ବାର୍ଦ୍ଧକ୍ୟ ରେ ବାର୍ଦ୍ଧକ୍ୟ ଭତ୍ତା ଅପେକ୍ଷାରେ ବୃଦ୍ଧ ଦମ୍ପତି।

Apr 24, 2025 - 10:54
0 176
ବାର୍ଦ୍ଧକ୍ୟ ରେ ବାର୍ଦ୍ଧକ୍ୟ ଭତ୍ତା ଅପେକ୍ଷାରେ ବୃଦ୍ଧ ଦମ୍ପତି।

ଝରିଗାଁ,୨୪l୪: (ଷ୍ଟାର ନିୟୁଜ) : ବାର୍ଦ୍ଧକ୍ୟ ଭତ୍ତା ପାଇଁ ଧାଇଁ ଧାଇଁ ନୟାନ୍ତ ହେଲେଣି ବୃଦ୍ଧ ଦମ୍ପତି। ଏମାନଙ୍କ ଘର ହେଉଛି ଝରିଗାଁ ପଞ୍ଚାୟତ ର କାଠ ବେଡ଼ା ଗ୍ରାମରେ। ବୃଦ୍ଧ ଯୁଗଳ ମାଝୀ ଙ୍କୁ ବୟସ ୭୦ ଟପିଲାଣି ଓ ବୃଦ୍ଧା ପତ୍ନୀ ବେଲମତି ମାଝୀଙ୍କୁ ୬୩ ବର୍ଷ। ବୟସର ଅପରାହ୍ନରେ ପହଞ୍ଚିବା ପରେ ମଧ୍ୟ ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ଏପର୍ଯ୍ୟନ୍ତ ବଞ୍ଚିତ ଅଛନ୍ତି ବୃଦ୍ଧ ଦମ୍ପତି। ଡାକ୍ତର ପ୍ରମାଣପତ୍ର , ଭୋଟ ପରିଚୟ ପତ୍ର,ରାସନ୍ କାର୍ଡ,ଆଧାର କାର୍ଡ,ବ୍ୟାଙ୍କ୍ ପାସ ବୁକ୍ ଧରି କେବେ ବ୍ଲକ ଅଫିସ ତ କେବେ ପଞ୍ଚାୟତ କାର୍ଯ୍ୟାଳୟକୁ ଏକାଧିକଥର ଧାଇଁ ଛନ୍ତି ଯୁଗଳ ଓ ବେଲମତି ବୁଢ଼ାବୁଢ଼ୀ । ସରକାରୀ ସହାୟତା କହିଲେ ବହୁ ବର୍ଷ ତଳେ ମିଳିଥିଲା ଆବାସ ଯୋଜନାରେ ଘର ଖଣ୍ଡେ। ସମୟକ୍ରମେ ତାହା ପୁରୁଣା ଦଦରା ଅବସ୍ଥାରେ ରହିଛି। ଦୁଇ ଜଣ ଙ୍କୁ ମିଳୁଛି ୧୦ କେଜି ଚାଉଳ।ବୃଦ୍ଧ ଦମ୍ପତିଙ୍କ ପରିବାର କହିଲେ ଦୁଇ ପୁଅ ମୁକୁନ୍ଦ ମାଝୀ ଓ ମଙ୍ଗଲାରାମ ମାଝୀ। ବାହା ହୋଇ ଯେ ଯାହା ସଂସାର କଥା ବୁଝିଥିବା ବେଳେ ଗରିବ ବୁଢ଼ା ବୁଢ଼ୀ ଦୁଇଜଣ ନିଜ ଜମି ରୁ ଯେଉଁ ଫସଲ ଉତ୍ପାଦନ ହେଉଛି ତହିଁରେ ଦୁଇ ପୁଅଙ୍କ ଭାଗ ପରେ ଯାହା ଅବଶିଷ୍ଟ ରହୁଛି ସେଥିରେ ବୃଦ୍ଧ ଦମ୍ପତ୍ତି ଚଳୁଛନ୍ତି। ବର୍ଷ ସାରାର ଆର୍ଥିକ ଆବଶ୍ୟକତା ଏବଂ ଭଲମନ୍ଦ ସବୁ ଚାଷରୁ ହେଉଥିବା ଆୟ ରୁ ହୋଇପାରୁନ ଥିବା