ଦୋକାନ ଗୃହରେ ତାଲା ପକେଇ ବିଡ଼ିଓଙ୍କ ମନମୁଖୀ ଶାସନକୁ ବିରୋଧ କଲେ ସହରବାସୀ ।

Dec 06, 2025 - 20:24
Updated: 9 months ago
0 18
ଦୋକାନ ଗୃହରେ ତାଲା ପକେଇ ବିଡ଼ିଓଙ୍କ ମନମୁଖୀ ଶାସନକୁ ବିରୋଧ କଲେ  ସହରବାସୀ ।

ଫିରିଙ୍ଗିଆ,୬l୧୨(ଷ୍ଟାର ନିୟୁଜ) : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ରେ କାର୍ଯ୍ୟରତ ଗୋଷ୍ଠି ଉନ୍ନୟନ ଅଧିକାରୀ ଅନୁପ ଅଭିଷେକ ବେହେରା ଙ୍କ ମନମୁଖୀ କାର୍ଯ୍ୟରେ ଅସନ୍ତୋଷ ବ୍ୟକ୍ତ କରି ଶନିବାର ବ୍ଲକ କାର୍ଯ୍ୟାଳୟ ଘେରିବା ସହ ଭିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଫିରିଙ୍ଗିଆ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ର ସଦସ୍ୟ ମାନଙ୍କ ସହ ସହରର ସମସ୍ତ ଦୋକାନୀ, ବୁଦ୍ଧିଜୀବୀ ଓ ଜନସାଧାରଣ I ଦୀର୍ଘ ଦିନ ଧରି ବିଡ଼ିଓ ମନମୁଖୀ କାର୍ଯ୍ୟକଳାପ ଚଳାଇ ଆସିଥିବା ବେଳେ ସହରର କିଛି ପ୍ରଭାବ ଶାଳୀ ବ୍ୟକ୍ତି ଓ ରାଜନେତା ଙ୍କ ଚାପରେ ପଡି ବିଡ଼ିଓ ଏକଛତ୍ର ବାଦ ଚଳାଇ ଆସିଥିବା ଆନ୍ଦୋଳନ କାରି ଅଭିଯୋଗ କରିଛନ୍ତି I ଏମିତିକି ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ର ସ୍ଥାୟୀ ସଭାପତି ତଥା ପୂର୍ବତନ ମନ୍ତ୍ରୀ ଓ ବର୍ତମାନ ର ବିଜେଡି ଜିଲ୍ଲା ସଭାପତି ପଦ୍ମନାଭ ବେହେରା ଙ୍କ ଫୋନ ନଉଠେଇ ତାଙ୍କୁ ଅପମାନିତ କରିଥିବା ଆନ୍ଦୋଳନ କାରି ଅଭିଯୋଗ କରିଛନ୍ତି I ତେବେ ବିଶେଷ କରି କିଛିଦିନ ତଳେ ଜଗନ୍ନାଥ ଙ୍କ ଜମି ରେ ଅର୍ଥାତ ମାଉସୀ ମାଁ ମନ୍ଦିର ନିକଟରେ ମନ୍ଦିରର ଆର୍ଥିକ ଅଭିବୃଦ୍ଧି ପାଇଁ ବ୍ଲକ ପ୍ରଶାସନ ର ଅହଯୋଗ ରେ ଚାରୋଟି ଦୋକାନ ଘର ନିର୍ମାଣ କରାଯାଇଥିଲା I ଘର ଗୁଡିକ ସମ୍ପୂର୍ଣ ହେଲା ପରେ ପ୍ରଥମତଃ ଏହି ଘର କୁ ନିର୍ମାଣ କରିଥିବା ବାବୁଲା ସିଓ ନାମକ ଜଣେ ଠିକାଦାର ଙ୍କୁ ଘର ନିର୍ମାଣ ର ସମ୍ପୂର୍ଣ ବିଲ୍ ବ୍ଲକ ପ୍ରଶାସନ ଦେଇନାହାନ୍ତି I ଦ୍ଵିତୀୟ ରେ ଏହି ଦୋକାନ ଘର ଗୁଡିକ ବେଆଇନ ଭାବରେ ଜଗନ୍ନାଥ ପରିଚାଳନା କମିଟି ର ଅଗୋଚରରେ ମନମୁଖୀ ଭାବରେ ଚାରିଜଣ ବ୍ୟକ୍ତି ଙ୍କ ଠାରୁ କିଛି ମୋଟା ଅଙ୍କର ଅର୍ଥ ସିକ୍ୟୁରିଟି ମନୀ ଭାବରେ ରଖି ଦୋକାନ ଗୃହ ବଣ୍ଟନ କରିଦେଇଛନ୍ତି I ଯାହାକୁ ନେଇ ସ୍ଥାନୀୟ ବ୍ୟବସାୟୀ, ମନ୍ଦିର ପରିଚାଳନା କମିଟି ଓ ଜନସାଧାରଣ ମାନଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ଦେଖା ଦେଇଛି I ଏହି ଘଟଣାକୁ ନେଇ ଶୁକ୍ରବାର ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା I ବୈଠକ ରେ ଖୋଦ ମନ୍ଦିର ପରିଚାଳନା କମିଟି ସଭାପତି ପଦ୍ମନାଭ ବେହେରା ବିଡ଼ିଓ ଙ୍କୁ ବୈଠକ କୁ ଆସିବା ପାଇଁ ଫୋନ ଯୋଗେ ଯୋଗାଯୋଗ କରିଥିଲେ I କିନ୍ତୁ ବିଡ଼ିଓ ଫୋନ ଉଠାଇ ନଥିଲେ I ଯାହାକୁ ନେଇ ଆହୁରି ଅସନ୍ତୋଷ ବଢ଼ିବାରେ ଲାଗିଥିଲା I ଶନିବାର ବାଧ୍ୟ ହୋଇ ସହରର ଶତାଧିକ ଲୋକ ବିଡ଼ିଓ ଙ୍କ ସହ ଆଲୋଚନା କରିବା ପାଇଁ ବ୍ଲକ କାର୍ଯ୍ୟାଳୟ କୁ ଯାଇଥିଲେ I ତଥାପି ବିଡ଼ିଓ ଆସିନଥିଲେ I ଯାହାକୁ ନେଇ କିଛି ସମୟ ବ୍ଲକ କାର୍ଯ୍ୟାଳୟ ପରିସରରେ ତିବ୍ର ଉତ୍ତେଜନା ଦେଖାଦେଇଥିଲା I ପରେ ଆନ୍ଦୋଳନ କାରି ମାନେ ବେଆଇନ ଭାବରେ ବିଡ଼ିଓ ଭଡା ସୂତ୍ରରେ ଦେଇଥିବା ଦୋକାନ ଗୃହ ଗୁଡିକୁ ତାଲା ପକାଇ ଦେଇଥିଲେ I ତେବେ ସହରର ଯୁବ ସମାଜ ସେବି ଚନ୍ଦ୍ରମୋହନ ନାଏକ ଙ୍କ ନେତୃତ୍ୱ ରେ ଏହି ଆନ୍ଦୋଳନ କରାଯାଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ବଣିକ ସଙ୍ଘ ସଭାପତି ଶିବଶଙ୍କର ମହାପାତ୍ର, ବିଜେଡି ଉପସଭାପତି ପ୍ରଦୀପ କୁମାର ବେହେରା, ଫିରିଙ୍ଗିଆ ସରପଞ୍ଚ ଜଳନ୍ଧର କହଁର,ଯୁବ ବ୍ୟବସାୟୀ ଅଭୟ କହଁର, ମନ୍ଦିର ପରିଚାଳନା କମିଟିର ଜୟ ପାଣିଗ୍ରାହୀ, ଲଷ୍ମଣ ଶାସମାଲ, ବାବୁଲା ସିଓ,ଜିଲ୍ଲା ପରିଷଦ ସଭ୍ୟ ନୀଳଗିରି ଦିଗାଲ,ନଈରୀତୁ ଦିଗାଲ,ଦେବ ଦିଗାଲ ଙ୍କ ସହ ଅନ୍ୟାନ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ I ଏହାସହ ଆଗାମୀ ଦିନରେ ବିଡ଼ିଓ ଏହି ଦୋକାନ ଗୃହ ମାନଙ୍କ ବିଷୟରେ ପୁନଃ ବିଚାର ନକରନ୍ତି ତାହେଲେ ଆନ୍ଦୋଳନ ଭୟବହ ହେବ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି ଆନ୍ଦୋଳନ କାରି I ସେପଟେ ଘଟଣା ବିଷୟରେ ଆମେ ମଧ୍ୟ ବିଡ଼ିଓ ଙ୍କୁ ଯୋଗାଯୋଗ କରିଥିଲୁ କିନ୍ତୁ ବିଡ଼ିଓ ଆମ ଫୋନ ମଧ୍ୟ ଉଠେଇନଥିଲେ I ତେଣୁ ବିଡ଼ିଓ ଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ I

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User