୧୦ ବର୍ଷରେ ୩ ହଜାରରୁ ଉର୍ଦ୍ଧ୍ବ ପ୍ରଧାନ ମନ୍ତ୍ରୀ ଆବାସ ଗୃହ ଅସମ୍ପୂର୍ଣ୍ଣ କାମ କରୁନି ବ୍ଲକ ପ୍ରଶାସନର ସଚେତନତା ଓ ତାଗିଦ।

Nov 30, 2025 - 11:28
0 128
୧୦ ବର୍ଷରେ ୩ ହଜାରରୁ ଉର୍ଦ୍ଧ୍ବ ପ୍ରଧାନ ମନ୍ତ୍ରୀ ଆବାସ ଗୃହ ଅସମ୍ପୂର୍ଣ୍ଣ କାମ କରୁନି ବ୍ଲକ ପ୍ରଶାସନର ସଚେତନତା ଓ ତାଗିଦ।

ଝରିଗାଁ ,୩୦l୧୧(ଷ୍ଟାର ନିୟୁଜ ଓଡିଶା):ପ୍ରଶାସନ ପକ୍ଷରୁ କଚ୍ଚା ଘରେ କେହି ରହିବେ ନାହିଁ ବୋଲି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକରେ ଯୋଗ୍ୟ ହିତାଧିକାରୀ ମାନଙ୍କୁ ଚିହ୍ନଟ କରି ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରାଯାଇଥିଲା ଏବଂ ପର୍ଯ୍ୟାୟ କ୍ରମେ ଗୃହ ନିର୍ମାଣ ପାଇଁ ପ୍ରଶାସନ ପକ୍ଷରୁ ଟଙ୍କା ପ୍ରଦାନ କରାଯାଇଥିଲା।ତେବେ କିଛି ହିତାଧିକାରୀ ପ୍ରଧାନ ମନ୍ତ୍ରୀ ଆବାସ ଗୃହ ଆରମ୍ଭ କରିନଥିବା ବେଳେ ଆଉ କିଛି ହିତାଧିକାରୀ ଆବାସ ଗୃହକୁ ଅସମ୍ପୂର୍ଣ୍ଣ ଅବସ୍ଥାରେ ଛାଡି ଦେଇଛନ୍ତି।ଝରିଗାଁ ବ୍ଲକ ପ୍ରଶାସନ ପକ୍ଷରୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମଧୁସୂଦନ ମାଝୀ ଓ ବ୍ଲକ କର୍ମଚାରୀ ମାନେ ହିତାଧିକାରୀଙ୍କ ଘରକୁ ଯାଇ ସଚେତନ କରିବା ସହ ତାଗିଦ କରବା ପରେ ମଧ୍ୟ କୌଣସି ପ୍ରଭାବ ପଡୁନଥିବା ଅନୁମାନ କରାଯାଉଛି।ହିତାଧିକାରୀ ମାନେ ଆବାସ ଗୃହ ପାଇଁ ପର୍ଯ୍ୟାୟ କ୍ରମେ ଟଙ୍କା ନେବା ପରେ ମଧ୍ୟ ଆବାସ ଗୃହ ସମ୍ପର୍ଣ୍ଣ କରୁନଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ପ୍ରକାରେ ୨୦୧୬ ମସିହା ଠାରୁ ୨୦୨୫ ମସିହା ମଧ୍ୟରେ ଝରିଗାଁ ବ୍ଲକରେ ୨୦୫୩୮ ଜଣ ହିତାଧିକାରୀଙ୍କୁ ଆବାସ ଗୃହ ପାଇଁ କାର୍ଯ୍ୟାଦେଶ ଦିଆଯାଇଥିବା ବେଳେ ୧୭୪୮୫ ଜଣ ହିତାଧିକାରୀ ଆବାସ ଗୃହ ସମ୍ପର୍ଣ୍ଣ କରିଛନ୍ତି।୩୦୫୩ ଜଣ ହିତାଧିକାରୀଙ୍କ ଘର ଅସମ୍ପୂର୍ଣ୍ଣ ଅବସ୍ଥାରେ ପଡି ରହି ଥିବା ଜଣାପଡ଼ିଛି।ଏଥି ମଧ୍ୟରୁ ୧୫୦ରୁ ଉର୍ଦ୍ଧ୍ବ ହିତାଧିକାରୀ ଆବାସ ଗୃହ ଆରମ୍ଭ କରିନଥିବା ସୂଚନା ମିଳିଛି।

