ରାସ୍ ରଙ୍ଗ ମହୋତ୍ସବ–୨୦୨୬ ଧୁମଧାମରେ ପାଳିତ ଶାସ୍ତ୍ରୀୟ ଓ ଲୋକନୃତ୍ୟର ମନୋମୁଗ୍ଧକର ପରିବେଷଣରେ ଝୁମିଲା ଟାଉନ ହଲ୍

Jun 03, 2026 - 10:09
0 15
ରାସ୍ ରଙ୍ଗ ମହୋତ୍ସବ–୨୦୨୬ ଧୁମଧାମରେ ପାଳିତ ଶାସ୍ତ୍ରୀୟ ଓ ଲୋକନୃତ୍ୟର ମନୋମୁଗ୍ଧକର ପରିବେଷଣରେ ଝୁମିଲା ଟାଉନ ହଲ୍

ଭବାନୀପାଟଣା, ତା.୩ l୬ (ଷ୍ଟାର ନ୍ୟୁଜ୍ ଓଡିଶା):
ସକ୍ଷମ ନୃତ୍ୟ ଏକାଡେମୀ ପକ୍ଷରୁ ସ୍ଥାନୀୟ ଟାଉନ ହଲ୍‌ରେ ଜାତୀୟ ଶାସ୍ତ୍ରୀୟ ଓ ଲୋକନୃତ୍ୟ ମହୋତ୍ସବ “ରାସ୍ ରଙ୍ଗ ମହୋତ୍ସବ–୨୦୨୬” ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି। ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବା କଳାକାରମାନେ ନିଜ ନୃତ୍ୟ ପ୍ରତିଭା ପ୍ରଦର୍ଶନ କରି ଦର୍ଶକଙ୍କ ମନ ମୋହିଥିଲେ।
ପୂର୍ବାହ୍ନ ୧୦ଟାରେ ନୃତ୍ୟ ପ୍ରତିଯୋଗିତାର ଶୁଭାରମ୍ଭ ହୋଇଥିଲା। ବରିଷ୍ଠ ନାଟ୍ୟକାର ଉମେଶ ଚନ୍ଦ୍ର ଶତପଥୀ, ସଙ୍ଗୀତ ନାଟକ ଏକାଡେମୀ ସଦସ୍ୟ ଚିନ୍ତୁ ପ୍ରସାଦ ନାଏକ ଓ ବରିଷ୍ଠ କଳାକାର ଅବଦୁଲ କାଦିର ଯୋଗଦେଇ କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ। ଏହାପରେ ବିଭିନ୍ନ ବର୍ଗର ନୃତ୍ୟ ପ୍ରତିଯୋଗିତା ଆରମ୍ଭ ହୋଇଥିଲା। ସୌରଭ ମହାପାତ୍ର ସମଗ୍ର କାର୍ଯ୍ୟକ୍ରମକୁ ସୁଚାରୁ ଭାବେ ସଞ୍ଚାଳନ କରିଥିଲେ।
ସନ୍ଧ୍ୟା ୭ଟାରେ ସଭା କାର୍ଯ୍ୟକ୍ରମ ଓ ସାଂସ୍କୃତିକ ସନ୍ଧ୍ୟା ଆରମ୍ଭ ହୋଇଥିଲା। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ମୁଖ୍ୟ ଅତିଥି, ପରମେଶ୍ୱର ମୁଣ୍ଡ ମୁଖ୍ୟ ବକ୍ତା, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଶିକ୍ଷାବିତ୍ ଡ. ଅଜୟ ମିଶ୍ର, ସଂସ୍କୃତି ଗବେଷକ ଧ୍ୟାନାନନ୍ଦ ପଣ୍ଡା ଏବଂ ଏକାଡେମୀର ଉପଦେଷ୍ଟା ରଞ୍ଜୁଲତା ବାରିକ ସମ୍ମାନିତ ଅତିଥି ଭାବେ ଯୋଗଦେଇ କଳା ଓ ସଂସ୍କୃତିର ସୁରକ୍ଷା ଏବଂ ପ୍ରସାର ଉପରେ ମତବ୍ୟକ୍ତ କରିଥିଲେ।
ସକ୍ଷମ ନୃତ୍ୟ ଏକାଡେମୀର ସଭାପତି ଲିପସାରାଣୀ ବାରିକ ସଭାପତିତ୍ୱ କରିଥିଲେ। ଏହି ଅବସରରେ କଳାହାଣ୍ଡିର ବିଶିଷ୍ଟ ଓଡ଼ିଶୀ ନୃତ୍ୟ ଗୁରୁ ସତ୍ୟବାନ ପ୍ରଧାନୀଙ୍କୁ “ଶାସ୍ତ୍ରୀୟ ନୃତ୍ୟ ଓଡ଼ିଶୀ ସମ୍ମାନ”, ମୂର୍ଣ୍ମୟୀ ଦାଶଙ୍କୁ “ସକ୍ଷମ ଲୋକନୃତ୍ୟ ସମ୍ମାନ” ଏବଂ ଏକାଡେମୀର ପ୍ରଥମ ଛାତ୍ରୀ ଶ୍ରୀୟଶ୍ରୀ ପଟ୍ଟନାୟକଙ୍କୁ “ସକ୍ଷମ ପ୍ରତିଭା ସମ୍ମାନ” ପ୍ରଦାନ କରାଯାଇଥିଲା।
