ସାତ ଦଫା ଦାବି ନେଇ ପେନସନ ଧାରୀଙ୍କ ଦାବିପତ୍ର ପ୍ରଦାନ।
ଝରିଗାଁ,୭l୧୧(ଷ୍ଟାର ନିୟୁଜ ଓଡିଶା ): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ପେନସନ ଧାରୀ ମାନେ ସାତ ଦଫା ଦାବି ନେଇ ଆଜି ଝରିଗାଁ ତହସିଲଦାର ଏବଂ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।ପ୍ରଥମେ ଝରିଗାଁ ବ୍ଳକର ଶହ ଶହ ପେନସନ ଧାରୀ ଝରିଗାଁ ତହସିଲ କାର୍ଯ୍ୟାଳୟ ନିକଟରେ ଏକତ୍ରିତ ହୋଇଥିଲେ।ସେଠାରେ ଏକ ପ୍ରତିବାଦ ସଭାର ଆୟୋଜନ ହୋଇଥିଲା।ପରେ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଝରିଗାଁ ତହସିଲଦାର ସୁମନ୍ତ ପାତ୍ରଙ୍କୁ ସାତ ଦଫା ଦାବି ନେଇ ଏକ ଦାବିପତ୍ର ପ୍ରଦାନ କରିଥିଲେ।ସେହିପରି ଝରିଗାଁ ବ୍ଲକ କାର୍ଯ୍ୟାଳୟ ଆସି କେସିୟର ବିବେବ ନାୟକଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।ସାତ ଦଫା ଦାବି ପତ୍ରରେ ସମସ୍ତ ପେନସନ ଧାରୀ ମାନଙ୍କୁ ମାସିକ ୩ ହଜାର ଟଙ୍କା ପ୍ରଦାନ,ମାଗଣା ବିଦ୍ୟୁତ ଯୋଗାଣ,ପୂର୍ବ ଭଳି ହାତକୁ ହାତ ଭତ୍ତା ପ୍ରଦାନ,ଅନ୍ତ୍ୟଦୟ ଯୋଜନାରେ ଗୃହ ଯୋଗାଣ,୨୦ କିଲୋଗ୍ରାମ ଚାଉଳ ପ୍ରଦାନ,ସ୍ୱତନ୍ତ୍ର ବ୍ୟକ୍ତିଗତ ପରିଚୟ ପତ୍ର ପ୍ରଦାନ ଭଳି ବିଭିନ୍ନ ଦାବି ଉଲ୍ଲେଖ ରହିଥିଲା।ଏହି କାର୍ଯ୍ୟକ୍ରମରେ ଝରିଗାଁ ବ୍ଲକ ସଭାନେତ୍ରୀ ସୂର୍ଯ୍ୟ ସାନ୍ତା,ସମ୍ପାଦିକା ଉର୍ମିଳା ସାହୁ, ମୁକ୍ତା ଦଳେଇ, ଜିଲ୍ଳା ସଂଘଟକ ଦୟାନିଧି ସୁନା,ମୁଖ୍ୟ ଜିଲ୍ଲା ଉପଦେଷ୍ଟା ରାଜେଶ ଜାନୀ,ଉପଦେଷ୍ଟା ଅଲେଖ କୂଳଦୀପ, ହରି ସାନ୍ତା,ହରି ଶଙ୍କର ମାଝୀ, ସମାଜସେବୀ ପାର୍ବତୀ ଧାରୁଆ,ନୂଆଖାଉ ଭତ୍ରା, ଶୁଶିଳା ମାଝୀ,ସୁଭଦ୍ରା ମାଝୀ, ବୈଶାଖୀ ଗୌଡ଼,ସୁଭଦ୍ରା କମାର, ଭାନୁମତି ଗୌଡ଼,ଧନମତି ପୂଜାରୀ, ତ୍ରିନାଥ ହରିଜନ, ସନାଦୀ ଗୌଡ଼ ପ୍ରମୁଖ ସହ ଶହ ଶହ ପେନସନ ଧାରୀ ଉପସ୍ଥିତ ଥିଲେ।
ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।
What's Your Reaction?