ମୂଳ ନିବାସୀ ଅନୁସୂଚିତ ଜାତିସଙ୍ଘ ପଂଚାୟତ ସ୍ତରୀୟ କର୍ମକର୍ତା ଚୟନ ।

Jun 02, 2025 - 11:41
0 191

ଉମରକୋଟ,୨l୫ (ଷ୍ଟାର ନିୟୁଜ ): ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ମୁଣ୍ଡିଗୁଡା ପଂଚାୟତ ଅନ୍ତର୍ଗତ ଡାଡିଆଗୁଡା ଗ୍ରାମ ଠାରେ ଆଜି ମୂଳ ନିବାସୀ ଅନୁସୂଚିତ ଜାତି ସଂଘ ପକ୍ଷରୁ ଏକ ସାଧାରଣ ବୈଠକର ଆୟୋଜନ କରାଯାଇଥିଲା |ଉକ୍ତ ବୈଠକରେ ଜିଲ୍ଲା ସଭାପତି ଅର୍ଜୁନ ସମରଥ, ଜିଲ୍ଲା ଉପ ସଭାପତି ପୂର୍ଣ୍ଣଚନ୍ଦ୍ର ବାଘ, ଜିଲ୍ଲା ସମ୍ପାଦକ ଡମ୍ବରୁ ଧର ସୁନା, ଝରିଗାଁ ବ୍ଲକ ସଭାପତି ପ୍ରତାପ ଦୁରିଆ,ଧୋଡ୍ରା ପଂଚାୟତ ସଭାପତି ସୁବାସ ପନକା,ଡଙ୍ଗରୀଗୁଡା ପଂଚାୟତର ଳମ୍ବୁଧର ପନକା, ଭଗବାନ ଜାଲ,ଜନକରାମ ସୁନାଙ୍କ ସମେତ ଅନେକ ଭଦ୍ରବ୍ୟକ୍ତି ଓ ଭଦ୍ର ମହିଳାମାନେ ଉପସ୍ଥିତ ରହିଥିଲେ |ସଭାପତି ଶ୍ରୀ ସମରଥ ଅନୁସୂଚିତ ଜାତି ସଙ୍ଘର ନୀତି ନିୟମ ସାଙ୍ଗକୁ ରୀତିନୀତି ଓ ପରମ୍ପରା ଉପରେ ସମସ୍ତଙ୍କୁ ବୁଝେଇବା ସହିତ ସମାଜ ର ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ |ପରେ ମୁଣ୍ଡିଗୁଡା ପଂଚାୟତରେ ମୂଳ ନିବାସୀ ଅନୁସୂଚିତ ଜାତି ସଙ୍ଘର କୌଣସି ପଂଚାୟତ କମିଟି ନଥିବାରୁ ସେଠାରେ ଏକ ନୂତନ କମିଟି ଗଠନ କରାଗଲା |ଉକ୍ତ ପଂଚାୟତର ଜନସାଧାରଣ ମାନଙ୍କ ପ୍ରସ୍ତାବ ଓ ସହମତି କ୍ରମେ ଡାଡିଆଗୁଡା ନିବାସୀ ମଙ୍ଗଳୁ ହରିଜନଙ୍କୁ ସଭାପତି,ମୁଣ୍ଡିଗୁଡା ନିବାସୀ କମଳଚନ ହରିଜନଙ୍କୁ ସମ୍ପାଦକ,ଡ଼ାଡ଼ିଆଗୁଡା ନିବାସୀ ରଇବାରୁ ହରିଜନଙ୍କୁ କୋଷାଧକ୍ଷ, ଫୁକାଗୁଡା ଗ୍ରାମର ଆନନ୍ଦ ହରିଜନଙ୍କୁ କମିଟିର ସଭ୍ୟ ଓ ବଡ଼ ଭରଣ୍ଡୀ ମଣ୍ଡଳ ପାଇଁ ଡ଼ାଡ଼ିଆଗୁଡା ନିବାସୀ ହରି ହରିଜନଙ୍କୁ ଅସ୍ଥାୟୀ ମଣ୍ଡଳ ସଭାପତି ଭାବେ ଚୟନ କରାଗଲା |ପରେ ଜିଲ୍ଲା ସଭାପତି ସମସ୍ତଙ୍କୁ ଧନ୍ୟବାଦ ଜଣେଇ ସଭା ସାଙ୍ଗ କରିଥିଲେ |

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

Like Like 18
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User