ଭାଲୁ ଆକ୍ରମଣରେ ମହିଳା ଗୁରୁତର ।
ଝରିଗାଁ,୨୫l୧୦(ଷ୍ଟାର ନିୟୁଜ ଓଡ଼ିଶା) ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚକଲା ପଦର ପଞ୍ଚାୟତ ଅନ୍ତର୍ଗତ ଡ଼ାହିମାଲ ଗ୍ରାମରେ ଭାଲୁ ଆକ୍ରମଣ ଯୋଗୁଁ ଜଣେ ମହିଳା ଗୁରୁତର ହୋଇଥିବା ଜଣାପଡିଛି।ସୂଚନା ପ୍ରକାରେ ଡ଼ାହିମାଲ ଗ୍ରାମର ହାଡୁ ଗୌଡ଼ ଏବଂ ତାଙ୍କ ପତ୍ନୀ ଦ୍ରୌପଦୀ ଗୌଡ଼(45) ଆଜି ସକାଳୁ ଘର ଠାରୁ ପ୍ରାୟ ଦୁଇ କିଲୋମିଟର ଦୂରରେ ଥିବା ନିଜ ମକା ଜମିରେ କାମ କରିବା ପାଇଁ ଯାଇଥିଲେ।ତେବେ ଦ୍ବିପ୍ରହର ପ୍ରାୟ 12 ଘଣ୍ଟା ସମୟରେ ହଠାତ ଗୋଟିଏ ବଡ଼ ଭାଲୁ ସହ ଦୁଇଟି ଛୋଟ ଭାଲୁ ହାବୁଡ଼ରେ ପଡି ଯାଇଥିବା ବେଳେ ବଡ଼ ଭାଲୁର ଆକ୍ରମଣର ଶିକାର ହୋଇଥିଲେ।ଆକ୍ରମଣ ପରେ ଚିତ୍କାର କରିବା ଯୋଗୁଁ ସ୍ୱାମୀ ହାଡୁ ଓ ନିକଟରେ ଥିବା ଅନ୍ୟମାନେ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଦ୍ରୌପଦୀ ଗୌଡ଼ଙ୍କୁ ଭାଲୁ ହାବୁଡ଼ରୁ ଉଦ୍ଧାର କରିଥିଲେ।ପରେ ବହୁ କଷ୍ଟରେ ଘର ପର୍ଯ୍ୟନ୍ତ ଆଣିବା ପରେ ଗୁରୁତର ଅବସ୍ଥାରେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଭାଲୁ କାମୁଡାରେ ଦ୍ରୌପଦୀଙ୍କ ବାମ ହାତରେ ଗଭୀର ଆଘାତ ସହ ଭାଙ୍ଗି ଯାଇଥିବା ଯୋଗୁଁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି।
ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)