ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦଙ୍କ ନେତୃତ୍ୱରେ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ।

Sep 21, 2025 - 07:08
0 20
ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦଙ୍କ ନେତୃତ୍ୱରେ  ମେଗା ରକ୍ତଦାନ ଶିବିର ଅନୁଷ୍ଠିତ।

ଭବାନୀପାଟଣା,୨୦l୯( ଷ୍ଟାର ନିୟୁଜ ଓଡିଶା) : କଳାହାଣ୍ଡି ଜିଲ୍ଲାରେ ଭାରତୀୟ ଜନତା ପାର୍ଟିର ରକ୍ତଦାନ ଶିବିର କରି ରକ୍ତ ଭଣ୍ଡାରରେ ଥିବା ଅଭାବ କୁ ଦୂର କରିବା ପାଇଁ ଏକ ଛୋଟ ପ୍ରୟାସ ଜାରି ରହିଛି । ଜିଲ୍ଲାରେ ସେପମ୍ବର ୧୭ ତାରିଖ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ୭୫ ତମ ", ଜନ୍ମଦିବସରୁ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ‘ସେବା ପକ୍ଷ ' ପାଳନ କରାଯାଉଛି ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା ସଭାପତି ଯୁଗଳ କିଶୋର ପୋଢ଼ଙ୍କ ସଭାପତିତ୍ୱ ରେ କଳାହାଣ୍ଡିର ୧୩ ଗୋଟି ବ୍ଳକ୍ ର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ରକ୍ତ ଦାନ ଶିବିର ଆୟୋଜନ କରାଯାଇଅଛି । | ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦଙ୍କ ନେତୃତ୍ବରେ ଆଜି ଗୋଲାମୁଣ୍ଡା ବ୍ଲକ ଚପୁରିଆ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଠାରେ ମେଗା ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସଭାପତି ଯୁଗଳ କିଶୋର ପୋଡ୍ ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ‌ ଭାବରେ ପୂର୍ବତନ ମନ୍ତ୍ରୀ ହିମାଂଶୁ ଶେଖର ମେହେର, ସ୍ୱତନ୍ତ୍ର ଅତିଥି ବିଜେପି ଜୁନାଗଡ଼ ବିଧାୟକ ପ୍ରାର୍ଥୀ ମନୋଜ ମେହେର, ଜିଲ୍ଲା ମିଡ଼ିଆ ସଂଯୋଜକ ନରହରି ପଟ୍ଟନାୟକ, ଜିଲ୍ଲା ଓବିସି ସେଲ ସାଧାରଣ ସମ୍ପାଦକ ଟଙ୍କଧର ନାଏକ ସମ୍ମାନିତ ଅତିଥି ଭାବରେ ଯୋଗଦାନ ଦେଇଥିଲେ, କେଗାଁ ମଣ୍ଡଳ ସଭାପତି ଜୟକୃଷ୍ଣ ସାହୁ, ଦଶପୁର ମଣ୍ଡଳ ସଭାପତି ପ୍ରମୋଦ ପ୍ରଧାନ, ଗୋଲାମୁଣ୍ଡା ମଣ୍ଡଳ ସଭାପତି ବୈସାଖୁ କେତକୀ, ରକ୍ତଦାନ ଶିବିର ବ୍ଲକ ସଂଯୋଜକ ଶ୍ୟାମ ଅଗ୍ରୱାଲ, ବରିଷ୍ଟ କାର୍ଯ୍ୟକର୍ତା ଜୟନ୍ତ ସିଂ, ମନୋଜ ଅଗ୍ରୱାଲ, ଭୂଷବ ନାଏକ, ଲଳିତ ପ୍ରଧାନ, ଯୁବମୋର୍ଚ୍ଚା ର ବିକାଶ ସାହୁ, ମହିଳା ମୋର୍ଜା ମଣ୍ଡଳ ସଭାନେତ୍ରୀ ଚମ୍ପାବତି ସାହୁ, ଅନନ୍ତ ସାହୁ, ବିଶିକେଶନ ଜୋତିଶ, କୁଶଧ୍ଯଜ ସାହୁ, କୃଷ୍ଣ ମହାନନ୍ଦ, ଈଶ୍ଵର ପଟେଲ, ଉପେନ୍ଦ୍ର ସିପକା, ବସନ୍ତ ଚଲାନ, ସୋମ୍ୟ ଅଗସ୍ତି, ସୁଧୀର ସାହୁ, ଆଶୁତୋଷ ରାଉତ, ସନ୍ତୋଷ ମାଝୀ, ଧର୍ମେନ୍ଦ୍ର ଦୀପ, ତ୍ରିଲୋଚନ ନାଏକ, ଦାମୋଦର ଦାଶ, ବ୍ରହ୍ମ ପ୍ରସାଦ କାଣ୍ଡ, ପଙ୍କଜ ମହାନନ୍ଦ, ଦେବ ସୁନାନୀ, ରାଇ ଚନ ଅଘରିଆ, ଅଶ୍ୱିନ ମଲ୍ଲିକ, ମାନସ ରାଉତ, ଚନ୍ଦ୍ର କେତକୀ, ଙ୍କ ସହ ପ୍ରମୁଖ କାର୍ଯ୍ୟକର୍ତ୍ତା ଓ ନେତୃବୃନ୍ଦ ଉପସ୍ଥିତ ରହି ସହଯୋଗ କରିଥିଲେ।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ ଷ୍ଟାର ନିୟୁଜ ଓଡିଶା

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User