ଝରିଗାଁ ବ୍ଲକ ବଡ଼ଟେମେରା ପଞ୍ଚାୟତରେ ୧୦ ବର୍ଷ ମଧ୍ୟରେ ୬୬୦ ଜଣ ହିତାଧିକାରୀ ଆବାସ ଗୃହ ପାଇଁ କାର୍ଯ୍ୟାଦେଶ ନେଇ ଥିବା ବେଳେ ୫୯୬ ଜଣ ହିତାଧିକାରୀଙ୍କ ଗୃହ ସମ୍ପର୍ଣ୍ଣ ହୋଇଛି।୬୪ ଜଣ ହିତାଧିକାରୀଙ୍କ ଘର ଅସମ୍ପୂର୍ଣ୍ଣ ଅବସ୍ଥାରେ ରହିଛି।ସେହିପରି ବକଡ଼ାବେଡ଼ା ପଞ୍ଚାୟତରେ ୫୨୩ ହିତାଧିକାରୀଙ୍କ ମଧ୍ୟରୁ ୪୮୧ ଜଣ ହିତାଧିକାରୀ ଗୃହ ସମ୍ପୂର୍ଣ୍ଣ କରିଥିବା ବେଳେ ୪୨ ଜଣ ହିତାଧିକାରୀଙ୍କ ଗୃହ ଅସମ୍ପୂର୍ଣ୍ଣ ଅବସ୍ଥାରେ ରହିଛି।ବାଣୁଆଗୁଡ଼ା ପଞ୍ଚାୟତରେ ୯୦୪ ହିତାଧିକାରୀଙ୍କ ମଧ୍ୟରୁ ୭୮୪ ଜଣ ହିତାଧିକାରୀ ଗୃହ ସମ୍ପୂର୍ଣ୍ଣ କରିଥିବା ବେଳେ ୧୨୦ ଜଣ ହିତାଧିକାରୀଙ୍କ ଗୃହ ଅସମ୍ପୂର୍ଣ୍ଣ ଅବସ୍ଥାରେ ରହିଛି।ବେଲଗାଁ ପଞ୍ଚାୟତରେ ୭୯୫ ହିତାଧିକାରୀଙ୍କ ମଧ୍ୟରୁ ୬୯୦ ଜଣ ହିତାଧିକାରୀ ଗୃହ ସମ୍ପୂର୍ଣ୍ଣ କରିଥିବା ବେଳେ ୧୦୫ ଜଣ ହିତାଧିକାରୀଙ୍କ ଗୃହ ଅସମ୍ପୂର୍ଣ୍ଣ ଅବସ୍ଥାରେ ରହିଛି।ଭାଲୁକନାଡ଼ି ପଞ୍ଚାୟତରେ ୪୩୭ ହିତାଧିକାରୀଙ୍କ ମଧ୍ୟରୁ ୩୬୭ ଜଣ ହିତାଧିକାରୀ ଗୃହ ସମ୍ପୂର୍ଣ୍ଣ କରିଥିବା ବେଳେ ୭୦ ଜଣ ହିତାଧିକାରୀଙ୍କ ଗୃହ ଅସମ୍ପୂର୍ଣ୍ଣ ଅବସ୍ଥାରେ ରହିଛି।ଭିକ୍ଷା ପଞ୍ଚାୟତରେ ୧୦୮୦ ହିତାଧିକାରୀଙ୍କ ମଧ୍ୟରୁ ୮୫୧ ଜଣ ହିତାଧିକାରୀ ଗୃହ ସମ୍ପୂର୍ଣ୍ଣ କରିଥିବା ବେଳେ ୨୨୯ ଜଣ ହିତାଧିକାରୀଙ୍କ ଗୃହ ଅସମ୍ପୂର୍ଣ୍ଣ ଅବସ୍ଥାରେ ରହିଛି।ଚଚା ପଞ୍ଚାୟତରେ ୯୦୩ ହିତାଧିକାରୀଙ୍କ ମଧ୍ୟରୁ ୬୫୦ ଜଣ ହିତାଧିକାରୀ ଗୃହ ସମ୍ପୂର୍ଣ୍ଣ କରିଥିବା ବେଳେ ୨୫୩ ଜଣ ହିତାଧିକାରୀଙ୍କ ଗୃହ ଅସମ୍ପୂର୍ଣ୍ଣ ଅବସ୍ଥାରେ ରହିଛି।