ଫିରିଙ୍ଗିଆ ବ୍ଲକ ରେ ସରୁନି ଦାଦନ ଦୁଃଖ, ଚେନ୍ନାଇ ଦାଦନ ଖଟିବାକୁ ଜାଇ ପୋଡାପଡ଼ା ର ୨୪ ବର୍ଷୀୟା ଯୁବକ ମୃତ l

Jun 24, 2025 - 10:35
 0  101
ଫିରିଙ୍ଗିଆ ବ୍ଲକ ରେ ସରୁନି ଦାଦନ ଦୁଃଖ, ଚେନ୍ନାଇ ଦାଦନ ଖଟିବାକୁ ଜାଇ ପୋଡାପଡ଼ା ର ୨୪ ବର୍ଷୀୟା ଯୁବକ ମୃତ l

ଫିରିଙ୍ଗିଆ,୨୩l୬(ସ.ପ୍ର): କନ୍ଧମାଳ ଜିଲାରେ ସରୁନି ଦାଦନ ଦୁଃଖ କାମଧନ୍ଦା ଅଭାବରୁ ବାହାର ରାଜ୍ୟକୁ କାମ କରିବାକୁ ଜାଇ କେବଳ ଫିରିଙ୍ଗିଆ ବ୍ଲକ ର ବିଭିନ୍ନ ଗାଁରୁ ୬ ରୁ ଅଧିକ ଦାଦନ ଶ୍ରମିକ ମୃତୁ ବରଣ କରିଥିବା ବେଳେ ଫିରିଙ୍ଗିଆ ବ୍ଲକ ପୋଡା ପଡ଼ା ଗାଁରେ ପୂର୍ବରୁ ୨ ଜଣ ଚେନାଇ ଜାଇ ମୃତ୍ୟୁ ହୋଇଥିବା ବେଳେ ପୁଣି ସେହି ପୋଡା ପଡ଼ା ଗାଁରୁ ଦୀର୍ଘ ଦିନ ହେବ କାମଧନ୍ଦା ଅଭାବରୁ କାମ କରିବାକୁ ଜାଇ ମୃତ୍ୟୁ ହୋଇଥିବା ସୂଚନା ମିଳିଛି l ସୂଚନା ଅନୁସାରେ ରତଙ୍ଗ ପଞ୍ଚାୟତ ପୋଡାପଡ଼ା ଗାଁର ଗୁଲୁ କହଁର ଙ୍କ ପୁଅ ସୁଗ୍ରୀବ କହଁର ବୟସ (୨୪) ବାହାର ରାଜ୍ୟ ଚେନ୍ନାଇ ର ରେଡ ହିଲ ଜିଲ୍ଲାର ଆମ୍ବାତୁର କୁ କାମ କରିବାକୁ ଯାଇଥିଲେ ଓ ଦୀର୍ଘ ଦିନ କାମ ମଧ୍ୟ କରିଥିଲେ କିନ୍ତୁ ସୋମବାର ସକାଳୁ ସୁଗ୍ରୀବ ଚେନାଇ ରେ କାମ କରୁଥିବା ଜାଗାରେ ମୃତ୍ୟୁ ହୋଇଥିବା ପରିବାର କୁ ଖବର ଆସିଥିଲା l ଖବର ପାଇବା ପରେ ପରିବାର ଲୋକେ ଭାଙ୍ଗିପଡିଥିବା ବେଳେ ଅଞ୍ଚଳ ରେ ଶୋକର ଛାୟା ଖେଳି ଯାଇଛି l ମୃତ ଯୁବକ ର କିଭଳି ମୃତ୍ୟୁ ହେଲା ତାହା ପରିବାର ଲୋକେ ବୁଝି ପାରୁନାହାନ୍ତି କେହି କେହି ଆତ୍ମ ହତ୍ୟା କରିଥିବା କହୁଥିବା ବେଳେ ମୃତ୍ୟୁ ର ପ୍ରକୃତ କାରଣ ଜଣା ପଡ଼ିନାହିଁ l ତେବେ ବାରମ୍ବାର ଏଭଳି ଦାଦନ ଦୁଃଖ ଲାଗିରହିଥିବା ବେଳେ କାମଧନ୍ଦା ଅଭାବ ଏହାର ମୁଖ୍ୟ କାରଣ ପାଲଟିଛି l ବର୍ତମାନ ପୁଅର ମୃତ୍ୟୁ ପରେ କିଭଳି ଶବ ଫେରିବ ପରିବାର ଚିନ୍ତାରେ ଥିବା ବେଳେ ପୁଅର ଶବ ଫେରାଇ ଆଣିବାକୁ ବିଭିନ୍ନ ଜାଗାକୁ ଜାଇ ଗୁହାରି କରୁଥିବା ଆହୁରି ଦୁଃଖ ଦାୟକ ହୋଇଛି l ତେବେ ପ୍ରଶାସନ ଏହାକୁ ଗୁରୁତ୍ୱ ଦେଇ ସୁଦୂର ଚେନାଇ ରୁ ପୁଅର ଶବ ଆଣିବାରେ ସାହାଯ୍ୟ କରିବାଜୁ ଦାବୀ କରିଥିବା ବେଳେ ଅଞ୍ଚଳ ବାସୀ ମଧ୍ୟ ଏହାକୁ ଗୁରୁତ୍ୱ ଦେଇ ମୃତ ଦାଦନ ଯୁବକ ର ଶବ ଫେରାଇ ଆଣି ପରିବାରକୁ ହସ୍ତାନ୍ତର କରିବାକୁ ଦାବି କରିଛନ୍ତି l ପରିବାରଙ୍କ କହିବା ଅନୁସାରେ ପୁଅର ଶବ ପରିବାର ଲୋକେ ଜଣେ ପହଞ୍ଚିବା ପରେ ଶବ ବ୍ୟବଛେଦ କରାଯିବା କଥା ଚେନାଇ ର ଅମ୍ବାତୁର ପୋଲିସ କହୁଥିବା ବେଳେ ପୁଅର ମୃତ ଶରୀର ଫେରିବା ଅନିଶ୍ଚିତତା ଦେଖା ଦେଇଥିବା ବେଳେ ଏହି ଘଟଣା ରେ ଜିଲ୍ଲା ଶ୍ରମ ଅଧିକାରୀ ବିଶ୍ୱରଞ୍ଜନ କହଁର ଙ୍କୁ ପଚାରିବାରୁ ଘଟଣା ଉପରେ ଲିଖିତ ଭାବରେ ଜଣାଇଲେ ସରକାର ଙ୍କ ତରଫରୁ ଯାହା ସହଯୋଗ ବ୍ୟବସ୍ଥା ଅଛି କରାଯିବ ବୋଲି କହିଛନ୍ତି l

What's Your Reaction?

like

dislike

love

funny

angry

sad

wow