ଫରେଷ୍ଟର ପ୍ରଦୀପ ଦାଶଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ରେଞ୍ଜରଙ୍କ ଜରିଆରେ ଜିଲ୍ଲା ବନ ସୁରକ୍ଷା ଅଧିକାରୀ, ମୁଖ୍ୟମନ୍ତ୍ରୀ, ଜିଲ୍ଲାପାଳ ଓ ଜଙ୍ଗଲ ଜମି ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ ।

ଝରିଗାଁ /ଚନ୍ଦାହାଣ୍ଡି,୨୫l୭ (ଷ୍ଟାର ନିୟୁଜ ଓଡିଶା): ଚନ୍ଦାହାଣ୍ଡି ବ୍ଲକ ମୋହରା ସେକ୍ସନରେ କାର୍ଯ୍ୟରତ ଥିବା ପୂର୍ବତନ ଫରେଷ୍ଟର ପ୍ରଦୀପ କୁମାର ଦାଶଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ କରାଯିବା ପାଇଁ ଆଜି କାଦପାଣି ଗ୍ରାମର ଗ୍ରାମବାସୀ ଝରିଗାଁ ରେଞ୍ଜର ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ, ଜିଲ୍ଲାପାଳ, ଜିଲ୍ଲା ବନ ସୁରକ୍ଷା ଅଧିକାରୀ ଓ ଜଙ୍ଗଲ ଜମି ମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିବା ସୂଚନା ମିଳିଛି |ପ୍ରକାଶ ଥାଉ କି, ଅଭିଯୁକ୍ତ ଫରେଷ୍ଟର ପ୍ରଦୀପ କୁମାର ଦାଶ ମୋହରା ସେକ୍ସନରେ କାର୍ଯ୍ୟରତ ଥିବା ସମୟରେ ସ୍ଥାନୀୟ 13ଜଣ ନିରୀହ ଆଦିବାସୀଙ୍କୁ ଜଙ୍ଗଲ ଜମି ପଟ୍ଟା କରିଦେବା ଛଳରେ 8 ରୁ 10ହଜାର ଲେଖାଏଁ ଟଙ୍କା ମାଗି ନେଇଥିଲେ |ପ୍ରତି ବଦଳରେ କେବଳ ଖଣ୍ଡେ ଲେଖାଏଁ କୋର୍ଟ ଷ୍ଟାମ୍ପ ଓ ରସିଦ ଖଣ୍ଡେ ଲେଖାଏଁ ପ୍ରଦାନ କରିଥିଲେ |ଫରେଷ୍ଟର ଅନ୍ୟତ୍ର ବଦଳି ହେବା ପରେ ହିତାଧିକାରୀ ଜାଣିବାକୁ ପାଇଲେ ଯେ, ସେମାନଙ୍କୁ ଫରେଷ୍ଟର ଚୂନ ଲଗେଇ ଚାଲି ଯାଇଛନ୍ତି |ଗଣ ମାଧ୍ୟମକୁ ଏହି ସୂଚନା ଦେବା ପରେ ଆଜି ଝରିଗାଁ ରେଞ୍ଜରଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟି ଉକ୍ତ ଦାବିପତ୍ର ପ୍ରଦାନ କରିଥିବା ସୂଚନା ମିଳିଛି |ନିରୀହ ଆଦିବାସୀମାନେ ଜଣେ ସରକାରୀ କର୍ମଚାରୀଙ୍କ ଦ୍ୱାରା ଠକାମୀର ଶିକାର ହୋଇଥିବାରୁ ଏବେ ନ୍ୟାୟ ପାଇଁ ପ୍ରଶାସନ ଆଗରେ ଗୁହାରି କରିଛନ୍ତି |ବର୍ତମାନ ଦେଖିବାକୁ ବାକି ରହିଲା ପ୍ରଶାସନ ଠକାମୀ ର ଶିକାର ହୋଇଥିବା ଏହି ନିରୀହ ଆଦିବାସୀ ମାନଙ୍କୁ କେଉଁ ପ୍ରକାର ନ୍ୟାୟ ପ୍ରଦାନ କରୁଛି |ଏହି ଦାବିପତ୍ର ପ୍ରଦାନ ସମୟରେ ଗୋକୁଳ ଦୁରୁଆ, ମନ ଜାନୀ, ବାଟି ଜାଣି, ନୀଳମ ଯାନୀ,ଳମ୍ବୁ ଦୁରୁଆ ପ୍ରମୁଖ ଉପସ୍ଥିତ ରହିଥିଲେ |
ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |
What's Your Reaction?