କହିଛନ୍ତି ଯୁଗଳ ମାଝୀ। ଜମିବାଡ଼ି କହିଲେ ଅଣ ଜଳସେଚିତ ଖାଲୁଆ ଓ ଢେପ ଜମି ଓ ଡଙ୍ଗର କିସମ ଜମି ସମୁଦାୟ ରହିଛି ଦୁଇ ଏକରରୁ ଅଧିକ। ବାର୍ଦ୍ଧକ୍ୟ ରେ ବାର୍ଦ୍ଧକ୍ୟ ଭତ୍ତା ପାଇବାକୁ ଧାଇଁ ଧାଇଁ ନୟାନ୍ତ ହେଲେଣି ବାର୍ଦ୍ଧକ୍ୟ ଦମ୍ପତି। ଭତ୍ତା ମିଳିଲେ କୋଟି ଉପକାର ହେବ ବୋଲି କହିଛନ୍ତି ଦମ୍ପତି। ଏହି କିଛି ଦିନ ତଳେ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ଗୁହାରି କରିଛନ୍ତି ସରପଞ୍ଚ ନିକଟରେ। ଭତ୍ତା ପ୍ରସଙ୍ଗରେ ସରପଞ୍ଚ ଯୋଗେଶ୍ୱର ପୂଜାରୀଙ୍କୁ ପଚାରିବାରୁ ଏମାନଙ୍କ ଭତ୍ତା ବିଷୟରେ ବ୍ଲକ ସାମାଜିକ ମଙ୍ଗଳ ଅଧିକାରୀଙ୍କ ସହ ଆଲୋଚନା କରିଥିବା ସରପଞ୍ଚ କହିଛନ୍ତି। ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ ନୂତନ ଭତ୍ତା ହିତାଧିକାରୀଙ୍କ ପାଇଁ ଏପର୍ଯ୍ୟନ୍ତ ଟାର୍ଗେଟ ଆସିନଥିବା ଯୋଗୁଁ ଏମାନଙ୍କ ଭତ୍ତା ଅଟକି ରହିଛି। ପୁନଃ ଟାର୍ଗେଟ ଦେଲେ ତୁରନ୍ତ ଉଭୟଙ୍କୁ ସାମିଲ କରାଯିବ ଏବଂ ଭତ୍ତା ପ୍ରଦାନ ବ୍ୟବସ୍ଥା କରାଯିବ ବୋଲି ସରପଞ୍ଚ ସୂଚନା ଦେଇଛନ୍ତି। ଅନ୍ୟପକ୍ଷେ ବୃଦ୍ଧ ପଟି ପତ୍ନୀଙ୍କ ଦୈନନ୍ଦିନ ଆବଶ୍ୟକତା ପୂରଣ କରିବାକୁ ଧାର କରଜ କରି ଚଳି ଆସୁଥିବା କହିଛନ୍ତି। ଉଭୟ ଭତ୍ତା ପାଇବାକୁ ଯୋଗ୍ୟତା ରହିଥିଲେ ସୁଦ୍ଧା ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟ ଭତ୍ତା ରୁ ବଞ୍ଚିତ ରହି ଆସୁଛନ୍ତି । ତେଣୁ ପ୍ରଶାସନ ଦୃଷ୍ଟି ଦେଇ ଉଭୟଙ୍କୁ ଭତ୍ତା ପ୍ରଦାନ କରିବାରେ ବ୍ୟବସ୍ଥା କରିବାକୁ ସ୍ଥାନୀୟ ଲୋକେ ଆଗ୍ରହ ପ୍ରକାଶ କରିଛନ୍ତି।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User