ମକା ଦର ଦେଖି କାନ୍ଦୁଛି ଚାଷୀ।
ଝରିଗାଁ,୧୮l୧୧(ଷ୍ଟାର ନିୟୁଜ ଓଡିଶା) : ମକା ଦର ଖସି ପଡ଼ିଛି। ଚିନ୍ତା ଘାରିଛି ଚାଷୀକୁ। ମକା ଅମଳ କରି ଦର ବୃଦ୍ଧି କୁ ଅପେକ୍ଷା କରିଛି ଚାଷୀ। ମକା ମଣ୍ଡି କୁ ବଜାର ସୁବିଧା ନାହିଁ। ହାତ ଗଣତି ସ୍ଥାନୀୟ କିଛି ବ୍ୟବସାୟୀ ଚାଷୀ ଠାରୁ କ୍ଵିଣ୍ଟାଲ ପ୍ରତି ୧୭୫୦ ଟଙ୍କାରେ କିଣୁଥିବା ବେଳେ ମକାର ଗୁଣବତ୍ତା ଦେଖି କ୍ରୟ କରୁଛନ୍ତି ମକା ବେପାରୀ। ୨୨୦୦ ଶହରୁ ୨୪୦୦ ଶହ ଟଙ୍କା ବିକ୍ରି ହେଉଥିବା ମକା ୨୦୦୦ ହଜାର ଟଙ୍କା ରୁ କାମ ରେ ବିକ୍ରି ହେଉଥିବାରୁ ଶତାଧିକ ଚାଷୀ ମକା ଅମଳ ପରେ ଖରାରେ ଶୁଖାଇ ଶୁଖାଇ ରଖିଥିବା ଦେଖିବାକୁ ମିଳୁଛି। ସୌଭାଗ୍ୟ ଏହା ଯେ ଲଘୁଚାପ କିମ୍ବା ଅଦିନିଆ ବର୍ଷା ହେଉନଥିବାରୁ ରକ୍ଷା ପାଇଛନ୍ତି ମକା ଚାଷୀ। ମକା କମ ଦର ରହିଥିବା ବେଳେ ମୁଖ୍ୟ ବୃଦ୍ଧିକୁ ଅପେକ୍ଷା କରିଛନ୍ତି ଚାଷୀ। ଅନ୍ୟପକ୍ଷେ ବିକ୍ରି ବିଳମ୍ବ ହେଉଥିବାରୁ ମିଲିଂ ହୋଇଥିବା ମକା ରହି ଓଜନ ହ୍ରାସ ପାଇବା ସମ୍ଭାବନା ଅଧିକ ରହୁଛି ଏବଂ ମକା ରଙ୍ଗ ଫିକା ପଡି ଗଲେ ବର୍ତ୍ତମାନ ଚାଲିଥିବା ଦର କମିବା ଆଶଙ୍କାରେ ଚିନ୍ତାଗ୍ରସ୍ତ ଅଛନ୍ତି ଚାଷୀ। ରାସ୍ତାରେ ପଥର ଚଟାଣ ଉପରେ ଖୋଳା ଏବଂ ମଣ୍ଡି ପିଣ୍ଡିରେ ଗୋଟା ଶୁଖିଲା ମକା ଓ ମିଲିଙ୍ଗ ମକା ଗଦା ହୋଇ ପଡ଼ି ରହିଛି। ଆଗକୁ ମକା ଦର ବଢିବ କେବେ ବଢିବ କୌଣସି ନିଶ୍ଚିନ୍ତତା ନାହିଁ। ଗରିବ ଓ ମଧ୍ୟବିତ୍ତ ଚାଷୀ ଧାର କରଜ କରି ଚାଷ କରିଥିବା ସ୍ଥଳେ ସୁଦ୍ଧା ଟଙ୍କା ବୃଦ୍ଧି ପାଉଛି। ଯାହା ଫଳରେ କାମ ମୂଲ୍ୟରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ଚାଷୀ। ବ୍ଲକ କୃଷି ବିଭାଗ ସୂଚନା ପ୍ରକାରେ ୭୯୫୦ ହେକ୍ଟର ଜମିରେ ମକା ଚାଷ ହେଉଥିବା ବେଳେ ଚଳିତ ବର୍ଷ ଉତ୍ପାଦନ ବୃଦ୍ଧି ପାଇଥିବା ଦେଖିବାକୁ ମିଳୁଛି। ଉତ୍ପାଦନ ବୃଦ୍ଧି ହୋଇଛି ସତ ହେଲେ ଚଳିତ ବର୍ଷର ମୂଲ୍ୟ ହ୍ରାସ ଚାଷୀଙ୍କୁ ନିରାଶ ହେବାକୁ ପଡ଼ିଛି। ପ୍ରତିବର୍ଷ ଚାଷ ବାବଦକୁ ଖର୍ଚ୍ଚ ବଢୁଛି। ରାସାୟନିକ ସାର କୀଟନାଶକ ଘାସମରା ଭିଟାମିନ ସାଙ୍ଗକୁ କୁଲି ମଜୁରୀ ଜମି ଚଷିବାକୁ ଟ୍ରାକ୍ଟର ଭଡା ସହ ଅମଳ ଓ ମିଲୀଙ୍ଗ କରି ବିକ୍ରୟ କରିବା ପର୍ଯ୍ୟନ୍ତ ଖର୍ଚ୍ଚ ହେଉଛି। ସ୍ଥାନୀୟ ବ୍ୟବସାୟୀ ଦର ନିୟନ୍ତ୍ରଣ କରୁଥିବା ଅଭିଯୋଗ କରୁଛନ୍ତି ଚାଷୀ। ମୂଲ୍ୟ ବୃଦ୍ଧି ନହେଲେ ଆର୍ଥିକ କ୍ଷତି ସହିବା ସୁନିଶ୍ଚିତ ବୋଲି ଚାଷୀ ଆକଳନ କରୁଛି।
ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।
What's Your Reaction?