ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ଫୁଲବାଣୀରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ।

Sep 13, 2025 - 18:40
 0  41
ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ଫୁଲବାଣୀରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ।

ଫୁଲବାଣୀ,୧୩l୯(ଷ୍ଟାର ନିୟୁଜ):ଓଡ଼ିଶା ରେଡ଼କ୍ରସ୍ ରାଜ୍ୟ ଶାଖାର ଯୁବ ରେଡକ୍ରସ୍ ଆନୁକୁଲ୍ୟରେ ବିଶ୍ଵ ପ୍ରାଥମିକ ଚିକିତ୍ସା ଦିବସ ଆଜି ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟ ଫୁଲବାଣୀରେ ଅଧ୍ୟକ୍ଷ ଡ଼. ସୁବାସ ଚନ୍ଦ୍ର ପ୍ରଧାନଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଅଛି। ମହାବିଦ୍ୟାଳୟ ର ଯୁବ ରେଡ଼କ୍ରସ୍ ଶାଖା ପକ୍ଷରୁ ଏହି ଦିବସ ଅବସରରେ ଏକ କର୍ମଶାଳା ଆୟୋଜନ କରାଯାଇଥିଲା।ସ୍ଥାନୀୟ ସରକାରୀ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲ ର କମ୍ୟୁନିଟି ମେଡିସିନ୍ ବିଭାଗ ର ସହକାରୀ ପ୍ରଫେସର୍ ଡ଼ଃ ମଞ୍ଜୀତ ମହାନ୍ତି ମୁଖ୍ୟ ବକ୍ତା ଭାବେ ଏହି ଦିବସରେ ଯୋଗ ଦେଇଥିଲେ। ଡ଼ ମହାନ୍ତି ଉପସ୍ଥିତ ଯୁବ ରେଡକ୍ରସ୍ ସ୍ବେଚ୍ଛାସେବୀ, ଛାତ୍ରଛାତ୍ରୀ ଏବଂ ସମସ୍ତ ଅଧ୍ୟାପକ ବୃନ୍ଦଙ୍କୁ ଜଳବାୟୁ ପରିବର୍ତ୍ତନରେ ପ୍ରାଥମିକ ଚିକିତ୍ସା ର ଗୁରୁତ୍ୱପୂର୍ଣ୍ଣ ଭୂମିକା ବିଷୟରେ ଅବଗତ କରାଇଥିଲେ। ଏହା ସହିତ ହିଟ୍ ଷ୍ଟ୍ରୋକ, ସାପ କାମୁଡା, ଭୂସ୍ଖଳନ, ବନ୍ୟା ଇତ୍ୟାଦି ପରିସ୍ଥିତିରେ ରେ ଡ଼ାକ୍ତରଖାନା ପହଞ୍ଚିବା ପର୍ଯ୍ୟନ୍ତ କିପରି ଭାବରେ ପ୍ରାଥମିକ ଚିକିତ୍ସା ଦିଆ ଯାଇପାରିବ ସେ ବିଷୟରେ ତାଲିମ୍ ମଧ୍ୟ ଦେଇଥିଲେ। ମହାବିଦ୍ୟାଳୟ ତରଫରୁ ଡ଼. ମହାନ୍ତି ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପରିଶେଷରେ ନବ ନିଯୁକ୍ତ ଯୁବ ରେଡ଼କ୍ରସ୍ ପରାମର୍ଶଦାତା ଶ୍ରୀ ଶଙ୍କର ଦଳାଇ ଧନ୍ୟବାଦ ଜ୍ଞାପନ କରିଥିଲେ। ଜିଲ୍ଲା ଯୁବ ରେଡ଼କ୍ରସ୍ ଅଧିକାରୀ ତଥା ସହକାରୀ ପ୍ରଫେସର୍ ଡ଼. ଅଭିପ୍ସା ବଳ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

What's Your Reaction?

like

dislike

love

funny

angry

sad

wow

SUJAYA EDITOR