ରକ୍ତଦାନ କରି ବୃଦ୍ଧା ଙ୍କ ଜୀବନ ବଞ୍ଚାଇଲେ ଲିଙ୍ଗରାଜ ଏବଂ ତିଲ ।

Aug 14, 2025 - 15:51
0 160
ରକ୍ତଦାନ କରି ବୃଦ୍ଧା ଙ୍କ ଜୀବନ ବଞ୍ଚାଇଲେ ଲିଙ୍ଗରାଜ ଏବଂ ତିଲ ।

ଝରିଗାଁ,୧୪l୮(ଷ୍ଟାର ନିୟୁଜ ଓଡିଶା ): ରକ୍ତହୀନତାର ଶିକାର ହୋଇଥିବା ଜଣେ ବୃଦ୍ଧା ଙ୍କୁ ରକ୍ତଦାନ କରି ମାନବିକତାର ପରିଚୟ ଦେଇଛନ୍ତି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚଚା ପଞ୍ଚାୟତ ଅନ୍ତର୍ଗତ ପର୍ଲିଆଗୁଡା ଗ୍ରାମ ର ଲିଙ୍ଗରାଜ ଗୈାଡ ଏବଂ ଝରିଗାଁ ର ତିଲ ଗୌଡ଼।ସୂଚନା ଅନୁଯାୟୀ ଝରିଗାଁ ସଦର ମହକୁମା ର କୁନୁ ଗୈାଡ ଙ୍କ ସ୍ୱାସ୍ଥ୍ୟ ଖରାଫ ହୋଇଥିଲା। ମଙ୍ଗଳବାର ଦିନ କୁନୁ ଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ପରିବାର ଲୋକ ଖ୍ରୀଷ୍ଟିଆନ୍ ମେଡିକାଲ ନବରଙ୍ଗପୁର ରେ ଭର୍ତ୍ତି କରିଥିଲେ।ରକ୍ତ ନମୁନା ପରୀକ୍ଷା ପରେ କୁନୁ ଗୈାଡ ଙ୍କ ଶରୀରରେ ହିମଗ୍ଲୋବିନ କମ୍ ଥିବା ଜଣାପଡିଥିଲା। ତେବେ କୁନୁ ଙ୍କ ପାଇଁ ଆବଶ୍ୟକ ପଡ଼ୁଥିବା ବି-ପଜିଟିଭ୍‌ ରକ୍ତ ଭଣ୍ଡାରରେ ଉପଲବ୍ଧ ନ ଥିବାରୁ ପରିବାର ଲୋକ ଚିନ୍ତାରେ ପଡ଼ିଥିଲେ। ଶେଷରେ ପରିବାର ଲୋକ ନବରଙ୍ଗପୁର ଜିଲ୍ଲା ଯୁବ ଯାଦବ ମହାସଭାର ଜିଲ୍ଲା ଯୁବ ଯାଦବ ସମାଜ ସଭାପତି ନବକିଶୋର ଗୌଡ଼ଙ୍କୁ ଫୋନ କରି ଘଟଣା ସମ୍ପର୍କରେ ସୂଚନା ଦେବା ସହ ରକ୍ତ ଯୋଗାଡ଼ ପାଇଁ ଅନୁରୋଧ କରିଥିଲେ।ନବକିଶୋର ବିଭିନ୍ନ ଲୋକଙ୍କୁ ଯୋଗାଯୋଗ କରି ଶେଷରେ ଚଚା ପଞ୍ଚାୟତ ଅନ୍ତର୍ଗତ ପର୍ଲିଆଗୁଡା ଗ୍ରାମର ଲିଙ୍ଗରାଜ ଗୌଡ଼ଙ୍କ ରକ୍ତ ନମୁନା ବି -ପଜିଟିଭ୍‌ ଥିବା ଜାଣିବା ପରେ ଘଟଣା ସମ୍ପର୍କରେ ସୂଚନା ଦେବା ସହ ରକ୍ତ ଦେବାକୁ ଅନୁରୋଧ କରିଥ‌ିଲେ। ଅନୁରୋଧ ରକ୍ଷା କରି ଲିଙ୍ଗରାଜ ଓ ମହାଦେବ ଗୈାଡ ତୁରନ୍ତ ଖ୍ରୀଷ୍ଟିଆନ୍ ମେଡିକାଲ ରକ୍ତ ଭଣ୍ଡାରକୁ ଯାଇ ସ୍ୱେଚ୍ଛାକୃତ ଭାବେ ଗୋଟିଏ ୟୁନିଟ୍‌ ରକ୍ତ ଦାନ କରିଥିଲେ। ଏହା ପରେ ନବରଙ୍ଗପୁର ଜିଲ୍ଲା ଯାଦବ ମହାସଭା ତରଫରୁ ଝରିଗାଁ ବ୍ଳକ ଅନ୍ତର୍ଗତ ଝରିଗାଁ ଗ୍ରାମ ର ଏକ ଯୁବକ ତିଲ ଗୈାଡ ମଧ୍ୟ ରକ୍ତ ଦାନ କରିଥିଲେ। ନବରଙ୍ଗପୁର ଓ ଉମରକୋଟ ରକ୍ତ ଭଣ୍ଡାରରେ ରକ୍ତ ଗଚ୍ଛିତ ନଥିବା ବେଳେ ନବରଙ୍ଗପୁର ଜିଲ୍ଲା ଯାଦବ ସମାଜର ଯୁବକ ମାନଙ୍କୁ ବ୍ଲକ ସ୍ତରରେ ରକ୍ତଦାନ ଶିବିର ଆୟୋଜନ କରି ସ୍ବେଚ୍ଚାକୃତ ଭାବେ ରକ୍ତଦାନ କରିବା ପାଇଁ ନବକିଶୋର ଗୌଡ଼ ଅନୁରୋଧ କରିଛନ୍ତି।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User