ହାତୀବାଡ଼ି ଗାଁରେ ସଶସ୍ତ୍ର ଡକାୟତି ଘଟଣା,ତଦନ୍ତରେ ସାଇଣ୍ଟିଫିକ ଟିମ ଓ ଅନୁସନ୍ଧାନୀ କୁକୁର ସାମିଲ।

Nov 27, 2025 - 22:02
Updated: 9 months ago
0 67
ହାତୀବାଡ଼ି ଗାଁରେ ସଶସ୍ତ୍ର ଡକାୟତି ଘଟଣା,ତଦନ୍ତରେ ସାଇଣ୍ଟିଫିକ ଟିମ ଓ ଅନୁସନ୍ଧାନୀ କୁକୁର ସାମିଲ।

ଝରିଗାଁ,୨୭l୧୧(ଷ୍ଟାର ନିୟୁଜ ଓଡିଶା): ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା ଅନ୍ତର୍ଗତ ହାତିବାଡ଼ି ଗ୍ରାମରେ ଗତ ମଙ୍ଗଳବାର ଦିନ ବିଳମ୍ବିତ ରାତିରେ ବଡ଼ ଧରଣର ଡକାୟତି ହୋଇଥିବା ବେଳେ ଝରିଗାଁ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଥିଲା।ତେବେ ଆଜି ପୁଣି ସାଇଣ୍ଟିଫିକ ଟିମ ଓ ଅନୁସନ୍ଧାନୀ କୁକର ସହାୟତାରେ ଅତିରିକ୍ତ ଏସ ପି ଆଦିତ୍ୟ ସେନ, ଉମରକୋଟ ଏସଡିପିଓ ଶୁଭେନ୍ଧୁ କୁମାର ଶବର, ଝରିଗାଁ ଥାନା ଅଧିକାରୀ ପ୍ରଦୀପ କୁମାର ଶବର ସହ ଏକ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।ସେହିପରି ଘଟଣା ସ୍ଥଳରୁ ଜୋତା, ଛୁରୀ ଏବଂ କିଛି ଖୁଚୁରା ଟଙ୍କା ଜବତ କରିବା ସହ ବିଭିନ୍ନ ସ୍ଥାନର ସିସି କେମେରା ଜାଞ୍ଜ କରୁଥିବା ସୂଚନା ମିଳିଛି।ଏଠାରେ ପ୍ରକାଶ ଯେ ହାତିବାଡି ଗ୍ରାମ ସାନ୍ତା ସାହିର ବ୍ୟବସାୟୀ ବିଭୁପଦ ସ୍ୱାଇଁ ଅମଳ ହୋଇ ଥିବା ମକା ଜଗିବା ପାଇଁ ଘର ଅଗଣାରେ ଶୋଇଥିଲେ।ତେବେ ଗତ ମଙ୍ଗଳବାର ଦିନ ବିଳମ୍ବିତ ରାତ୍ର ପ୍ରାୟ 1 ଘଣ୍ଟା ସମୟରେ ହଠାତ ମୁଖା ପିନ୍ଧା 8 ରୁ 10 ଜଣ ଦୁର୍ବୁତ୍ତ ଆସି ମାରଣାସ୍ତ୍ର ଦେଖାଇ ପ୍ରଥମେ ବିଭୁପଦଙ୍କୁ ଭୟଭୀତ କରାଇଥିଲେ ଏବଂ ବିଭୁପଦଙ୍କ ଗୋଡ଼ ହାତ ବାନ୍ଧି ମାଡ଼ ମାରି ଥିଲେ।ପରେ ଛୁରୀରେ ଆକ୍ରମଣ କରି ଭିବୁପଦ ଡାହାଣ ହାତର ମଝି ଆଙ୍ଗୁଳିରେ ପିନ୍ଧି ଥିବା ସୁନା ମୁଦି ଓ ଚେନ ନେଇ ଯାଇଥିଲେ।ଭିବୁପଦ ଚିତ୍କାର କରିବା ପରେ ଘର ଭିତରେ ଶୋଇ ଥିବା ସ୍ତ୍ରୀ ଲଷ୍ମୀପ୍ରିୟା କବାଟ ଖୋଳିବା ପରେ ଲଷ୍ମୀପ୍ରିୟଙ୍କୁ ଭୟଭୀତ କରାଇ ଘର ଭିତରୁ ପ୍ରବେଶ କରିଥିଲେ।ପରେ ଆଲମାରୀ ଭିତରେ ଥିବା ପ୍ରାୟ 3 ଲକ୍ଷ ଟଙ୍କା ସହ ଏକ ଶହ ଗ୍ରାମରୁ ଉର୍ଦ୍ଧ ସୁନା ସଂଗ୍ରହ କରି ନେଇ ଯାଉଥିଲେ।ଲଷ୍ମୀପ୍ରିୟା ପ୍ରତିରୋଧ କରିବା ଯୋଗୁଁ ଦୁର୍ବୁତ୍ତ ମାନେ ପିଠିରେ ଛୁରୀ ଭୁସି ଦେଇଥିଲେ।ଲଷ୍ମୀପ୍ରିୟା ଗୁରୁତର ହେବାପରେ ଦୁର୍ବୁତ୍ତ ମାନେ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ଫୋନ ନେଇ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲେ।ବର୍ତ୍ତମାନ ଲଷ୍ମୀପ୍ରିୟା କୋରାପୁଟ ବଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ସ୍ୱାସ୍ଥ୍ୟବସ୍ଥା ଠିକ ଥିବା ସୂଚନା ମିଳିଛି।ଅନ୍ୟପକ୍ଷେ ଝରିଗାଁ ପୋଲିସ ଦୁର୍ବୁତ୍ତ ମାନଙ୍କୁ ଧରିବା ପାଇଁ ପ୍ରୟାସ ଜାରି ରଖିଛି।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User