୭୬ତମ୍ ବନ ମହୋତ୍ସବ ସପ୍ତାହ ୨୦୨୫, ଦଶ ପୁର ଉଚ୍ଚ ବିଦ୍ୟାଳୟରେ ପାଲିତ

Jul 04, 2025 - 18:58
0 31

କଳାହାଣ୍ଡି : ଗୋଲାମୁଣ୍ଡା/୪/୭/୨୫/(ଷ୍ଟାରନିୟୁଜ ଓଡିଶା ) ଓଡ଼ିଶା ସରକାରଙ୍କ ପକ୍ଷରୁ  ମାଁ ପାଇଁ ଗଛଟିଏ ଓ ଭଉଣୀ ପାଇଁ ଗଛ ଟିଏ କୁ ନେଇ ଜୁଲାଇ ମାସର ଏକ ତାରିଖରୁ ସାତ ତାରିଖ ପର୍ଯ୍ୟନ୍ତ ଜଙ୍ଗଲ ପରିବେଶ ଓ ଜଳ ବାୟୁ ପରିବର୍ତ୍ତନ ବିଭାଗ ଅଧିନରେ ୭୬ ତମ ବନ ମହୋତ୍ସବ ସପ୍ତାହ ପାଲିତ ହୋଇ ଆସୁଅଛି। ଏହି କ୍ରମରେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର କେଗାଁ ବନାଞ୍ଚଳ ଅଧିକାରି ଚିନ୍ମୟ କୁମାର ଗର୍ତିଆ ଙ୍କ ନେତୃତ୍ୱରେ  ଗୋଲାମୁଣ୍ଡା ବ୍ଲକର ଅନେକ ସ୍ଥାନରେ  ବନ ମହୋତ୍ସବ ସପ୍ତାହ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଆଜି ଦଶପୁର ଭଣ୍ଡାରଘରିଣୀ ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ସପ୍ତାହ ପାଳନ କରା ଯାଇଥିଲା। ଏ ନେଇ ଦଶପୁର ଫରେଷ୍ଟର ପ୍ରଦୀପ କୁମାର ବିଶିଙ୍କ ନେତୃତ୍ବରେ ତଥା ମୂଖ୍ୟ ଅତିଥି ଭାବେ ଗୋଲାମୁଣ୍ଡା ଏବିଓ ଲବଣୀ କୁମାର ନାଏକ, ପ୍ରଧାନ ଶିକ୍ଷକ ମୟୂରଲାଲ ଭୋଇ ଓ ଆମ ଜଙ୍ଗଲ ଯୋଜନା ରୁ ବିକାଶ କୁମାର ତାଣ୍ଡି ପ୍ରମୁଖ ଙ୍କ ଉପସ୍ଥିତରେ ବନ ମହୋତ୍ସବ ସପ୍ତାହ ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀଙ୍କ ଗହଣରେ ବନ ମହୋତ୍ସବ ପାଳନ କରା ଯାଇଥିଲା। ଏହି ଅବସରରେ ଜଙ୍ଗଲ ବିଭାଗ ପକ୍ଷରୁ   ମୃତ୍ୟୁଞ୍ଜୟ କବୀର, ବିଭୁତି ଭୁଷଣ ବାଗ, ମହେଶ୍ୱର ମିଶ୍ର ପ୍ରମୁଖ ଉପସ୍ଥିତ ଥିବା ବେଳେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ  ରାଜେନ୍ଦ୍ର କୁମାର, ନିରଞ୍ଜନ ନାଇକ, ଦେବରାଜ ସା, ହେମନ୍ତ ରାଉତ, ରାଘବ ଭୋଇ, ଅଜୟ କୁମାର ମହାନନନ୍ଦ, ଆସିଶୀ ବାଗ  ତଥା ଧର୍ମଗଡ କୋର୍ଟପକ୍ଷରୁ ଆଇନଜୀବୀ ସୁଧୀର କୁମାର ସାହୁ , ନରୋତ୍ତମ ସାହୁ,ପ୍ରମୁଖଙ୍କ ଉପସ୍ଥିତରେ ପ୍ରତି ବର୍ଷ ଜଙ୍ଗଲ ବିଭାଗ ପକ୍ଷରୁ କାହିକି ବନ ମହୋତ୍ସବ ପାଳନ କରନ୍ତି, ସେ ବିଷୟରେ ବିସ୍ତୃତ ଭାବେ ଅତିଥି ବୃନ୍ଦ ଛାତ୍ରଛାତ୍ରୀଙ୍କ ଗହଣରେ ସରଲ ଭାବରେ ବୁଝାଇଥିଲେ।  ପରିଶେଷରେ ଦଶପୁରର ମାଁ ଇଷ୍ଟ ଦେବୀଙ୍କୁ ନାଆଁରେ ଓ ହୁଲ ହୁଳି ଶବ୍ଦରେ ଜୟ ଘୋଷ ନାରା ଦେଇ ନିମ୍ବ ବୃକ୍ଷରେ ଦୀପ ପୁଷ୍ପ, ସିନ୍ଦୁର ପ୍ରଦାନ କରି ବୃକ୍ଷ ରୋପଣ ଶୁଭାରମ୍ଭ କରିଥିଲେ।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଶ୍ନୁ ଚରଣ ସ୍ଵାଇଁ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User