ଭୁତପୂର୍ବ ବୋର୍ଡ ପ୍ରାଥମିକ ବିଦ୍ୟାଳୟକୁ ତହସିଲଦାରଙ୍କ ଅଚାନକ ଗସ୍ତ।

Dec 06, 2025 - 20:52
0 74
ଭୁତପୂର୍ବ ବୋର୍ଡ ପ୍ରାଥମିକ ବିଦ୍ୟାଳୟକୁ ତହସିଲଦାରଙ୍କ ଅଚାନକ ଗସ୍ତ।

ଝରିଗାଁ,୬l୧୨(ଷ୍ଟାର ନିୟୁଜ ଓଡିଶା ):ଆଜି ଝରିଗାଁ ତହସିଲଦାର ସୁମନ୍ତ ପାତ୍ର ଝରିଗାଁ ସ୍ଥିତ ସରକାରୀ ଭୁତପୂର୍ବ ବୋର୍ଡ ପ୍ରାଥମିକ ବିଦ୍ୟାଳୟକୁ ଅଚାନକ ଗସ୍ତ କରିଥିଲେ।ତହସିଲଦାର ଶ୍ରୀ ପାତ୍ର ବିଦ୍ୟାଳୟ ପହଞ୍ଚି ପ୍ରଥମେ ବିଦ୍ୟାଳୟର ପରିମଳ ବ୍ୟବସ୍ଥା ତଦାରଖ କରିଥିଲେ।ପରେ ରୋଷେଇ ଘର ବ୍ୟବସ୍ଥା ଓ ପିଲାଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ପଚାରି ବୁଝିଥିଲେ।ବିଦ୍ୟାଳୟରେ ପାଠ ପଢ଼ୁଥିବା ସମସ୍ତ ଅନ୍ତେବାସୀ ଛାତ୍ର ମାନଙ୍କ ସହ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ। ତେବେ ଛାତ୍ର ମାନେ ୩ ବର୍ଷ ହେବ ପ୍ରଶାସନ ପକ୍ଷରୁ ଶୋଇବା ପାଇଁ ଗଦ୍ଦି ଓ ଘୋଡ଼େଇ ହେବା ପାଇଁ କମ୍ବଳ ପ୍ରଦାନ କରାଯାଇନଥିବା ନେଇ ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଅତି ଦୟନୀୟ ଅବସ୍ଥାରେ ଶୋଉ ଥିବା କହିଥିଲେ।ତହସିଲଦାର ଶ୍ରୀ ପାତ୍ର ସମସ୍ୟାର ସମାଧାନ ପାଇଁ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ।ତହସିଲଦାରଙ୍କ ସହ ଝରିଗାଁ ରାଜସ୍ବ ନିରୀକ୍ଷକ ବସନ୍ତ କୁମାର ବିଷୋୟୀ ଉପସ୍ଥିତ ଥିଲେ।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User