୬୯ ତମ ଓଡ଼ିଶା ରାଜ୍ୟ ବିଦ୍ୟାଳୟ ସମୂହ କରାଟେ ପ୍ରତିଯୋଗୀତା ଉଦଯାପିତ
ଫୁଲବାଣୀ,୨୫l୧୦(ଷ୍ଟାର ନିୟୁଜ): ସ୍ଥାନୀୟ ପବ୍ଲିକ ସ୍କୁଲ ଫୁଲବାଣୀ ଠାରେ ୬୯ ତମ ଓଡ଼ିଶା ରାଜ୍ୟ ବିଦ୍ୟାଳୟ ସମୂହ କରାଟେ ପ୍ରତିଯୋଗୀତାରେ ୮ ଟି ଜିଲ୍ଲା ରୁ ୧୦୧ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥଲେ । ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ, ମାନ୍ୟବର ବିଧାୟକ ଜି. ଉଦୟଗିରି ବିଶିଷ୍ଟ ଅତିଥି ଭାବେ ସାଂସଦଙ୍କ ପ୍ରତିନିଧି ଶ୍ରୀମତୀ ଅଜୟନ୍ତୀ ପ୍ରଧାନ ପୂର୍ବତନ ବିଧାୟିକା , ଶ୍ରୀଯୁକ୍ତ ଜ୍ୟୋତି ପ୍ରସାଦ ପରିଡା ସହକାରୀ ନିର୍ଦ୍ଦେଶକ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଓଡ଼ିଶା, ଶ୍ରୀଯୁକ୍ତ ସପନ କୁମାର ଜେନା ଅବସର ପ୍ରାପ୍ତ ଯୁଗ୍ମ ନିର୍ଦ୍ଦେଶକ ରାଜ୍ୟ ପରିଦର୍ଶକ , ଶ୍ରୀମତୀ ଲକ୍ଷ୍ମୀ ପ୍ରିୟା ଦେଇ ଅବସର ପ୍ରାପ୍ତ ସହକାରୀ ନିର୍ଦ୍ଦେଶକ ଶାରୀରିକ ଶିକ୍ଷା ଓଡ଼ିଶା, ଶ୍ରୀଯୁକ୍ତ ରାଜେଶ କୁମାର ସ୍ବାଇଁ ଜିଲ୍ଲା ଶିକ୍ଷା ଅଧିକାରୀ କନ୍ଧମାଳ, ଶ୍ରୀଯୁକ୍ତ ଧନଞ୍ଜୟ ସେଠୀ ପ୍ରିନ୍ସିପଲ୍ ପବ୍ଲିକ ସ୍କୁଲ ଫୁଲବାଣୀ ଙ୍କ ଉପସ୍ଥିତି ରେ ଉଦଯାପନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ କ୍ରୀଡା ଶିକ୍ଷକ ଶ୍ୟାମ ସୁନ୍ଦର ଶାହା ମାର୍ଚ୍ଚପାଷ୍ଟ ରେ ସହଯୋଗ କରିଥିଲେ । ପ୍ରଦୀପ କୁମାର ସାହୁ , ରଙ୍କନିଧି ବେହେରା, ପ୍ରଶାନ୍ତ କୁମାର ଦାସ, ଗୌର ଚନ୍ଦ୍ର ମହାନ୍ତି, ରୂପକ ମହାନ୍ତି, ସୁଧାଂଶୁ ବେହେରା, ଗଙ୍ଗାଧର ପାତ୍ର, ରାଜ କିଶୋର ଦାସ,ଶ୍ରୀଛନ୍ଦା ପ୍ରଧାନ, ରେଣୁବାଳା ପ୍ରଧାନ ସହ ଜିଲ୍ଲାର ସମସ୍ତ କ୍ରୀଡା ଶିକ୍ଷକ ଏବଂ ପ୍ରଧାନ ଶିକ୍ଷକ ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ । ଏହି କ୍ରୀଡା କୁ ପରିଚାଳନା କରିବାପାଇଁ ଓଡ଼ିଶା ରାଜ୍ୟ କରାଟେ ସଂଘ ତରଫରୁ ରେଫରି ଭାବେ ଦୀପକ କୁମାର ସାମନ୍ତରା, ଯୁନେସ ଦିଗାଲ, ସୁରେଶ ଚନ୍ଦ୍ର ଜାଲ, ଦେବବ୍ରତ ସମଦର୍, ପ୍ରଭାତ କିଶୋର ସାହୁ, ଗୋପାଳ ଚନ୍ଦ୍ର କହଁର, ହୃଦୟ ଶବର ଓ ଆଶୁତୋଷ ପଟ୍ଟନାୟକ ଏହି କ୍ରୀଡା କୁ ପରିଚାଳନା କରିଥିଲେ । ବିଜେତା ମାନଙ୍କୁ ପଦକ ଓ ମାନପତ୍ର ଦେଇ ପୁରସ୍କୃତ କରାଯାଇଥିଲା । ଶେଷରେ ନଟରାଜ କଳା ମନ୍ଦିର , ପି ଏମ ଶ୍ରୀ govt. Girls High school , sarswati sishu vidyamandir ର ଡାନ୍ସ ଗ୍ରୁପ ନୃତ୍ୟ ପ୍ରଦର୍ଶନ କରିଥିଲେ । ଶ୍ରୀଯୁକ୍ତ ସଞ୍ଜୟ କୁମାର ପାତ୍ର ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଧନ୍ୟବାଦ୍ ଅର୍ପଣ କରିଥିଲେ ।
What's Your Reaction?