ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ଓଡିଶା ପଶ୍ଚିମ ସଂଘ ଶିକ୍ଷାବର୍ଗ ସମାପନ ଉତ୍ସବ ଆୟୋଜିତ।

Jun 01, 2025 - 06:17
0 120
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ଓଡିଶା ପଶ୍ଚିମ ସଂଘ ଶିକ୍ଷାବର୍ଗ ସମାପନ ଉତ୍ସବ ଆୟୋଜିତ।

ଭବାନୀପାଟଣା,୧l ୬(ଷ୍ଟାରନିଉଜ ଓଡିଶା) : ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ଓଡିଶା ପଶ୍ଚିମ ପ୍ରାନ୍ତର ସଂଘ ଶିକ୍ଷା ବର୍ଗ ର ସମାପନ ଉତ୍ସବ ଭବାନୀପାଟଣାସ୍ଥିତ ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଅଛି ।ସଂଘ ଶିକ୍ଷା ବର୍ଗରେ ୧୯୧ ସ୍ଥାନରୁ ୨୭୦ ଜଣ ଶିକ୍ଷାର୍ଥୀ, ପ୍ରଶିକ୍ଷଣ ଦେବା ନିମନ୍ତେ ୩୬ ଜଣ ଶିକ୍ଷକ, ବ୍ୟବସ୍ଥା ପାଇଁ ୫୦ ଜଣ ପ୍ରବନ୍ଧକ, ମୋଟ ୩୫୬ ଜଣ ଯୋଗ ଦେଇଥିଲେ । ଏମାନଙ୍କ ମଧ୍ୟରେ ୬୮ ଜଣ ଉଚ୍ଚ ବିଦ୍ୟାଳୟ ଛାତ୍ର, ୮୯ ଜଣ ମହାବିଦ୍ୟାଳୟ ଛାତ୍ର, ୫୨ ଜଣ ସ୍ନାତକ, ୭ ଜଣ ସ୍ନାତକୋତ୍ତର, ୨୪ ଜଣ କର୍ମଚାରୀ, ୧୨ ଜଣ ବ୍ୟବସାୟୀ ଏବଂ ୧୮ ଜଣ କୃଷକ ଯୋଗ ଦେଇଥିଲେ ।ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ସ୍ୱୟଂସେବକ ମାନଙ୍କର ଗୁଣବତ୍ତା, ଦକ୍ଷତା ବୃଦ୍ଧି ତଥା ସଂଘ କାର୍ଯ୍ୟର ଅଭିବୃଦ୍ଧି ତଥା କାର୍ଯ୍ୟକର୍ତ୍ତା ନିର୍ମାଣ ନିମନ୍ତେ ପ୍ରତ୍ୟେକ ବର୍ଷ ଗ୍ରୀଷ୍ମ ଅବକାଶରେ ପ୍ରଶିକ୍ଷଣ ପାଇଁ ସଂଘ ଶିକ୍ଷା ବର୍ଗ ଆୟୋଜନ କରିଥାଏ ।ଏ ବର୍ଷ ମଧ୍ୟ ବର୍ଗ ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଭବାନୀପାଟଣା ପରିସରରେ ଏହି ସଂଘ ଶିକ୍ଷା ବର୍ଗ ଆୟୋଜିତ ହୋଇଥିଲା ଏଥିରେ ଅଂଶଗ୍ରହଣ କରିଥିବା ସମସ୍ତ ଶିକ୍ଷାର୍ଥୀ ନିଜର ଗଣବେଶ, ମାର୍ଗ ବ୍ୟୟ ଓ ସମସ୍ତ ଖର୍ଚ୍ଚ ନିଜେ ବହନ କରିଥାନ୍ତି । ପ୍ରଶିକ୍ଷଣ ପ୍ରାତଃ ଜାଗରଣ ୦୪.