ସଂରକ୍ଷିତ ଜଙ୍ଗଲରେ ନୂତନ ଘର ନିର୍ମାଣକୁ ବାରଣ କରିବାରୁ ଫରେଷ୍ଟ ଗାର୍ଡଙ୍କୁ ମୁଣ୍ଡଫଟା ମାଡ, ଖବର ପାଇ ଡିଏଫ୍ଓ ଓ ଝରିଗାଁ ଏଏସଆଇ ଙ୍କ ତଦନ୍ତ ।

May 16, 2025 - 20:28
0 75

ଝରିଗାଁ,୧୬l୫( ଷ୍ଟାର ନିୟୁଜ ଓଡ଼ିଶା): ନବରଙ୍ଗପୁର ଜିଲ୍ଲା ଝରିଗାଁ ସଂରକ୍ଷିତ ଜଙ୍ଗଲ ଅନ୍ତର୍ଗତ ହାତିବାଡି ଗ୍ରାମର ଜଗନ୍ନାଥ ସାନ୍ତା ବେନିୟମ ଭାବେ ମାଟି ଓ ଇଟା ଦ୍ୱାରା ଘର ନିର୍ମାଣ କରୁଥିଲେ।କୌଣସି ପ୍ରକାରେ ଝରିଗାଁ ବନ ବିଭାଗ ଖବର ପାଇ ଝରିଗାଁ ଫରେଷ୍ଟର,ଫରେଷ୍ଟ ଗାର୍ଡ,ୱାଇଲଡ ଲାଇଫ ଟିମ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଥିଲେ ଏବଂ ସଂରକ୍ଷିତ ଜଙ୍ଗଲରେ ନୂତନ ଘର ନିର୍ମାଣକୁ ନେଇ ବାରଣ କରିଥିଲେ।ତେବେ ଜଗନ୍ନାଥ ସାନ୍ତାଙ୍କ ପରିବାର ସହ ବନ ବିଭାଗ କର୍ମଚାରୀ ମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା।ଏହା ପରେ ଜଗନ୍ନାଥ ସାନ୍ତାଙ୍କ ସହ ପୁଅ କୃଷ୍ଟ ସାନ୍ତା ଏବଂ ସେଠାରେ କାମ କରୁଥିବା ଅନ୍ୟ ଦୁଇ ଜଣ ଶ୍ରମିକ ବନ ବିଭାଗ କର୍ମଚାରୀ ଉପରେ ଆକ୍ରମଣ କରିଥିଲେ।ଆକ୍ରମଣରେ ଫରେଷ୍ଟ ଗାର୍ଡ ରାଜୁ ମଣ୍ଡଳ ତଳେ ପଡିଯିବାର ସୁଯୋଗ ପାଇ ଜଗନ୍ନାଥ ସାନ୍ତା ଇଟା ସାହଯ୍ୟରେ ରାଜୁଙ୍କୁ ଆକ୍ରମଣ କରିଥିଲେ।ଫଳରେ ରାଜୁଙ୍କ ମୁଣ୍ଡରେ ଗଭୀର ଆଘାତ ହୋଇଥିଲା।ସେହିପରି ବନ କର୍ମଚାରୀ ମାନଙ୍କୁ ମଧ୍ୟ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।ଯେକୌଣସି ପ୍ରକାରେ ସେଠାରୁ ଫେରି ଆସି ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରାଜୁ ମଣ୍ଡଳଙ୍କ ଚିକିତ୍ସା କରାଇଥିଲେ।ଘଟଣା ନେଇ ରେଞ୍ଜର ଗୋବିନ୍ଦ ନାୟକ ଡ଼ିଏଫଓ ଶୁଭେନ୍ଦୁ ପ୍ରସାଦ ବେହେରାଙ୍କୁ ଅବଗତ କରାଇବା ପରେ ତୁରନ୍ତ ଝରିଗାଁ ଆସି ଘଟଣାର ତଦନ୍ତ କରିଥିଲେ।ସେହିପରି ରାଜୁ ଘଟଣା ନେଇ ଝରିଗାଁ ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ଝରିଗାଁ ଥାନା କେସ ନମ୍ବର ୭୬/୨୦୨୫ ରେ ଏକ ମାମଲା ରୁଜୁ କରାଯାଇଛି l ଥାନା ଅଧିକାରୀ ପ୍ରଦୀପ କୁମାର ଶବର ଘଟଣା ସଂପର୍କରେ ତଦନ୍ତ ଚଳାଇଛନ୍ତି l

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

Like Like 0
Dislike Dislike 0
Love Love 0
Funny Funny 1
Wow Wow 0
Sad Sad 0
Angry Angry 0

Comments (0)

User