ବିଦ୍ୟୁତ ବିଭ୍ରାଟ ଯୋଗୁଁ କାମରେ ଆସୁନି ବସୁଧା ଯୋଜନା, ପାନୀୟ ଜଳ ସମସ୍ୟାରେ ଦୁଇ ସାହିର ୮୦ ପରିବାର।
ଝରିଗାଁ,୨l୫( ଷ୍ଟାର ନିୟୁଜ ଓଡ଼ିଶା): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ପାଲିଆ ପଞ୍ଚାୟତ ଅନ୍ତର୍ଗତ ବଡନୀ ଗ୍ରାମର ନୁଆଁପଡା ସାହିରେ ପାନୀୟ ଜଳ ସମସ୍ୟା ଦେଖା ଦେଇଥିବା ସାହି ବାସିନ୍ଦା ଅଭିଯୋଗ କରିଛନ୍ତି।ପ୍ରଶାସନ ପକ୍ଷରୁ ନୁଆଁପଡା ସାହିରେ ଦୀର୍ଘ ବର୍ଷ ତଳେ ପ୍ରଶାସନ ପକ୍ଷରୁ ନୂତନ ନଳକୂପ ଖନନ ହୋଇଥିଲା।କିଛି ବର୍ଷ ସାହି ବାସିନ୍ଦା ପାଣି ବ୍ୟବହାର କରିଥିଲେ।ପରବର୍ତ୍ତୀ ସମୟରେ ନଳକୂପରୁ ପାଣି ବାହାରି ନଥିଲା।ଫଳରେ ସାହି ଲୋକଙ୍କ ପାନୀୟ ଜଳ ପାଇଁ ସମସ୍ୟା ଦେଖାଦେଇଥିଲା।ପାନୀୟ ଜଳ ସମସ୍ୟା ନେଇ ସାହି ଲୋକ ପ୍ରଶାସନ ନିକଟରେ ବହୁବାର ଦାବି ଜଣେଇବା ପରେ ବସୁଧା ଯୋଜନାରେ ପ୍ରାୟ ୧୦ ବର୍ଷ ହେବ ପାନୀୟ ଜଳ ଯୋଗାଇ ଦିଆଯାଉଛି।ତେବେ ଗତ କିଛି ଦିନ ହେବ କାଳବୈଶାଖୀ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ବିଦ୍ୟୁତ ସଠିକ ଭାବେ ରହୁ ନଥିବା ଯୋଗୁଁ ବସୁଧା ଯୋଜନା କୌଣସି କାମରେ ଆସୁନାହିଁ ବୋଲି ସାହି ଲୋକ ଅଭିଯୋଗ କରିଛନ୍ତି।ଫଳରେ ନୁଆଁପଡା ସାହି ଠାରୁ ଏକଶହ ମିଟର ଦୂରରେ ଥିବା ନଳକୂପ ଉପରେ ସାହିର ପ୍ରାୟ ୪୦ ପରିବାର ନିର୍ଭର କରୁଥିବା ଅଭିଯୋଗ ହୋଇଛି।ସାହିର ମହିଳା ମାନେ ସକାଳୁ ସକାଳୁ ଓ ସନ୍ଧ୍ୟା ସମୟରେ ନଳକୂପରେ ପାଣି ପାଇଁ ଭିଡ଼ ଜମାଇବା ସହ ପାଣି ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରିବା ପାଇଁ ପଡ଼ୁଥିବା ଅଭିଯୋଗ ହୋଇଛି।ସେହିପରି ଆଦିବାସୀ ପଡାରେ ୪୦ ପରିବାର ରହୁଥିବା ବେଳେ ପ୍ରଶାସନ ପକ୍ଷରୁ ଏକ ମାତ୍ର ନଳକୂପ ଖନନ ହୋଇଛି।ତେଣୁ ଆଦିବାସୀ ପଡାର କିଛି ଲୋକ ମଧ୍ୟ ଏହି ନଳକୂପ ଉପରେ ନିର୍ଭର କରୁଥିବା ଅଭିଯୋଗ ହୋଇଛି।ବର୍ତମାନ ଖରା ଦିନ ଥିବା ବେଳେ କାଳବୈଶାଖୀରେ ବିଦ୍ୟୁତ ବିଭ୍ରାଟ ମଧ୍ୟ ରହିବା ସମ୍ଭାବନା ରହିଥିବା ଯୋଗୁଁ ନୁଆଁପଡା ସାହିରେ ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ତୁରନ୍ତ ପ୍ରଶାସନ ପକ୍ଷରୁ ନୂତନ ନଳକୂପ ଖନନ ପାଇଁ ସାହି ବାସିନ୍ଦା ଦାବି କରିଛନ୍ତି।
ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)