ଶତ ପ୍ରତିଶତ ଦିବ୍ୟାଙ୍ଗଙ୍କ ଭତ୍ତା ଟଙ୍କା ଅଟକିଲା କେଉଁଠି? ତିନି ମାସର ଭତ୍ତା ନ ମିଳିବାରୁ ପରିବାରର ଅଭିଯୋଗ, ତଦନ୍ତ ଦାବି
ଗୋଲାମୁଣ୍ଡା: ତା. ୧୪/୦୨( ଷ୍ଟାର ନିୟୁଜ ଓଡିଶା (କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ମାନଝରି ଗ୍ରାମ ପଞ୍ଚାୟତର ତୁମୁରା ଗ୍ରାମ ହଂସପଡ଼ାରେ ଜଣେ ଶତ ପ୍ରତିଶତ ଦିବ୍ୟାଙ୍ଗ ମହିଳାଙ୍କ ଭତ୍ତା ଟଙ୍କା ତିନି ମାସ ଧରି ନ ମିଳିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।
ତୁମୁରା ଗ୍ରାମ, ଯାହା ଗୋଲାମୁଣ୍ଡା ପଞ୍ଚାୟତ ସମିତି କାର୍ଯ୍ୟାଳୟରୁ ପ୍ରାୟ ତିନି କିଲୋମିଟର ଦୂରରେ ଅବସ୍ଥିତ, ସେଠାରେ ବସବାସ କରୁଥିବା ୪୩ ବର୍ଷୀୟା କୁନ୍ତଳା ହଂସ (ପିତା – ସ୍ୱର୍ଗତ ଉଦ୍ଧବ ହଂସ) ଶତ ପ୍ରତିଶତ ଦିବ୍ୟାଙ୍ଗ। ସେ ଶୁଣିବା ଓ କଥା କହିବାରେ ଅସମର୍ଥ ଥିବା ସତ୍ତ୍ୱେ ସରକାରୀ ଦିବ୍ୟାଙ୍ଗ ଭତ୍ତା ଯୋଜନାରେ ପୂର୍ବରୁ ପ୍ରତିମାସ ୧୨୦୦ ଟଙ୍କା ପାଉଥିଲେ।
କିନ୍ତୁ ଅଭିଯୋଗ ଅନୁଯାୟୀ, ୨୦୨୫ ମସିହାର ଜାନୁଆରୀ, ଫେବୃଆରୀ ଓ ମାର୍ଚ୍ଚ – ଏହି ତିନି ମାସର ଭତ୍ତା ଟଙ୍କା ସେ ପାଇନାହାନ୍ତି। ସମ୍ପୃକ୍ତ ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀଙ୍କ ସହିତ ପରିବାର ଯୋଗାଯୋଗ କରିଥିବାବେଳେ, ଟଙ୍କା ହିତାଧିକାରୀଙ୍କ ଖାତାକୁ ପଠାଯାଇଥିବା କୁହାଯାଇଥିଲେ ମଧ୍ୟ, କୁନ୍ତଳା ହଂସ ଟଙ୍କା ପ୍ରାପ୍ତ ନ କରିଥିବା ଜଣାଇଛନ୍ତି।
ଏହି ପରିସ୍ଥିତିରେ ଭତ୍ତା ଟଙ୍କା କେଉଁଠି ଅଟକିଗଲା ଓ ବାଟ ମାରଣା ହୋଇଛି କି ନାହିଁ ବୋଲି ପ୍ରଶ୍ନ ଉଠିଛି।
କୁନ୍ତଳା ହଂସଙ୍କ ଭାଇ ରିଖି ହଂସ ବ୍ଲକ ପ୍ରଶାସନଙ୍କୁ ତତ୍କାଳ ତଦନ୍ତ କରି ବାକି ଥିବା ତିନି ମାସର ଭତ୍ତା ଟଙ୍କା ପ୍ରଦାନ କରିବା ସହ ଯଦି କୌଣସି ଅନିୟମିତତା ଥାଏ, ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁଙ୍କ ରିପୋର୍ଟ


What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)