗ୍ୟାସ ଯୋଗୁଁ ସମସ୍ତେ ଶ୍ୱାସରୁଦ୍ଧ ହୋଇ ପଡ଼ିଥିଲେ । ପରେ ସ୍ଥାନୀୟ ଲୋକ ଓ ଅଗ୍ନିଶମ ବାହିନୀ ମିଶି ଉଦ୍ଧାର କାର୍ଯ୍ୟ କରିଥିଲେ ।
ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ପ୍ରଶାସନ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ସୁରକ୍ଷା ବ୍ୟବସ୍ଥାର ଅଭାବ ଯୋଗୁଁ ଏହି ଅଘଟଣ ଘଟିଥିବା ଅଭିଯୋଗ ହେଉଛି ।
ଷ୍ଟାର ନ୍ୟୁଜ ଓଡିଶା ବ୍ୟୁରୋ

What's Your Reaction?

like

dislike

love

funny

angry

sad

wow

SUJAYA EDITOR