ବନ ମହୋତ୍ସବ ବୃକ୍ଷ ରୋପଣ କାର୍ଯ୍ୟକ୍ରମ, ଗୋଟିଏ ବୃକ୍ଷ ବହୁ ଜୀବନ ରକ୍ଷା

Jul 13, 2025 - 17:25
0 60
ବନ ମହୋତ୍ସବ ବୃକ୍ଷ ରୋପଣ କାର୍ଯ୍ୟକ୍ରମ, ଗୋଟିଏ ବୃକ୍ଷ ବହୁ ଜୀବନ ରକ୍ଷା

ବନ ମହୋତ୍ସବ ବୃକ୍ଷ ରୋପଣ କାର୍ଯ୍ୟକ୍ରମ, ଗୋଟିଏ ବୃକ୍ଷ ବହୁ ଜୀବନ ରକ୍ଷା 

କଳାହାଣ୍ଡି/ ଭବାନୀପାଟଣା ତା ୧୩/୭/୨୫ (ଷ୍ଟାରନିୟୁଜ ଓଡିଶା) ରିଖରେ, ଶମ୍ଭୁନଗର ଭୋଇଗୁଡା ସୋସାଇଟି ଆନୁକୁଲ୍ୟରେ ଉତ୍ତର ବନଖଣ୍ଡ ବିଭାଗ ତରଫରୁ ସୋସାଇଟି ର ସମସ୍ତ ସଭ୍ୟ ମାନଙ୍କ ଦ୍ଵାରା ବନମହୋତ୍ସବ ପାଳନ କରାଯାଇଥିଲା। ଉକ୍ତ ଉତ୍ସବରେ ସୋସାଇଟିର ସମସ୍ତ ସଭ୍ୟ ସଭାପତି ଶ୍ରୀ ବିଜୟ କୁମାର ବାଗ ସମ୍ପାଦକ ଶ୍ରୀ ନୀଳମାଧବ ମହାକୁଡ‌ ଯୁଗ୍ମ ସମ୍ପାଦକ ଶ୍ରୀ ମନୋଜ ପ୍ରଧାନ ଉପଦେଷ୍ଟା ଶ୍ରୀ ପିତାମ୍ବର ମହାରଣା ଓ  ଶ୍ରୀ ସଚ୍ଚିଦାନନ୍ଦ ମହାକୁଡ଼ ଶ୍ରୀ ଅଖିଳ ପାଣିଗ୍ରାହୀ, ଶ୍ରୀ ବସନ୍ତ ପାଣିଗ୍ରାହୀ, ଶ୍ରୀମତୀ ସନ୍ତୋଷିନୀ ମହାକୁଡ଼, ଶ୍ରୀ ସୁରେଶ ମହାପାତ୍ର, ଶ୍ରୀ ଖଦାଳ ପ୍ରଧାନ, ଶ୍ରୀ ରାଜେନ୍ଦ୍ର ମହାରଣା ଶ୍ରୀ ଓମ୍ ପ୍ରକାଶ ସାହୁ, ଶ୍ରୀମତୀ ମୀନତୀ ସାବତ, ଶ୍ରୀମତୀ ତପସ୍ଵିନୀ ପ୍ରଧାନ, ଶ୍ରୀମତୀ ଦୀପ୍ତି ମହାପାତ୍ର, ଶ୍ରୀମତୀ ଗାୟତ୍ରୀ ମହାରଣା, ଶ୍ରୀମତୀ ସୁଲୋଚନା ପାଣିଗ୍ରାହୀ, ଶ୍ରୀ କେଦାର ସାହୁ ଓ ଶ୍ରୀ ଶେଷଦେବ ଖଦାଳ ବୃକ୍ଷ ରୋପଣ କରିଥିଲେ। ଏକ ପେଡ଼ ମା କେ ନାମ, ମା ଙ୍କ ପାଇଁ ଗଛ ଟିଏ ଲଗେଇବା ଆଉ ଯତ୍ନବାନ୍ ହେବା l ପରିବେଶ ସୁରକ୍ଷା ପାଇଁ ଏକମାତ୍ର ଅସ୍ତ୍ର ବୃକ୍ଷ ରୋପଣ l ପରିବେଶ ଯେଉଁ ଭଲି ଭାବରେ ଦୂଷିତ ହେଉଅଛି l ବୃକ୍ଷ ରୋପଣ ଦ୍ଵାରା ହିଁ ଆମେ ସୁରକ୍ଷା ଦେଇପାରିବା l ଗଛ ଟିଏ ଲଗେଇ ଜଙ୍ଗଲ ପାହାଡ଼ ଜମି କୁ ଆମେ ସୁରକ୍ଷା ଦେଇପାରିବା l ବୃକ୍ଷ ଦ୍ଵାରା ବହୁ ମାତ୍ରାରେ ଅକ୍ସିଜେନ ମିଳିବ l ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ବନବିଭାଗ ର କର୍ମଚାରୀ ରଜନିକାନ୍ତ ମେହେର ( ବନ ରକ୍ଷୀ), ମୀନା ନାଏକ (ବନ ରକ୍ଷୀ) କର୍ମଚାରୀ ମାନେ ଉପସ୍ଥିତ ଥିଲେ। ଶେଷରେ ସମସ୍ତ ଙ୍କୁ ଶ୍ରୀ ସଚିଦାନନ୍ଦ ମହାକୁଡ଼ ଧନ୍ୟବାଦ ଦେଇ କାର୍ଯ୍ୟକ୍ରମ ଟିକୁ ସଫଳ କରିଥିଲେ। 
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋଟିଂ

What's Your Reaction?

Like Like 3
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User