ଫିରିଙ୍ଗିଆ କୁଇ ସମାଜ ଶେବା ସମିତି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହେଲା ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ର ଏକ ସ୍ୱତନ୍ତ୍ର ବୈଠକ I
ଫିରିଙ୍ଗିଆ, ୪l୫ (ଷ୍ଟାର ନିୟୁଜ ଓଡ଼ିଶା): ଆଦିବାସୀ ମାନଙ୍କ ପାରମ୍ପରିକ ବେସ ପୋଷାକ ଠାରୁ ଆରମ୍ଭ କରି ଖାଦ୍ୟ ପେୟ, ଅସ୍ତ୍ରଶସ୍ତ୍ର, ପାରମ୍ପରିକ ବାଜାବାଦ୍ୟ, ଭାଷା,ସଂସ୍କୃତି, ପରମ୍ପରା, ଐତିହ୍ୟ ଦିନକୁ ଦିନ ଲୋପ ପାଇବାକୁ ବସିବାରେ ଲାଗିଛି I ଏହାର ସୁରକ୍ଷା ଓ ଏହାକୁ ପୁନର୍ଜୀବିତ କରିବା ପାଇଁ ଅଣ୍ଟା ଭିଡିଛି ରାଷ୍ଟ୍ରୀୟ ଆସିବାସୀ ଏକତା ପରିଷଦ I ଏହି ବିଷୟକୁ କେନ୍ଦ୍ର କରି ରବିବାର କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ମୁଖ୍ୟାଳୟ ଠାରେ ଥିବା କୁଇ ସମାଜ ଶେବା ସମିତି ର କାର୍ଯ୍ୟଳୟ ପରିସରରେ ଏକ ଜରୁରୀ କାଳିନ ବୈଠକ ଅନୁଷ୍ଠିତ ହୋଇଯାଇଛି I ତେବେ ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ଓ କୁଇସମାଜ ର ମିଳିତ ଆନୁକୂଲ୍ୟରେ ବୈଠକ ଟି ଅନୁଷ୍ଠିତ ହୋଇଥିବା ବେଳେ ଏକତା ପରିଷଦ ର ଫିରିଙ୍ଗିଆ ବ୍ଲକ ସଭାପତି ଗିରିଧାରୀ କହଁର ଙ୍କ ଅଦକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଏକତା ପରିଷଦ ର ରାଜ୍ୟ ସଭାପତି ପ୍ରଦୀପ କହଁର ଉପସ୍ଥିତ ଥିବା ବେଳେ ଅନ୍ୟମାନଙ୍କ ମଧ୍ୟ୍ୟରେ ଜିଲ୍ଲା ସଭାପତି ଭୋଦେବ କହଁର,କୁଇ ସମାଜ ର ବରିଷ୍ଠ ଉପଦେଷ୍ଟା ପ୍ରଶାନ୍ତ କହଁର, ଟିକାବାଲି ହଦଗଡ଼ ଉପଶାଖା ର ବରିଷ୍ଠ ସଦସ୍ୟ ବିଜୟ ପ୍ରଧାନ, ଜି. ଉଦୟଗିରି ଯୁବପରିଷଦ ର ଉପସଭାପତି ଉତ୍ସବ କହଁର, ବାଲିଗୁଡା କୁଇକୁଳ ସାଖା ର ଉପଦେଷ୍ଟା ଦୟାନିଧି ମଳିକ, ନୂଆଗାଁ ର ସୁନାସିଂ ପ୍ରଧାନ, ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ କର୍ମଚାରୀ ସଙ୍ଘ ଜିଲ୍ଲା ସଭାପତି ବିନୋଦ ପ୍ରଧାନ, କୁଇ ନେତା ଇନ୍ଦ୍ରମଣି ମଳିକ ଙ୍କ ସହ ସମାଜ ର ବହୁ ଗଣ୍ୟ ମାନ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ I ତେବେ ବୈଠକରେ ଆଦିବାସୀ ମାନଙ୍କ ପରମ୍ପରା ଐତିହ୍ୟ, ଭାଷା, ସଂସ୍କୃତି,ପରମ୍ପରା କୁ କିଭଳି ଭାବରେ ରକ୍ଷା କରାଯିବା ସହ ତୃଣମୂଳ ସ୍ତରରୁ ଏହାର କିଭଳି ସୁରକ୍ଷା କରାଯାଇପାରିବ ସେନେଇ ଆଲୋଚନା ହେବା ସହ ସରକାରୀ ସ୍ତରରେ ମଧ୍ୟ ଏହାକୁ କିଭଳି ସ୍ୱୀକୃତି ମିଳି ପାରିବ ସେନେଇ ଆଲୋଚନା ହୋଇଥିଲା I ଆଗାମୀ ଦିନରେ ଏହାର ସୁରକ୍ଷା ପାଇଁ ସମସ୍ତେ ମିଳିମିଶି ସଂଗ୍ରାମ କରିବା ପାଇଁ ବୈଠକ ମାଧ୍ୟମରେ ଆହ୍ୱାନ କରାଯାଇଥିଲା I
ସୁବ୍ରତ କୁମାର ମହାନ୍ତି (ଫିରିଙ୍ଗିଆ )
What's Your Reaction?
Like
1
Dislike
0
Love
0
Funny
0
Wow
0
Sad
0
Angry
0
Comments (0)