ରାଇକିଆ ଶିଶୁ ମନ୍ଦିର ଶିଶୁ ମାନେ ମାଣ୍ଡିଆ ଖାଦ୍ୟ ଖାଇ ପାଳିଲେ ଶିଶୁ ଦିବସ।
ଫୁଲବାଣୀ,୧୪l୧୧(ଷ୍ଟାର ନିୟୁଜ): ଶିଶୁ ଦିବାସ ଅବସରରେ ଶ୍ରୀ ଅନ୍ନ ଅଭିଯାନ, ରାଇକିଆ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ଙ୍କ ମିଳିତ ସହଯୋଗରେ ରାଇକିଆ ଶିଶୁ ମନ୍ଦିର ଠାରେ କ୍ଷୁଦ୍ରଦାନା ଶଶ୍ୟର ଏକ ଖାଦ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ମେଳାରେ ଜିଲ୍ଲା କୃଷି ଅଧିକାରି ସୁନିତା ମହାପାତ୍ର ମୂଖ୍ୟ ଅତିଥି ଓ ବ୍ଲକ୍ କୃଷି ଅଧିକାରି ସଚିନ୍ଦ୍ର କୁମାର ସେଠୀ ମାନ୍ୟବର ଅତିଥି ଭାବରେ ଯୋଗ ଦେଇ ମାଣ୍ଡିଆ ଖାଦ୍ୟ ର ଗୁରୁତ୍ୱ ବିଷୟରେ ଆଲୋଚନା କରିବା ସହିତ ପ୍ରତିଦିନ ଖାଦ୍ୟରେ ମାଣ୍ଡିଆ ମିଶ୍ରିତ ଖାଦ୍ୟ ଖାଇବାକୁ ଅହ୍ୱାନ ଦେଇଥିଲେ । ସେହି ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ନାରାୟଣ ସାହୁ ଉପସ୍ଥିତ ରହି ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟ ରେ ଥିବା ଔଷଧୀୟ ବୁଣ କୁ ବଖାଣିବା ସହିତ ଏହି ଖାଦ୍ୟ ମେଳା ପାଇଁ ତାଙ୍କ ବିଦ୍ୟାଳୟ କୁ ଚୟନ କରିଥିବାରୁ ଅନୁଷ୍ଠାନ କୁ ସାଧୁବାଦ ଜଣାଇଥିଲେ ।
ଶ୍ରୀଯୁକ୍ତ ସେଠୀ କ୍ଷୁଦ୍ରଦାନା ଶଶ୍ୟର ଚାଷ ଏବଂ ତାହାର ଲାଭ ବିଷୟରେ ଉପସ୍ଥାପନା କରିବା ସହିତ ସ୍ଥାନୀୟ ଅଂଚଳ ରେ କିପରି ଅଧିକ ଚାଷୀ ଚୟନ କରି ଚାଷ କରାଯାଇ ପାରିବ ତାହା କହିଥିଲେ । ଏଥି ସହିତ ପୂର୍ବରୁ ପ୍ରସ୍ତୁତ ହୋଇଥିବା ମାଣ୍ଡିଆ ର ବିଭିନ୍ନ ପ୍ରକାର ଖାଦ୍ୟ ଶିଶୁ ମାନଙ୍କ ମଧ୍ୟରେ ବଂଟନ କରାଯାଇଥିଲା ଏବଂ ଆନନ୍ଦ ର ସହିତ ପିଲାମାନେ ମାଣ୍ଡିାଆ ଖାଦ୍ୟ ଖୁସି ବ୍ୟକ୍ତ କରିଥିଲେଶ । କାର୍ଯ୍ୟକ୍ରମ ଶେଷରେ ଶ୍ରୀମତି ମହାପାତ୍ର ସ୍ଥାନୀୟ ଅଂଚଳ ର କିଛି ଚାଷୀ ଙ୍କୁ ଭେଟିା ସହିତ କିଛି କ୍ଷେତ୍ର ପରିଦର୍ଶନ କରି ଚାଷୀ ମାନଙ୍କୁ ସଚେତନତା ବାର୍ତା ଦେଂଥିଲେ । ଏହି କାର୍ଯ୍ୟକ୍ରମ କୁ ଅନ୍ନପୂର୍ଣ୍ଣା ପ୍ରଧାନ ପରିଚାଳନା କରିଥିବା ବେଳେ ଜୟରାମ ମଲ୍ଲିକ, ସତ୍ୟ ରଞନ ନାୟକ, ରାଓ ପ୍ରଧାନ ଓ କୃତିବାସ ପ୍ରଧାନ ପ୍ରମୂଖ ସହଯୋଗ କରିଥିଲେ ।
What's Your Reaction?