ଏହା ସହିତ ସିମରନ୍ ସାହୁ, ରେଣୁ ବିଶି, ଆସ୍ଥା ସମୃଦ୍ଧି ପଣ୍ଡା, ପଲକ କୁମାର, ତୁଷାର ଧଙ୍ଗଡା ମାଝୀ ଓ ପ୍ରେମଚାନ୍ଦ ପ୍ରାଙ୍ଗଣିଆଙ୍କୁ ନିଜ ନିଜ କଳା କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ସମ୍ମାନିତ କରାଯାଇଥିଲା।
ସାଂସ୍କୃତିକ ସନ୍ଧ୍ୟାରେ ଓଡ଼ିଶୀ, କୁଚିପୁଡ଼ି, କଥକ, ଭରତନାଟ୍ୟମ୍, ସିଙ୍ଗାରି ଓ ବିଭିନ୍ନ ଲୋକନୃତ୍ୟ ପରିବେଷଣ କରାଯାଇଥିଲା। ପ୍ରତିଭା ଅନୁଷ୍ଠାନ ପକ୍ଷରୁ ବାଜାଶାଲ ନୃତ୍ୟ ମଧ୍ୟ ଦର୍ଶକଙ୍କୁ ବେଶ୍ ଆକର୍ଷିତ କରିଥିଲା।
ସନ୍ଧ୍ୟାର ବିଶେଷ ଆକର୍ଷଣ ଥିଲା ଗଜପତି ଜିଲ୍ଲାର କୁଚିପୁଡ଼ି ନୃତ୍ୟଶିଳ୍ପୀ ଉର୍ମିଳା ପଟ୍ଟନାୟକଙ୍କ ମନୋମୁଗ୍ଧକର ପରିବେଷଣ ଏବଂ ଭୁବନେଶ୍ୱରରୁ ଆସିଥିବା ସତ୍ୟପ୍ରକାଶ ମଲ୍ଲିକଙ୍କ ଓଡ଼ିଶୀ ନୃତ୍ୟ। ଉଭୟଙ୍କ ଅଭିନୟ ଓ ନୃତ୍ୟ ଶୈଳୀ ଦର୍ଶକଙ୍କୁ ଶେଷ ପର୍ଯ୍ୟନ୍ତ ମନ୍ତ୍ରମୁଗ୍ଧ କରି ରଖିଥିଲା। ଟାଉନ ହଲ୍‌ରେ ଅଗଣିତ ଦର୍ଶକଙ୍କ ଉପସ୍ଥିତି ଏବଂ କରତାଳି କଳାକାରମାନଙ୍କ ଉତ୍ସାହକୁ ଦ୍ୱିଗୁଣିତ କରିଥିଲା।
ଆକାଶବାଣୀ ଉଦ୍‌ଘୋଷିକା ନମିତା ମିଶ୍ର ସଭା କାର୍ଯ୍ୟ ସଂଯୋଜନା କରିଥିବାବେଳେ ସୌରଭ ମହାପାତ୍ର, ପ୍ରିୟଙ୍କା ପ୍ରଧାନ, ନୀତିନ ନାଏକ, ରୂପଜ୍ୟୋତି ପାଣିଗ୍ରାହୀ, ନିକି ଦୀପ ଓ ଅର୍ଚ୍ଚିତା ବାରିକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ଶେଷରେ ସକ୍ଷମ ନୃତ୍ୟ ଏକାଡେମୀର ସମ୍ପାଦକ ଆଲୋକ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ସଫଳତାରେ ସସ୍ମିତା ମହାନ୍ତି, ସଙ୍ଗୀତ ରାଉତ, ଶ୍ୱେତାରାଣୀ ପାତ୍ର, ତରୁଣ ଦୁର୍ଗା, ତାପସ ସାହୁ, ରବି କୁମାର ସେଠୀ, ରିମା ବାଗ, ଗୌରୀଶଙ୍କର ଦୁର୍ଗା, କୀର୍ତ୍ତିକାନ୍ତ, ସତ୍ୟଜିତ ଦାସ, ଏସ୍‌. ସୁଧୀର, ସଙ୍ଗୀତା ପରିଡ଼ା, ଶୁଭଲକ୍ଷ୍ମୀ ସାହୁ, ଗୀତାଞ୍ଜଳି ଦୋରା, ଆଲିଶା ଭୂଜବଲ, ସ୍ୱାଧୀନତା ମିଶ୍ର, ନମିତା ଚୌଧୁରୀ, ରେବତୀ ବିଶି ଓ କୁନ୍ତଳା ମାଝୀ ପ୍ରମୁଖ ସହଯୋଗ କରିଥିଲେ।
 କଳାହାଣ୍ଡି ଜିଲ୍ଲା ପ୍ରତିନିଧି, ଵିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ,ଷ୍ଟାର ନ୍ୟୁଜ୍ ଓଡିଶା।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User