ସୋନମ ୱାଙ୍ଗଚୁକଙ୍କ ସମର୍ଥନରେ କଳାହାଣ୍ଡିରେ ୧୨ ଘଣ୍ଟିଆ ଉପବାସ

Jul 21, 2026 - 08:09
 0  22
ସୋନମ ୱାଙ୍ଗଚୁକଙ୍କ ସମର୍ଥନରେ କଳାହାଣ୍ଡିରେ ୧୨ ଘଣ୍ଟିଆ ଉପବାସ

ଭବାନୀପାଟଣା, ୨୧/୦୭ (ଷ୍ଟାରନ୍ୟୁଜ୍ ଓଡ଼ିଶା): ପରିବେଶ ସୁରକ୍ଷା, ସାମ୍ବିଧାନିକ ଅଧିକାରର ସଂରକ୍ଷଣ ଓ ଜନସ୍ୱାର୍ଥ ସମ୍ବନ୍ଧୀୟ ବିଭିନ୍ନ ଦାବିକୁ ସମର୍ଥନ ଜଣାଇ ବିଶିଷ୍ଟ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକଙ୍କ ସମର୍ଥନରେ ‘ଦ ୟୁଥ ଅଫ କଳାହାଣ୍ଡି’ ପକ୍ଷରୁ ଭବାନୀପାଟଣା ଗାନ୍ଧୀଛକସ୍ଥିତ ଦଳିତ ସଭାସ୍ଥଳରେ ୧୨ ଘଣ୍ଟିଆ ଉପବାସ ସତ୍ୟାଗ୍ରହ ଅନୁଷ୍ଠିତ ହୋଇଛି।
ମହାତ୍ମା ଗାନ୍ଧୀ ଓ ଡ଼. ବି.ଆର୍. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ସଂଗଠନର ସଭାପତି ମନୀନ୍ଦ୍ର ମହାନ୍ତି, ସାଧାରଣ ସମ୍ପାଦକ ଅଗଷ୍ଟ ନାଏକଙ୍କ ସମେତ ବହୁ ସଦସ୍ୟ ଉପବାସରେ ସାମିଲ ହୋଇଥିଲେ। ଦିନବ୍ୟାପୀ କାର୍ଯ୍ୟକ୍ରମରେ ବହୁ ସମାଜସେବୀ, ଯୁବକ, ଛାତ୍ର, ମହିଳା ଓ ବୁଦ୍ଧିଜୀବୀ ଯୋଗଦେଇ ସୋନମ ୱାଙ୍ଗଚୁକଙ୍କ ପ୍ରତି ଏକାତ୍ମତା ପ୍ରକାଶ କରିଥିଲେ।

What's Your Reaction?

like

dislike

love

funny

angry

sad

wow

SUJAYA EDITOR