ବଜ୍ରାଘାତରେ ୩ ବଳଦ ମୃତ୍ୟୁ କ୍ଷତି ପୂରଣ ଦାବି ।

Jun 11, 2025 - 22:14
 0  23
ବଜ୍ରାଘାତରେ ୩ ବଳଦ ମୃତ୍ୟୁ କ୍ଷତି ପୂରଣ ଦାବି ।

ଫୁଲବାଣୀ ,୧୧l୬(ଷ୍ଟାର ନିୟୁଜ ଓଡ଼ିଶା) : କନ୍ଧମାଳ ଜିଲ୍ଲାର ଫୁଲବାଣୀ ବ୍ଲକ ଅନ୍ତର୍ଗତ ଅରାପାଜୁ ଗ୍ରାମରେ ବଜ୍ରାଘାତରେ ୩ ବଳଦ ମୃତ । ସୂଚନା ପ୍ରକାରେ ସୋମବାର ରାତ୍ରି ପ୍ରବଳ ପବନ ଓ ବର୍ଷା ହେବା ସହିତ ବିଜୁଳି ଘଡଘଡି ହେବା ଫଳରେ, ଫୁଲବାଣୀ ବ୍ଲକ ଅନ୍ତର୍ଗତ ଅରାପାଜୁ ଗ୍ରାମରେ ବର୍ଷା ଦାଉରୁ ରକ୍ଷା ପାଇବା ପାଇଁ ବଳଦ ଗୁଡ଼ିକ ବଡ ଆମ୍ବଗଛ ତଳେ ଲୁଚି ରହିଥିଲେ । ଏହି ସମୟରେ ବଜ୍ରାଘାତରେ ୩ ଟି ଚଷା ବଳଦ ମୃତ୍ୟୁ ବରଣ କରିଛନ୍ତି । ମୃତ ବଳଦ ଗୁଡ଼ିକ ଗ୍ରାମର ବାସୁଦେବ କହଁରଙ୍କର ୧ ଟି ବଳଦ ହୋଇଥିବା ବେଳେ ଜାଡପା କହଁରର ୨ ଗୋଟି ବୋଲି ଜଣାପଡିଛି । ଆଗକୁ ଚାଷ ଦିନ ଆସୁଥିବାରୁ ଚାଷ କରିବାକୁ ଅସୁବିଧାର ସମ୍ମୁଖିନ ହେବେ ଉକ୍ତ ଚାଷୀ ଦ୍ବୟ । ତେଣୁ ମୃତୁ ବରଣ କରିଥିବା ବଳଦ ଚାଷୀମାନଙ୍କୁ ସରକାରୀ ପକ୍ଷରୁ ସହାୟତା ପ୍ରଦାନ ପାଇଁ ପ୍ରଶାସନକୁ ଅନୁରୋଧ କରିଛନ୍ତିି । ଏହି ବିଷୟରେ ସୂଚନା ପାଇ କଟ୍ରିଙ୍ଗିଆ ରାଜସ୍ବ ନୀରିକ୍ଷକ ଆସି ସ୍ଥିତି ଅନୁଧ୍ୟାନ କରିଥିଲେ ।

What's Your Reaction?

like

dislike

love

funny

angry

sad

wow