ଚକଲାପଦର ପଞ୍ଚାୟତରେ ୭୯୯ ହିତାଧିକାରୀଙ୍କ ମଧ୍ୟରୁ ୫୭୦ ଜଣ ହିତାଧିକାରୀ ଗୃହ ସମ୍ପୂର୍ଣ୍ଣ କରିଥିବା ବେଳେ ୨୨୯ ଜଣ ହିତାଧିକାରୀଙ୍କ ଗୃହ ଅସମ୍ପୂର୍ଣ୍ଣ ଅବସ୍ଥାରେ ରହିଛି।ଚାଟିଗୁଡ଼ା ପଞ୍ଚାୟତରେ ୬୦୧ ହିତାଧିକାରୀଙ୍କ ମଧ୍ୟରୁ ୫୬୭ ଜଣ ହିତାଧିକାରୀ ଗୃହ ସମ୍ପୂର୍ଣ୍ଣ କରିଥିବା ବେଳେ ୩୪ ଜଣ ହିତାଧିକାରୀଙ୍କ ଗୃହ ଅସମ୍ପୂର୍ଣ୍ଣ ଅବସ୍ଥାରେ ରହିଛି।ଚିତାବେଡ଼ା ପଞ୍ଚାୟତରେ ୯୨୨ ହିତାଧିକାରୀଙ୍କ ମଧ୍ୟରୁ ୮୬୩ ଜଣ ହିତାଧିକାରୀ ଗୃହ ସମ୍ପୂର୍ଣ୍ଣ କରିଥିବା ବେଳେ ୧୨୯ ଜଣ ହିତାଧିକାରୀଙ୍କ ଗୃହ ଅସମ୍ପୂର୍ଣ୍ଣ ଅବସ୍ଥାରେ ରହିଛି।ଧାମନାଗୁଡ଼ା ପଞ୍ଚାୟତରେ ୧୨୯୦ ହିତାଧିକାରୀଙ୍କ ମଧ୍ୟରୁ ୧୧୩୪ ଜଣ ହିତାଧିକାରୀ ଗୃହ ସମ୍ପୂର୍ଣ୍ଣ କରିଥିବା ବେଳେ ୧୫୬ ଜଣ ହିତାଧିକାରୀଙ୍କ ଗୃହ ଅସମ୍ପୂର୍ଣ୍ଣ ଅବସ୍ଥାରେ ରହିଛି।ଧୋଡ୍ରା ପଞ୍ଚାୟତରେ ୧୪୩୯ ହିତାଧିକାରୀଙ୍କ ମଧ୍ୟରୁ ୧୧୧୮ ଜଣ ହିତାଧିକାରୀ ଗୃହ ସମ୍ପୂର୍ଣ୍ଣ କରିଥିବା ବେଳେ ୩୨୧ ଜଣ ହିତାଧିକାରୀଙ୍କ ଗୃହ ଅସମ୍ପୂର୍ଣ୍ଣ ଅବସ୍ଥାରେ ରହିଛି।ଡଙ୍ଗରିଗୁଡ଼ା ପଞ୍ଚାୟତରେ ୯୬୭ ହିତାଧିକାରୀଙ୍କ ମଧ୍ୟରୁ ୮୫୬ ଜଣ ହିତାଧିକାରୀ ଗୃହ ସମ୍ପୂର୍ଣ୍ଣ କରିଥିବା ବେଳେ ୧୧୧ ଜଣ ହିତାଧିକାରୀଙ୍କ ଗୃହ ଅସମ୍ପୂର୍ଣ୍ଣ ଅବସ୍ଥାରେ ରହିଛି।ଏକମ୍ବା ପଞ୍ଚାୟତରେ ୫୮୭ ହିତାଧିକାରୀଙ୍କ ମଧ୍ୟରୁ ୫୧୪ ଜଣ ହିତାଧିକାରୀ ଗୃହ ସମ୍ପୂର୍ଣ୍ଣ କରିଥିବା ବେଳେ ୭୩ ଜଣ ହିତାଧିକାରୀଙ୍କ ଗୃହ ଅସମ୍ପୂର୍ଣ୍ଣ ଅବସ୍ଥାରେ ରହିଛି।ଗୁରୁସିଙ୍ଗା ପଞ୍ଚାୟତରେ ୭୧୫ ହିତାଧିକାରୀଙ୍କ ମଧ୍ୟରୁ ୬୨୬ ଜଣ ହିତାଧିକାରୀ ଗୃହ ସମ୍ପୂର୍ଣ୍ଣ କରିଥିବା ବେଳେ ୮୯ ଜଣ ହିତାଧିକାରୀଙ୍କ ଗୃହ ଅସମ୍ପୂର୍ଣ୍ଣ ଅବସ୍ଥାରେ ରହିଛି।