ରାସ୍ତାରେ ଧାନ ତୋଳି ରୋଇ ପ୍ରତିବାଦ କଲେ ତାଲିଆମ୍ବା ସାହି ମହିଳା।

Jul 8, 2025 - 12:39
Jul 8, 2025 - 12:40
 0  204
ରାସ୍ତାରେ ଧାନ ତୋଳି ରୋଇ ପ୍ରତିବାଦ କଲେ ତାଲିଆମ୍ବା ସାହି ମହିଳା।

ଝରିଗାଁ,୮ଲ୭(ଷ୍ଟାର ନିୟୁଜ ଓଡିଶା) :  ବାରମ୍ବାର ରାସ୍ତାର ଶୋଚନୀୟ ଅବସ୍ଥା ଲାଗି ୱାର୍ଡ ବାସୀ ଦାବି କରି ଆସୁଥିଲେ ମଧ୍ୟ ଆଜିକୁ ତିନି ବର୍ଷ ହେବ ଝରିଗାଁ ପଞ୍ଚାୟତ ୱାର୍ଡ ନଂ (୧) ତାଲିଆମ୍ବା ରାସ୍ତା ପୁନଃ ନିର୍ମାଣ ହୋଇପାରୁ ନାହିଁ। ଯାହା ଫଳରେ ଆଜି ବସ୍ତିର କିଛି ମହିଳା ଧାନ ତୋଳି ଧରି ରାଧାକୃଷ୍ଣ ମନ୍ଦିର ଛକ ନିକଟରେ ରାସ୍ତା ଉପରେ ତୋଳି ରୋଉ ଥିବା ଦୃଶ୍ୟ ଦେଖିବାକୁ ମିଳିଛି।ଏହା ଝରିଗାଁ ସଦର ର ମୁଖ୍ୟ ବାଇପାସ ରାସ୍ତା ଭାବେ ଲୋକେ ନିର୍ଭର କରି ଆସୁଥିବା ବେଳେ ଝରିଗାଁ ଉମରକୋଟ ମୂଖ୍ୟ ରାସ୍ତାର ବି ଇ ଓ କାର୍ଯ୍ୟାଳୟ ଚାରି ଛକ ଠାରୁ ପ୍ରାୟ ଦେଢ କିମି ରାସ୍ତା ପାଣି କାଦୁଅ ଛୋଟ ବଡ଼ ଗାତ ସୃଷ୍ଟି ହୋଇ ଯାନବାହନ ଏବଂ ଲୋକଙ୍କ ଯାତାୟାତ ରେ ଯମଯନ୍ତ୍ରଣା ଭୋଗୁଥିବା ଦେଖିବାକୁ ମିଳୁଛି। ଏହି ବାଇପାସ୍ ରାସ୍ତା ସାପ୍ତାହିକ ହାଟପଦା ଦେଇ ମୁଖ୍ୟ ରାସ୍ତା କୁ ସଂଯୋଗ କରୁଥିବା ବେଳେ ଲ୍ୟାମ୍ପ କାର୍ଯ୍ୟାଳୟ ଠାରେ ମୁଖ୍ୟ ରାସ୍ତା କୁ ସଂଯୋଗ କରୁଛି। ତିନିବର୍ଷ ତଳେ ତିଆରି ହୋଇଥିବା ଅଣ ଆସାରିଆ ସି ସି ରୋଡ ପାଲଟିଛି କଞ୍ଚା ରାସ୍ତାରେ। ପାନୀୟ ଜଳ ଯୋଗାଣ ପାଇଁ ରାସ୍ତାର ଉଭୟ ପାର୍ଶ୍ବରେ ଗାତ ଖୋଳା ହୋଇ ପାଇପ ପୋତା ଯାଇଥିଲା। ଅନ୍ୟପଟେ ନିମ୍ନ ମାନର ଡ୍ରେନ ନିର୍ମାଣ ହୋଇଥିଲା। ପାଇପ ଲାଇନ୍ ବିଛାଇଥିବା ବେଳେ ଖୋଳା ଯାଇଥିବା ଗାତ ର ମାଟି ସ୍ତର ସ୍ତର ହୋଇ ରାସ୍ତାରେ ପଡ଼ି ରହିଲା। ବର୍ଷା ଯୋଗୁଁ ମାଟି ରାସ୍ତା ସାରା ଖେଳେଇ ଯାଇ କାଦୁଆମୟ ହୋଇଥିବା ବେଳେ ଲୋକଙ୍କ ଯାତାୟତରେ ଅସୁବିଧା ଲାଗି ରହିଲା। ବର୍ତମାନ ଡ୍ରେନ ସ୍ଥାନେ ସ୍ଥାନେ ଭାଙ୍ଗି ନଷ୍ଟ ହୋଇଥିବା ବେଳେ ଡ୍ରେନ ପାଣି ନିଷ୍କାସନ ବ୍ୟବସ୍ଥା ନଥିବା ଯୋଗୁଁ ଆବର୍ଜ୍ଜନା ବର୍ଜ୍ୟବସ୍ତୁ ସହ ଅସନା ପାଣି ରାସ୍ତାରେ ଭାସୁଛି। ଛୋଟ ବଡ ଗାତ ସୃଷ୍ଟି ହୋଇ ପାଣି ଜାମ ରହୁଛି। ବୃଦ୍ଧ ବୃଦ୍ଧା,ସ୍କୁଲ ଛାତ୍ରଛାତ୍ରୀ ଗୁରୁତର ରୋଗୀ ଗର୍ଭବତୀ ମହିଳା ଏହି ରାସ୍ତାରେ ଗଲାବେଳେ ନାହିଁ ନଥିବ ସମସ୍ୟା ଭୋଗୁଛନ୍ତି। ଚାଲିଲେ କାଦୁଅ ପାଣି ଛିଟା ପିଠିରେ ପଡୁଛି। ଯାନବାହାନ ଚଳାଚଳ ବେଳେ ଲୋକଙ୍କ ଉପରେ ଛିଟିକି ପଡ଼ୁଛି କାଦୁଅ ପାଣି। ସି ସି ରୋଡ ପରିବର୍ତ୍ତେ ଏହା ମାଟି ରାସ୍ତା ରେ ପରିଣତ ହୋଇଛି। ୱାର୍ଡ ବାସୀଙ୍କ ଦାବି ପରେ ଚାରି ମାସ ତଳେ ସରପଞ୍ଚ ଡ୍ରେନ ପରିଷ୍କାର କରିଥିଲେ। ବର୍ଷା ଋତୁ ଆସିବା ପରେ ଲଗାଣ ବର୍ଷାରେ ରାସ୍ତା ବେହାଲ ହୋଇଛି। ତେଣୁ ଧାନ ତୋଳି ରୋଇ ମହିଳା ପ୍ରତିବାଦ କହିଛନ୍ତି। ତୁରନ୍ତ ପକ୍କା ରାସ୍ତା ନିର୍ମାଣ କରିବାକୁ ପଞ୍ଚାୟତ ପ୍ରଶାସନ କୁ ଦାବି କରିଛନ୍ତି ତାଲିଆମ୍ବା ୱାର୍ଡବାସୀ।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

like

dislike

love

funny

angry

sad

wow