ମା ର ମମତାକୁ ସଂମ୍ମାନ :କୁର୍ଲୁପଡ଼ା ରେ ବିଶ୍ୱ ମାତୃ ଦିବସ ପାଳିତ
କେସିଙ୍ଗା, ୧୦l୦୫( ଷ୍ଟାରନିୟୁଜ ଓଡିଶା):ବିଶ୍ୱ ମାତୃ ଦିବସ ଅବସରରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଅଞ୍ଚଳର କୁର୍ଲୁ ପଡା ଗ୍ରାମରେ ଏକ ସ୍ନେହମୟ ଓ ଆନନ୍ଦମୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ପ୍ରଶାନ୍ତି ଦିଗଲଙ୍କ ନେତୃତ୍ୱରେ ଗ୍ରାମର ମା’ମାନେ ଏକତ୍ରିତ ହୋଇ କେକ କାଟି ମାତୃ ଦିବସକୁ ଉତ୍ସାହର ସହ ପାଳନ କରିଥିଲେ।
ଏହି କାର୍ଯ୍ୟକ୍ରମରେ କୁର୍ଲୁପଡା, ତନଶିର ଓ କଲେକଟରପଡା ଅଞ୍ଚଳର ବହୁ ସଂଖ୍ୟକ ମା’ମାନେ ଯୋଗଦେଇ ମାତୃତ୍ୱର ମହତ୍ତ୍ୱ ଓ ପରିବାର ଗଠନରେ ମା’ଙ୍କ ଅପରିହାର୍ଯ୍ୟ ଭୂମିକାକୁ ସ୍ମରଣ କରିଥିଲେ। ଉପସ୍ଥିତ ଅତିଥିମାନେ କହିଥିଲେ ଯେ, ମା’ ହେଉଛନ୍ତି ସନ୍ତାନଙ୍କ ପ୍ରଥମ ଶିକ୍ଷକ ଏବଂ ପରିବାରର ଶକ୍ତିର ମୂଳ ଆଧାର।
ପ୍ରତିବର୍ଷ ମଇ ମାସର ଦ୍ୱିତୀୟ ରବିବାରକୁ ବିଶ୍ୱ ମାତୃ ଦିବସ ଭାବେ ପାଳନ କରାଯାଇଥାଏ। ମା’ଙ୍କ ତ୍ୟାଗ, ସ୍ନେହ, ସହନଶୀଳତା ଓ ନିଷ୍କାମ ସେବା ପ୍ରତି କୃତଜ୍ଞତା ଜଣାଇବା ଉଦ୍ଦେଶ୍ୟରେ ଏହି ଦିନଟି ପାଳନ କରାଯାଏ।
ଶେଷରେ ପ୍ରଶାନ୍ତି ଦିଗଲ ସମସ୍ତ ମା’ମାନଙ୍କୁ ସମ୍ମାନ ଜଣାଇ ଓ ପରସ୍ପରକୁ ଶୁଭେଚ୍ଛା ବିନିମୟ କରି ଥିଲେ ତାସହିତ କାର୍ଯ୍ୟକ୍ରମଟି ସମାପ୍ତ ହୋଇଥିଲା।
What's Your Reaction?