ବାହୁଡ଼ିଲେ ତିନି ଠାକୁର।

Jul 05, 2025 - 19:07
0 118

ଝରିଗାଁ,୫l୭(ଷ୍ଟାର ନିୟୁଜ ଓଡିଶା ): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକରେ ବାହୁଡା ଯାତ୍ରା ଆଜି ଧୁମଧାମରେ ପାଳିତ ହୋଇଯାଇଛି।ବାହୁଡା ଯାତ୍ରାରେ ଭଉଣୀଭାଇଙ୍କୁ ସାଙ୍ଗରେ ଧରି ଜଗନ୍ନାଥ ମନ୍ଦିରକୁ ବାହୁଡ଼ିଲେ ମହାପ୍ରଭୁ ଶ୍ରୀଜଗନ୍ନାଥ। ନିର୍ଦ୍ଧାରିତ ସମୟରେ ଶ୍ରୀଜିଉଙ୍କ ସକାଳ ଧୂପ ଖେଚୁଡ଼ି ଭୋଗ ହୋଇଥିଲା। ଏହାପରେ ଆରମ୍ଭ ହୋଇଥିଲା ତିନି ଠାକୁରଙ୍କ ପହଣ୍ଡି ବିଜେ। ରଥାଋଢ ଶ୍ରୀଜିଉଙ୍କ ଛେରାପହଁରା ନୀତିକାନ୍ତି ସମ୍ପୂର୍ଣ୍ଣ ହୋଇଥିଲା। ସ୍ଥାନୀୟ ବିଡ଼ିଓ ମଧୁସୂଦନ ମାଝୀ ହାତରେ ଖଡିକା ଧରି ରଥରେ ଛେରାପହଁରା କରିଥିଲେ।ରଥରେ ଘୋଡା ଲାଗି ପରେ ତିନି ଠାକୁରଙ୍କର ରଥ ଟଣା ଆରମ୍ଭ ହୋଇଥିଲା।ସ୍ଥାନୀୟ ବାବୁଲି ସେଠୀ ଡାହୁକ ଭାବେ କାର୍ଯ୍ୟ ତୁଲାଇ ଥିଲେ।ତେବେ ପାଗ ଅନୁକୂଲ ଥିବା ଯୋଗୁଁ ଘଣ୍ଟ ଘଣ୍ଟା, ଝାଞ୍ଜ, ଶଙ୍ଖ ମୃଦଙ୍ଗ ଓ କରତାଳରେ ଭକ୍ତମାନଙ୍କ ଗହଣରେ ରଥ ଟଣାଯାଇଥିଲା।ସେହିପରି ମହିଳାମାନେ ମଧ୍ୟ ଉତ୍ସାହ ସହ ରଥ ଟାଣିଥିଲେ।ସୁରକ୍ଷା ନେଇ ସ୍ଥାନୀୟ ପୋଲିସଙ୍କ ସହ ଜଗନ୍ନାଥ ମନ୍ଦିର କମିଟି ସଦସ୍ୟ ପ୍ରମୁଖ ରହି ପରିଚାଳନା କରିଥିଲେ।ସେହିପରି ଝରିଗାଁ ତଥା ଆଖପାଖ ଅଞ୍ଚଳର ବହୁ ଭକ୍ତଙ୍କ ସମାଗମ ହୋଇଥିବା ବେଳେ ବ୍ୟବସାୟୀ ମାନେ ଭଲ ବ୍ୟବସାୟ କରି ରୋଜଗାର କରିଥିଲେ।ବିଶେଷ କରି ଆଦିବାସୀ ମାନେ ଯାତ୍ରାକୁ ଆସି ପାଚିଲା ପଣସ ଅଧିକ ମାତ୍ରାରେ ନେଉଥିବା ଦେଖିବାକୁ ମିଳିଛି।ସେହିପରି ଝରିଗାଁ ଗାୟତ୍ରୀ ପରିବାର ପକ୍ଷରୁ ରଥ ଟାଣିବା ପୂର୍ବରୁ ମାଉସୀ ମା ମନ୍ଦିର ଠାରୁ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ରାସ୍ତା ଓ ରାସ୍ତାର ଉଭୟ ପାର୍ଶ୍ୱ ସଫାଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User