ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟରେ ଯୌନ ଉତ୍ପୀଡନ ଉପରେ କର୍ମଶାଳା ଅନୁଷ୍ଠିତ
ଭବାନୀପାଟଣା ୧୮/୭(ଷ୍ଟାରନିୟୁଜ ଓଡିଶା) ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟରେ ଆନ୍ତଃ ଅଭିଯୋଗ କମିଟୀ ଓ ଆଇ କ୍ୟୁ ଏ ସିର ମିଳିତ ଉଦ୍ୟମରେ ଭାରପ୍ରାପ୍ତ କୁଳପତି ଡକ୍ଟର ନିବେଦିତା ନାଥଙ୍କ ସଭାପତିତ୍ବରେ 'ପ୍ରିଭେନସନ, ପ୍ରୋହିବିସନ ଆଣ୍ଡ ରିଡ୍ରେସାଲ ଅଫ୍ ସେକ୍ସୁଆଲ ହାରାସମେଣ୍ଟ ଅଫ୍ ୱିମେନ ଏମପ୍ଳୟିଜ୍ ଆଣ୍ଡ ଷ୍ଟୁଡେଣ୍ଟସ ଇନ୍ ହାଇଅର ଏଜୁକେସନାଲ ଇନଷ୍ଟିଚ୍ୟୁସନସ୍' ଶୀର୍ଷକ ଉପରେ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରରେ କଳାହାଣ୍ଡିର ଜିଲ୍ଳାପାଳ ତଥା ଜିଲ୍ଳା ମାଜିଷ୍ଟ୍ରେଟ ଶ୍ରୀ ସଚିନ ପାୱାର ଉପସ୍ଥିତ ହୋଇ ଯୌନ ଉତ୍ପୀଡନ ରୋକିବା ପାଇଁ ସମସ୍ତ କର୍ମଚାରୀ ତଥା ଛାତ୍ରଛାତ୍ରୀ ସହିତ ପ୍ରଶ୍ନୋତ୍ତର ମାଧ୍ୟମରେ ପଦକ୍ଷେପମୂଳକ ଆଲୋଚନା କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତନ୍ମୟ ଦରୱାନ, ଜିଲ୍ଳା ସଂସ୍କୃତି ଅଧିକାରୀ ଶ୍ରୀ ବିବେକାନନ୍ଦ ମହାନନ୍ଦ, ଆଇ ଏ ଏସ୍ ପ୍ରୋବେସନ ଶ୍ରୀ ଅନିମେଶ ପ୍ରଧାନ, ଓକିଲ ନିବେଦିତା ମିଶ୍ର ପ୍ରଭୃତି ଉପସ୍ଥିତ ହୋଇ ପ୍ରସଙ୍ଗଭିତ୍ତିକ ବକ୍ତବ୍ଯ ଉପସ୍ଥାପନ କରିଥିଲେ । କୁଳସଚିବ ଡକ୍ଟର ଗୁଣନିଧି ନାଏକ ଯୌନ ଉତ୍ପୀଡନର ମୂଳୋତ୍ପାଟନ ପାଇଁ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଭିତରେ ସଚେତନ ରହିବା ଜରୁରୀ ବୋଲି କହିଥିଲେ । ଉପ-କୁଳସଚିବ ମେଜର ଡକ୍ଟର ଜୟଦେବ ସାହୁ ଛାତ୍ରଛାତ୍ରୀଙ୍କ ଭିତରେ ସଚେତନତା ସୃଷ୍ଟି ତଥା ଆନୁଷ୍ଠାନିକ ଦାୟିତ୍ବ ଓ କର୍ତ୍ତବ୍ଯ ଉପରେ ନିଜର ଅଭିମତ ପ୍ରକାଶ କରିଥିଲେ । ଆନ୍ତଃ ଅଭିଯୋଗ କମିଟୀର ପିଜାଇଡିଂ ଅଫିସର ଡକ୍ଟର ସୁମନା ରାୟ ଯୌନ ଉତ୍ପୀଡନର ନିୟମ ଶୃଙ୍ଖଳା ଉପରେ ପାୱାର ପଏଣ୍ଟ ମାଧ୍ୟମରେ ସମସ୍ତ କର୍ମଚାରୀ ତଥା ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ । ଛାତ୍ର ମଙ୍ଗଳ ନିର୍ଦ୍ଦେଶିକା ଡକ୍ଟର ମଧୁଲିକା ସାହୁ ଉକ୍ତ କର୍ମଶାଳାର ମଞ୍ଚ ପରିଚାଳନା କରିଥିବାବେଳେ ଆନ୍ତଃ ଅଭିଯୋଗ କମିଟୀର ସଦସ୍ଯା ରୋଜମେରୀ ଏକା ଆନୁଷ୍ଠାନିକଭାବେ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କର୍ମଶାଳାରେ ବିଶ୍ୱବିଦ୍ୟାଳୟର ସମସ୍ତ କର୍ମଚାରୀ , ଗବେଷକ-ଗବେଷିକା ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ ଷ୍ଟାରନିୟୁଜ ଓଡିଶା
What's Your Reaction?






