ପୈ।ର ପରିଷଦ ପ୍ରସ୍ତାବ ଉପରେ କୁର୍ଲୁ ପଡା ଗ୍ରାମ ବାସୀଙ୍କ ଘୋର ବିରୋଧ ।

May 19, 2025 - 15:17
0 77

କେସିଙ୍ଗା,(ଷ୍ଟାରନିୟୁଜ ଓଡିଶା) ପ୍ରସ୍ତାବ ଉପରେ କୁର୍ଲୁପଡା ଗ୍ରାମବାସୀଙ୍କଘୋର ବିରୋଧ !

କେସିଙ୍ଗା,୧୯|୫: କଳାହାଣ୍ଡି ଜିଲ୍ଲା କେସିଙ୍ଗା ଏନ୍ଏସି କୁ ପୈ।ର ପରିଷଦ କରିବା ପାଇଁ ଦାବି ହୋଇଆସୁଥିବା ବେଳେ ସରକାରଙ୍କ ପକ୍ଷରୁ ତାହାର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କେସିଙ୍ଗା ଏନ୍ଏସି କୁ ପୈ।ର ପରିଷଦ କରାଗଲେ କନ୍ତେଶିର,ସିରୋଲ ଓ ଲଇତରା ପଞ୍ଚାୟତ ଅଞ୍ଚଳକୁ ସାମିଲ୍ କରାଯିବ । ଏନେଇ ସଂପୃକ୍ତ ପଞ୍ଚାୟତ ଅଞ୍ଚଳରେ ସ୍ବତନ୍ତ୍ର ପଲ୍ଲୀସଭା ଆୟୋଜନ କରାଯାଇ ଲୋକଙ୍କ ଠାରୁ ସହମତି ନିଆଯାଉଛି । ହେଲେ ସରକାରଙ୍କ ପ୍ରସ୍ତାବ କୁ ସ୍ବତନ୍ତ୍ର ପଲ୍ଲିସଭା ବୈଠକରେ ବିରୋଧ କରାଯାଉଥିବା ଦେଖିବାକୁ ମିଳିଛି । ପ୍ରସ୍ତାବିତ କେସିଙ୍ଗା ପୈ।ର ପରିଷଦ ପାଇଁ କନ୍ତେଶିର ପଞ୍ଚାୟତ ଓ୍ବାର୍ଡ ନମ୍ବର ୧୨ ଓ ୧୩ ଅଧିନସ୍ଥ କୁର୍ଲୁପଡା ଏବଂ ନୂଆପଡ଼ା ମୈ।ଜା ଅଞ୍ଚଳକୁ ଏଥିରେ ଅନ୍ତର୍ଭୁକ୍ତ କରିବାପାଇଁ ପ୍ରସ୍ତାବ ରହିଛି । ସରକାରଙ୍କ ଚିଠି ଅନୁଯାୟୀ ଏକ ସ୍ବତନ୍ତ୍ର ପଲ୍ଲିସଭା କରିବା ପାଇଁ କନ୍ତେଶିର ପଞ୍ଚାୟତ କୁ ଚିଠି ହୋଇଥିଲା । ଚିଠି ଅନୁସାରେ ସରକାରୀ ପ୍ରାଥମିକ ବିଦ୍ୟାଳୟ,କୁର୍ଲୁପଡା ପରିସରରେ ପଞ୍ଚାୟତ ପକ୍ଷରୁ ଆଜି ଏକ ସ୍ଵତନ୍ତ୍ର ପଲ୍ଲୀସଭା ଅନୁଷ୍ଠିତ ହୋଇଯାଇଛି । ସରପଞ୍ଚ ମମତା ରାଣୀ ନାଏକଙ୍କ ଉପସ୍ଥିତିରେ କୁର୍ଲୁପଡା ଓ ନୂଆପଡା ମୈ।ଜା ଅଞ୍ଚଳର ଜନସାଧାରଣ ଯୋଗଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମିତି ସଭ୍ୟ ପିଙ୍କି ମାଝୀ,ନାଏବ ସରପଞ୍ଚ ଯୋଗେନ୍ଦ୍ର ସାହୁ, ସ୍ଥାନୀୟ ଓ୍ବାର୍ଡ ସଭ୍ୟ ଭକ୍ତ ଚରଣ ସାହୁ ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଆକାଶ କୁମାର ଭୋଇ ପ୍ରମୁଖ ଉପସ୍ଥିତ ରହିଥିଲେ । ପ୍ରସ୍ତାବିତ ପୈ।ର ପରିଷଦ ରେ କୁର୍ଲୁପଡା ଓ ନୂଆପଡା କୁ ସାମିଲ କରିବା ବିଷୟ ଉପରେ ଆଜି ଅନୁଷ୍ଠିତ ସ୍ବତନ୍ତ୍ର ପଲ୍ଲିସଭା ବୈଠକରେ ଆଲୋଚନା କରାଯାଇଥିଲା। ବୈଠକରେ ଉପସ୍ଥିତ ଜନସାଧାରଣ ତାହାକୁ ବିରୋଧ କରି ପ୍ରସ୍ତାବିତ କେସିଙ୍ଗା ପୈ।ର ପରିଷଦରେ ସାମିଲ୍ ନହେବା ପାଇଁ ସର୍ବସମ୍ମତିକ୍ରମେ ପ୍ରସ୍ତାବ ଆଗତ କରାଯାଇଛି ।‌ ଯଦି ସରକାରଙ୍କ ପକ୍ଷରୁ ଜୋର ଜବରଦସ୍ତ କରାଯାଏ ତେବେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି ।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User