ଗାଁ ମଝିରେ ଥିବା ବିଦେଶୀ ମଦ ଦୋକାନ ସ୍ଥାନାନ୍ତର ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ ।

Dec 06, 2025 - 19:46
0 18
ଗାଁ ମଝିରେ ଥିବା ବିଦେଶୀ ମଦ ଦୋକାନ ସ୍ଥାନାନ୍ତର ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ ।

ଫିରିଙ୍ଗିଆ ,୬l୧୨(ଷ୍ଟାର ନିୟୁଜ):ଗାଁ ମଧ୍ୟ ଭାଗରେ ଥିବା ବିଦେଶୀ ମଦ ଦୋକାନକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।ଏଭଳି ଏକ ଦୃଶ୍ୟ ସାମ୍ନାକୁ ଆସିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକର ବାରଖମା ପଂଚାୟତରୁ ।ପଂଚାୟତର ସରପଞ୍ଚ, ନାଏବ ସରପଞ୍ଚ, ସମିତି ସଭ୍ୟ ଓ ଗ୍ରାମର ସମସ୍ତ ଜନସାଧାରଣ ଏକତ୍ରିତ ହୋଇ ଆଜି ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଏହି ଦାବିପତ୍ରଟି ପ୍ରଦାନ କରିଥିବା ସୂଚନା ମିଳିଛି ।ପ୍ରକାଶ ଥାଉ କି ପୂର୍ବରୁ ମଧ୍ୟ ଗ୍ରାମବାସୀ ଜିଲ୍ଲା ଅବକାରୀ ବିଭାଗୀୟ ଅଧିକାରୀ ଓ ଉପ ଜିଲ୍ଲାପାଳଙ୍କୁ ମଧ୍ୟ ଅନେକ ଥର ଦାବୀ କରି ଆସୁଥିଲେ ସୁଦ୍ଧା କୌଣସି ସୁଫଳ ମିଳିନ ଥିଲା ।ସେମାନେ ଉକ୍ତ ଦାବୀପତ୍ରରେ ଦର୍ଶେଇଛନ୍ତି କି, ଗାଁ ମଝିରେ ମଦ ଦୋକାନ ରହିଥିବାରୁ ଗ୍ରାମରେ ଅନେକ ବିଶୃଙ୍ଖଳା ହେବା ସହିତ ସବୁବେଳେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେଉଛି ।ତାଛଡା ଗ୍ରାମର ଯୁବପିଢ଼ି ଓ ବିଦ୍ୟାର୍ଥୀମାନେ ମଧ୍ୟ ବାଟବଣା ହୋଇ ଅବାଟକୁ ଯାଉଥିବା ଉକ୍ତ ଦାବିପତ୍ରରେ ଉଲ୍ଲେଖ ରହିଛି ।ମଦ୍ୟପ ମାନେ ଏଠିସେଠି ମଦ ପିଇବା ସହିତ କାଚ ବୋତଲ ସବୁ ଚାଷଜମି ଓ ମୁଖ୍ୟ ରାସ୍ତାରେ ଫୋପାଡ଼ି ଦେଉଛନ୍ତି ।ଫଳରେ ଚାଷଜମିରେ ଭଙ୍ଗାକାଚ ଗୁଡିକ ପଡିରହିବା ସହିତ ରାସ୍ତାରେ ମଧ୍ୟ ଭଙ୍ଗା କାଚ ଗୁଡିକ ଏଠିସେଠି ପଡି ରହିଛି । ଫଳରେ ପାଦଚଲା ପଥିକମାନେ ମଧ୍ୟ କାଚରେ ପାଦ ପକେଇ ରକ୍ତାକ୍ତ ହେଉଛନ୍ତି ।ତେଣୁ ଗାଁ ଭିତରେ ଥିବା ବିଦେଶୀ ମଦ ଦୋକାନକୁ ଗାଁ ଠାରୁ ସ୍ଥାନାନ୍ତର କରିବାକୁ ଗ୍ରାମବାସୀ ଓ ଗ୍ରାମର ଜନସାଧାରଣ ଦାବୀ କରିଥିବା ସୂଚନା ମିଳିଛି ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User