କେସିଙ୍ଗା ସ୍ପିନିଙ୍ଗ ମିଲ ରୁ ମୂଲ୍ୟବାନ ଜିନିଷ ପତ୍ର ଚୋରି l

Jul 4, 2025 - 19:11
 0  67
କେସିଙ୍ଗା ସ୍ପିନିଙ୍ଗ ମିଲ ରୁ ମୂଲ୍ୟବାନ ଜିନିଷ ପତ୍ର ଚୋରି l

କେସିଙ୍ଗା ତା ୪/୭ (ଷ୍ଟାରନିୟୁଜ ଓଡ଼ିଶା): କଳାହାଣ୍ଡି ଜିଲା କେସିଙ୍ଗା ସ୍ପିନିଂ ମିଲରୁ ଗୁରୁବାର ମଧ୍ୟାହ୍ନରେ ଅତି ମୂଲ୍ୟବାନ ଜିନିଷପତ୍ର ଚୋରି ହୋଇଥିଲା। ଏ ନେଇ ସ୍ପିନିଂ ମିଲ କର୍ତ୍ତୃପକ୍ଷ କେସିଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ର୍ଭିତ୍ତିକରି କେସିଙ୍ଗା ଆଇଆଇସି ପ୍ରଦ୍ୟୁମ୍ନ ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଏକ ପୋଲିସ ଟିମ୍‌ ତଦନ୍ତ କରିଥିଲେ। ୪ ଜଣ ଚୋର ଓ ଜିନିଷ କିଣିଥିବା କାବାଡିଆଙ୍କୁ ପୋଲିସ ଗିରଫ କରି ପଚରାଉଚରା ଚଳାଇଛି। ଭବାନୀପାଟଣାରୁ ଏକ ସନ୍ଧାନୀ କୁକୁର ଦ୍ୱାର ଅନୁସନ୍ଧାନ କରାଯାଇ ଚୋରଙ୍କୁ ଗିରଫ କରାଯାଇଛି।ଏହି ଚୋରମାନେ କେସିଙ୍ଗା ସହର ବୋଲି ଜଣାପଡ଼ିଛି।
ଏ ସଂକ୍ରାନ୍ତରେ କେସିଙ୍ଗା ଆଇଆଇସି ପ୍ରଦ୍ୟୁମ ମହାପାତ୍ରଙ୍କୁ ପଚାରିବାରୁ ଆଜି ଆସାମୀମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପ୍ରକାଶ କରିଥିଲେ।କେସିଙ୍ଗା ରୁ ସୁଜୟ ନଙ୍ଗଳତି ଙ୍କ ରିପୋର୍ଟ ଷ୍ଟାରନିୟୁଜ ଓଡିଶା

What's Your Reaction?

like

dislike

love

funny

angry

sad

wow