ଇଛାପୁର ପଞ୍ଚାୟତରେ ୮୯୮ ହିତାଧିକାରୀଙ୍କ ମଧ୍ୟରୁ ୮୧୩ ଜଣ ହିତାଧିକାରୀ ଗୃହ ସମ୍ପୂର୍ଣ୍ଣ କରିଥିବା ବେଳେ ୮୫ ଜଣ ହିତାଧିକାରୀଙ୍କ ଗୃହ ଅସମ୍ପୂର୍ଣ୍ଣ ଅବସ୍ଥାରେ ରହିଛି।ଝରିଗାଁ ପଞ୍ଚାୟତରେ ୧୪୬୫ ହିତାଧିକାରୀଙ୍କ ମଧ୍ୟରୁ ୧୨୩୪ ଜଣ ହିତାଧିକାରୀ ଗୃହ ସମ୍ପୂର୍ଣ୍ଣ କରିଥିବା ବେଳେ ୨୩୧ ଜଣ ହିତାଧିକାରୀଙ୍କ ଗୃହ ଅସମ୍ପୂର୍ଣ୍ଣ ଅବସ୍ଥାରେ ରହିଛି।କାନାକୋଟ ପଞ୍ଚାୟତରେ ୯୫୪ ହିତାଧିକାରୀଙ୍କ ମଧ୍ୟରୁ ୮୦୬ ଜଣ ହିତାଧିକାରୀ ଗୃହ ସମ୍ପୂର୍ଣ୍ଣ କରିଥିବା ବେଳେ ୧୪୮ ଜଣ ହିତାଧିକାରୀଙ୍କ ଗୃହ ଅସମ୍ପୂର୍ଣ୍ଣ ଅବସ୍ଥାରେ ରହିଛି।କୁଟ୍ରିଛାପର ପଞ୍ଚାୟତରେ ୬୧୨ ହିତାଧିକାରୀଙ୍କ ମଧ୍ୟରୁ ୫୪୬ ଜଣ ହିତାଧିକାରୀ ଗୃହ ସମ୍ପୂର୍ଣ୍ଣ କରିଥିବା ବେଳେ ୬୬ ଜଣ ହିତାଧିକାରୀଙ୍କ ଗୃହ ଅସମ୍ପୂର୍ଣ୍ଣ ଅବସ୍ଥାରେ ରହିଛି।ପାଲିଆ ପଞ୍ଚାୟତରେ ୧୦୯୩ ହିତାଧିକାରୀଙ୍କ ମଧ୍ୟରୁ ୯୦୮ ଜଣ ହିତାଧିକାରୀ ଗୃହ ସମ୍ପୂର୍ଣ୍ଣ କରିଥିବା ବେଳେ ୧୮୫ ଜଣ ହିତାଧିକାରୀଙ୍କ ଗୃହ ଅସମ୍ପୂର୍ଣ୍ଣ ଅବସ୍ଥାରେ ରହିଛି।ଫୁପୁଗାଁ ପଞ୍ଚାୟତରେ ୯୨୨ ହିତାଧିକାରୀଙ୍କ ମଧ୍ୟରୁ ୮୬୬ ଜଣ ହିତାଧିକାରୀ ଗୃହ ସମ୍ପୂର୍ଣ୍ଣ କରିଥିବା ବେଳେ ୫୬ ଜଣ ହିତାଧିକାରୀଙ୍କ ଗୃହ ଅସମ୍ପୂର୍ଣ୍ଣ ଅବସ୍ଥାରେ ରହିଛି।ରତାଖଣ୍ଡିଗୁଡ଼ା ପଞ୍ଚାୟତରେ ୧୧୭୯ ହିତାଧିକାରୀଙ୍କ ମଧ୍ୟରୁ ୯୭୮ ଜଣ ହିତାଧିକାରୀ ଗୃହ ସମ୍ପୂର୍ଣ୍ଣ କରିଥିବା ବେଳେ ୨୦୧ ଜଣ ହିତାଧିକାରୀଙ୍କ ଗୃହ ଅସମ୍ପୂର୍ଣ୍ଣ ଅବସ୍ଥାରେ ରହିଛି।ତେଲନଦୀଗାଁ ପଞ୍ଚାୟତରେ ୭୨୩ ହିତାଧିକାରୀଙ୍କ ମଧ୍ୟରୁ ୬୬୭ ଜଣ ହିତାଧିକାରୀ ଗୃହ ସମ୍ପୂର୍ଣ୍ଣ କରିଥିବା ବେଳେ ୫୬ ଜଣ ହିତାଧିକାରୀଙ୍କ ଗୃହ ଅସମ୍ପୂର୍ଣ୍ଣ ଅବସ୍ଥାରେ ରହିଥିବା ସୂଚନା ମିଳିଛି।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User