ଷୋହଳ ପ୍ରହର ଅଖଣ୍ଡ ନାମ ଯଜ୍ଞର କଳସ ଯାତ୍ରା ମହା ସମାରୋହରେ ପାଳିତ ।

May 29, 2025 - 21:16
 0  19
ଷୋହଳ ପ୍ରହର ଅଖଣ୍ଡ ନାମ ଯଜ୍ଞର କଳସ ଯାତ୍ରା ମହା ସମାରୋହରେ ପାଳିତ ।

ଗୋଲାମୁଣ୍ଡା,୨୯l୫(ଷ୍ଟାରନିୟୁଜ ଓଡିଶା): ଗୁରୁବାର ଦିନ ବିଶ୍ୱର ମଙ୍ଗଳ କାମନା ନିମନ୍ତେ ଅନେକ ସ୍ଥାନରେ ନାମ ଯଜ୍ଞ, ମହାଭାରତ ପାରାୟଣ, ଜ୍ଞାନ ଯଜ୍ଞ ଅନୁଷ୍ଠିତ ହେଉଥିବା ବେଳେ ଆଜି ଗୋଲାମୁଣ୍ଡା ବ୍ଲକରେ ଅପରାହ୍ନ ୪ ଘଣ୍ଟା ୪୫ ମି ମଧ୍ୟେ ଷୋହଳ ପ୍ରହର ଅଖଣ୍ଡ ନାମ ଯଜ୍ଞ କଳସ ଯାତ୍ରା ଦେଖିବାକୁ ମିଳିଛି । କାଳ ବୈଶାଖୀ ପାଗକୁ ଖାତିର ନକରି ଅଞ୍ଚଳର ଶହ ଶହ ମହିଳା ନିଜ ନିଜ ମୁଣ୍ଡରେ ଶୁଭ କଳସ ଧାରଣ କରି ହୁଳହୁଳୀ ଏବଂ ସଂକୀର୍ତ୍ତନ ମଣ୍ଡଳୀ ବାଦ୍ୟରେ କମ୍ପିତ ହେଉଥିଲା ଗୋଲାମୁଣ୍ଡା ସହର । ହଜାର ହଜାର ଭକ୍ତଙ୍କ ଭିଡ଼ରେ ଭକ୍ତି ଓ ଭାବମୟ ପରିବେଶ ଦେଖିବାକୁ ମିଳିଛି । ଉକ୍ତ କଳସ ଯାତ୍ରାରେ ଶିବ ମନ୍ଦିର ନିକଟସ୍ଥ ଗଙ୍ଗା ସାଗର ପୋଖରୀର ଜଳକୁ ପୂଜକ ଶୁକଦେବ ମୁଣ୍ଡଙ୍କ ଦ୍ଵାରା ପୁଜା ବିଧି କରି କଳସରେ ଭର୍ତ୍ତି କରିବା ସହ ଜଗନ୍ନାଥ ମନ୍ଦିର ପ୍ରହରି ମଣ୍ଡପ ଠାରେ କଳସ ସ୍ଥାପନ କରି ଥିବା ଦୃଶ୍ୟ ଅତ୍ୟନ୍ତ ଆଗ୍ରହ ଓ ମନୋରମ ଥିଲା । ଉକ୍ତ ଷୋହଳ ପ୍ରହର ଅଖଣ୍ଡ ନାମ ଯଜ୍ଞ କମିଟିର ସଭାପତି ଶ୍ରୀଯୁକ୍ତ ଘନଶ୍ୟାମ ନାଏକ, ଉପ ସଭାପତି ଅଭିରାମ ନାଏକ, ସମ୍ପାଦକ ହେମନ୍ତ ନାଏକ, ସହ ସଂପାଦକ କୁମର ରଣା, କୋଷାଧକ୍ଷ ଟଙ୍କଧର ନାଏକ, ଡମ୍ବ ନାଏକ ଓ କର୍ତ୍ତା ଭାବେ ଶ୍ରୀ ମତି ରିତା କଟା ଓ ଭୂର୍ଷା କଟା ତଥା ଗ୍ରାମ ବାସୀଙ୍କ ଦ୍ଵାରା ଅନୁଷ୍ଠିତ ହୋଇଛି ପବିତ୍ର ଷୋହଳ ପ୍ରହର ଅଖଣ୍ଡ ନାମ ଯଜ୍ଞର କଳସ ଯାତ୍ରା । ଅପରାହ୍ନେ ଅଧିବାସ ଓ ଆସନ୍ତା ତା- ୩୦/୫/ଶୁକ୍ରବାର ସକାଳ ୭ ଘଣ୍ଟା ୪୫ ମିନିଟରୁ ମହାମନ୍ତ୍ର ନାମ ଆରମ୍ୱ ହୋଇ ତା ୦୧/୬/୨୦୨୫ ରବିବାର ସକାଳ ୭ ଘଣ୍ଟା ୪୫ମିନିଟରେ ନାମ ସମାପନ ଓ ପୂର୍ଣ୍ଣାହୁତି ସହ ଦଧିହାଣ୍ଡି ଭଗ୍ନ ହେବାର ସ୍ଥିରୀକୃତ ହୋଇ ଥିବା ବେଳେ ବହୁ ଦୂର ଦୁରଦୁରାନ୍ତରୁ ସଂକୀର୍ତ୍ତନ ମଣ୍ଡଳୀ ଦଳ ଆସି ନିଜ ନିଜର ରଣକୌଶଳ ପ୍ରଦର୍ଶନ କରିବେ।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ୍

What's Your Reaction?

like

dislike

love

funny

angry

sad

wow