ରାମସା, ମା ଠାକୁରାଣୀ ପାଟ ଭୀମା ବାଲିଯାତ୍ରା ଉଦଯାପିତ |

May 18, 2025 - 20:14
0 211

ଝରିଗାଁ,୧୮l୫ ( ଷ୍ଟାର ନିୟୁଜ ଓଡ଼ିଶା): ବିଗତ ଫେବୃଆରୀ ମାସର 20ତାରିଖରେ ଝରିଗାଁ ବ୍ଲକ ପାଳିଆ ପଂଚାୟତ ଅନ୍ତର୍ଗତ ରାମସା ଗ୍ରାମ ଠାରେ ଆରମ୍ଭ ହୋଇଥିବା ମା ଠାକୁରାଣୀ ପାଟ ଭୀମା ବାଲିଯାତ୍ରା ଆଜି ସମାପିତ ହୋଇଯାଇଛି |ବାଲିଯାତ୍ରାର ଶେଷ ଦିନରେ ଗ୍ରାମରେ ପ୍ରବଳ ଜନ ସମୁଦ୍ର ଦେଖିବାକୁ ମିଳିଥିବା ବେଳେ ବିଭିନ୍ନ ପ୍ରକାଶ ଉଠା ଦୋକାନୀ ସାଙ୍ଗକୁ ମିନା ବଜାରର ମଧ୍ୟ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି |ଗ୍ରାମର ମୁଖ୍ୟ ବ୍ୟକ୍ତି ତଥା ଜଣେ ଭଦ୍ର ବ୍ୟକ୍ତି କମଳସାଏ ମାଝୀଙ୍କ କହିବା ପ୍ରକାରେ ଗାଁ ବସତି ହେବା ପରେ ପରେ 1977ମସିହାରେ ପ୍ରଥମ ଥର ପାଇଁ ଏହି ବାଲିଯାତ୍ରା ଆରମ୍ଭ ହୋଇଥିଲା |ପରେ ଦୀର୍ଘ 48ବର୍ଷ ପରେ ରାମସା ଓ ତାର ତିନୋଟି ପଡା କୁରୁଙ୍ଗାବେଡା, ଗୋପାଳଗୁଡା ଓ ବଡ଼ ରାମସା ଜନସାଧାରଣ ଏକତ୍ରିତ ହୋଇ ବୈଠକ କରି ପୁଣିଥରେ ଗ୍ରାମରେ ପାଟ ବାଲିଯାତ୍ରାର ଆୟୋଜନ କରିବା ନେଇ ସ୍ଥିର କରିଥିଲେ |ପରେ ଚାରି ସାହିର ଜନସାଧାରଣ ଚାନ୍ଦା ଆଦାୟ କରି ଝରିଗାଁ ବ୍ଲକ ବାଣୁଆଗୁଡା ପଳସଗାଁ ଗ୍ରାମର ଗୁରୁମାଏ ହରି ପୂଜାରୀଙ୍କୁ ନିମନ୍ତ୍ରିତ କରି ଗ୍ରାମକୁ ଆଣି ଶୁଭଖୁଣ୍ଟ ସ୍ଥାପନ ପରେ ଫେବୃଆରୀ ମାସର 20ତାରିଖରୁ ବାଲିଯାତ୍ରା ଆରମ୍ଭ ହୋଇଥିଲା |ଦୀର୍ଘ ତିନି ମାସ ଧରି ଏହି ବାଲିଯାତ୍ରା ଚାଲିଥିଲା |କୁମାରୀ ଝୀଅ, ବାଳୁତ ପୁଅ, ମହିଳା ଓ ପୁରୁଷ ମାନଙ୍କ ଦେହରେ ରୈଲା, ଭୀମା,ଚୋକ ଧାରନି, ଦାଣ୍ଡ ଧାରନି, କଳା ଧାରନି, ବାର ଦାଇନି, ପାଟରାନୀ, କନ୍ଦନି, 12ଭାଇ ଭୀମା, 13ଭାଇ ଚାଉରିଆ, 32ଭଇନି ମାତା, 16ଭଇନି ଗଙ୍ଗାଦି, ବୁଡ଼ାରାଜା ଆଦି ଶତାଧିକ ଦେବାଦେବୀ ବିରାଜିତ ହୋଇ ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ନୃତ୍ୟ କରିଥିଲେ |ବାଲି କାଢ଼ିବା, ବିହନ ମାଗିବା, ବିହନ ବୁଣିବା ଆଦି ନୀତିକାନ୍ତି ଶେଷ କରିବା ପରେ ଆଜି ବିଧିବଦ୍ଧ ଭାବେ ପୂଜାର୍ଚନା କରି ବାଲି ବିସର୍ଜନ କରାଯାଇଛି |ଶେଷ ଦିନରେ ବାଲିଯାତ୍ରାରେ ଜନ ସମୁଦ୍ର କୁ ଦୃଷ୍ଟିରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ରାମସା ବାଲିଯାତ୍ରା କମିଟି ପକ୍ଷରୁ ବିଶେଷ ପଦକ୍ଷେପ ନିଆଯାଇଥିଲା |ଦର୍ଶକ ମାନଙ୍କ ମନରଞ୍ଜନ ପାଇଁ ଶେଷ ରାତିରେ ଦୁଇଟା ଦେଶିଆ ନାଟକର ମଧ୍ୟ ଆୟୋଜନ କରାଯାଇଥିଲା | ଏହି ପାଟ ବାଲିଯାତ୍ରାରେ ଗ୍ରାମର ପୂଜାରୀ ମାର ପୂଜାରୀ, କମଳସାଏ ମାଝୀ, ଧନେର ପୂଜାରୀ, ପଦ୍ମନ ପୂଜାରୀ, କେଶବ ପୂଜାରୀ,ସମଦୁ ମାଝୀ, ସାହେବସିଂ ଦୁର୍ଗା, ଦଶରଥ ଗୌଡ଼,ସନାଧର ଭତରା, ସୁନ୍ଦର ମାଝୀ, ମାନସିଂ କଂସାରୀ, ମଙ୍ଗଳୁ ଭତରା, ନରସିଂ ଗୌଡ଼, କେଶବ ଭତରା, ଦଶରୁ ଭତରା, ତୁଲାରାମ ମାଝୀ, ଉଡ଼ଖୁଡି ଗାଣ୍ଡା,ଗୁରୁମାଏ ହରି ପୂଜାରୀ,ସୋମନାଥ ଶିରା, ଚୈତନ ଶିରା,ପଟେଲ ଶିରା ଆଦି ପ୍ରମୁଖ ଭୂମିକା ତୁଲେଇଥିବା ବେଳେ ରାମସା ବାଲିଯାତ୍ରା କମିଟି ଓ କୁରୁଙ୍ଗାବେଡା, ଗୋପାଳଗୁଡା ଓ ବଡ଼ ରାମସା ଗ୍ରାମର ଜନ ସାଧାରଣ ପୂର୍ଣ୍ଣ ସହଯୋଗ କରି ବାଲିଯାତ୍ରାକୁ ସଫଳ କରିଥିଲେ |

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

Like Like 3
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User