୦୦ ଘଣ୍ଟା ଠାରୁ ଆରମ୍ଭ ହୋଇ ରାତ୍ରି ୧୦,୦୦ ଘଣ୍ଟାରେ ଦୀପ ବିସର୍ଜନ ହୋଇଥାଏ । ଏଥିରେ ଶାରୀରିକ, ଦଣ୍ଡ, ଦଣ୍ଡ ଯୁଦ୍ଧ, ନିୟୁଦ୍ଧ, ଯଷ୍ଟି, ଯୋଗାସନ, ସମତା ସହ ବୌଦ୍ଧିକ ଓ ଚର୍ଜା ମାଧ୍ଯମରେ ବୈଚାରିକ ଏବଂ ସେବା ପ୍ରଶିକ୍ଷଣ ଦିଆଯାଇଥାଏ । କାର୍ଯ୍ୟକ୍ରମକୁ ଓଡିଶା ପଶ୍ଚିମ ପ୍ରାନ୍ତର ସହ ପ୍ରାନ୍ତକାର୍ଯ୍ୟବାହ ହରିଶ୍ଚନ୍ଦ୍ର ପରିଡା ଉଦ୍ଘାଟନ କରିଥିବା ବେଳେ,ସମାପନ ସମାରୋହରେ ମୁଖ୍ୟ ଅତିଥି ଭାବେ ପ୍ରିୟଙ୍କା ମାଝୀ ଯୋଗ ଦେଇ ସ୍ୱୟଂସେବକ ମାନଙ୍କର ଉତ୍ସାହ ବଦ୍ଧନ କରିଥିଲେ । ମୁଖ୍ୟ ବକ୍ତା ରୂପେ ପୂର୍ବ କ୍ଷେତ୍ରର କ୍ଷେତ୍ର କାର୍ଯ୍ୟବାହ ଦୂର୍ଗା ପ୍ରସାଦ ସାହୁ ଉପସ୍ଥିତ ରହି ସ୍ଵୟଂସେବକ ମାନଙ୍କୁ ମାର୍ଗ ଦର୍ଶନ କରିଛନ୍ତି । ରାଣୀ ଅହଲ୍ୟାବାଇ ହୋଲକରଙ୍କର ୩୦୦ ତମ ଜନ୍ମ ଜୟନ୍ତୀ ପୂର୍ତି ଅବସରରେ ତାଙ୍କ ଜୀବନର ରାଷ୍ଟ୍ରୀୟ ଚରିତ୍ରକୁ ସ୍ୱୟଂସେବକ ତଥା ସମାଜ ଆଗରେ ଉପସ୍ଥାପନା କରିଥିଲେ ।ଭାରତୀୟ ବୀର, ବୀରାଙ୍ଗନା ମାନଙ୍କର ରାଷ୍ଟ୍ରୀୟ ଦୃଷ୍ଟିକୋଣ, ରାଷ୍ଟ୍ର ପ୍ରତି ବଳିଦାନ, ରାଷ୍ଟ୍ର ଉତ୍ଥାନରେ ସେମାନଙ୍କର ଭୂମିକା ଉପରେ ସେ ଦୁଷ୍ଟିପାତ କରିଥିଲେ । ନାଗରିକ ଶିଷ୍ଟାଚାର ପ୍ରତ୍ୟେକ ନାଗରିକର ସହ ଜାତ ପ୍ରବୃତି ହେଉ । ସଂଘର ୧୦୦ ବର୍ଷ ପୂର୍ତି ଅବସରରେ ସଂଘର ଉପଲବ୍ଧିକୁ ସେ ଉପସ୍ଥାପନା କରିଥିଲେ । ପ୍ରତ୍ୟେକ ନାଗରିକ ଜଣେ ଜଣେ ପ୍ରକୃତ ରାଷ୍ଟ୍ର ଭକ୍ତ ଭାବେ ନିଜର କର୍ତ୍ତବ୍ୟକୁ ସୁଚାରୁରୂପେ ସମ୍ପାଦନ କଲେ ଭାରତ ପୁଣି ଥରେ ବିଶ୍ବ ଗୁରୁ ଆସନରେ ଅଧିଷ୍ଠିତ ହୋଇପାରିବ ବୋଲିକହିଛନ୍ତି।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ୍

What's Your Reaction?

Like Like 3
Dislike Dislike 0
Love Love 0
Funny Funny 1
Wow Wow 0
Sad Sad 0
Angry Angry 0

Comments (0)

User