ପାଣି ଟୋପାଏ ପାଇଁ ୪ ଘଣ୍ଟା କୁସୁମପୁର ହାତୀଗାଁ ରାସ୍ତା ଅବରୋଧ କଲେ ଗ୍ରାମବାସି।

Jun 11, 2025 - 07:53
0 39

ରାଇଘର,୧୧l ୦୬ (ଷ୍ଟାରନିୟୁଜ ଓଡିଶା ): ୩ ବର୍ଷ ହେଲା କାମରେ ଆସୁନି ବସୁଧା ଯୋଜନା ପାଣି ଟାଙ୍କି ଫଳରେ ପାଣି ଟୋପାଏ ପାଇଁ ଆଦିବାସୀ କୁସୁମପୁର ଏବଂ ହାତୀଗାଁ ଯିବା ରାସ୍ତା ୪ ଘଣ୍ଟା ଅବରୋଧ କଲେ ଗ୍ରାମବାସି ସୂଚନା ଅନୁଯାଇ ନବରଙ୍ଗପୁର ଜିଲ୍ଳାର ରାଇଘର ବ୍ଲକ ଗଞ୍ଜାପାରା ପଂଚାୟତ ର ଆଦିବାସି କୁସୁମପୁର ଗ୍ରାମରେ ୩ ବର୍ଷହେଲା ସରକାର ତରଫରୁ ବସୁଧା ଯୋଜନାରେ ପାଣି ଟାଙ୍କି ତିଆରି କରାଯାଇଛି କିନ୍ତୁ କୌଣସି କାମରେ ଆସୁନି ପାଣି ଟାଙ୍କି,ଠେକାଦାର ଏବଂ ଯନ୍ତ୍ରୀ ଙ୍କ ସାଲିସ ରେ ତିଆରି ହେଇଛି କୁସୁମପୁର ଆଦିବାସୀ ଗ୍ରାମର ବସୁଧା ଯୋଜନା ର ପାଣି ଟାଙ୍କି କୋଟି କୋଟି ଟଙ୍କାଖର୍ଚ୍ଚ ରେ ତିଆରି ହେଇଛି ଏହି ପାଣି ଟାଙ୍କି ଯାହାକି ନିମ୍ନ ମାନର, ଏହି ଟାଙ୍କିର ପାଚେରୀ ବହୁତ ନିମ୍ନମାନର ତିଆରି ହୋଇଛି ଫଳରେ ରାସ୍ତା ଅବରୋଧ କରିଥିଲେ ଗ୍ରାମର ଈଶ୍ୱର ଗଣ୍ଡ, ଶିବଲାଲ ଗଣ୍ଡ, ସୁକଚାନ୍ଦ ଗଣ୍ଡ, ଲଷ୍ମନ ଗଣ୍ଡ, ଜିରୁ ଗଣ୍ଡ, ଜୟରାମ ଗଣ୍ଡ, ସାକାରାମ ଗଣ୍ଡ, ଶ୍ୟାମଲାଲ ଗଣ୍ଡ,ଯୋଗେଶ ଗଣ୍ଡ, ବୈଶାଖୁ ଗଣ୍ଡ, ରୂପଚାନ୍ଦ ଗଣ୍ଡ, କମଲସିଂ ଗଣ୍ଡ, ବିଷ୍ଣୁ ଗଣ୍ଡ, ମୋତିଲାଲ ଗଣ୍ଡ, ବାବୁଲାଲ ଗଣ୍ଡ, ଜପା ଅଣ୍ଟି, କମଳା ସମରଥ, ବାଲମତି ଗଣ୍ଡ, ଲଳିତା ଗଣ୍ଡ, ସୁମିତ୍ରା ଗଣ୍ଡ, ମୋତିବାଇ ଗଣ୍ଡ, ଚନ୍ଦ୍ର ବତୀ ଗଣ୍ଡ, ଯମୁନା ଗଣ୍ଡ, ମେଲୁକା ଗଣ୍ଡ, ବେଲବାଇ ଗଣ୍ଡ ଙ୍କ ସମେତ ଶହେରୁ ଉର୍ଦ୍ଧ ଗ୍ରାମବାସି ଯାହାରଫଳରେ ରାସ୍ତାର ଉଭୟ ପାର୍ଶ୍ଵ ରେ ଗାଡି ଅଟକ ରହିଥିଲା, ସୂଚନା ପାଇଁ ଯନ୍ତ୍ରୀ ପହଞ୍ଚି ସାତଦିନ ଭିତରେ ସମସ୍ୟାର ସମାଧାନ କରି ପାଣି ଛଡାଯିବ ବୋଲି ପ୍ରତିଶୃତି ଦେବାପରେ ରାସ୍ତାରୋକ ଉଠିଥିଲା

ଉମରକୋଟ ରୁ ମାନିନୀ ଚକ୍ରବର୍ତ୍ତୀ ଙ୍କ ରିପୋର୍ଟ।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User