4ଦିନ ହେବ ଜଳବନ୍ଦୀ ଅବସ୍ଥାରେ ଫୁଫୁଗାଁ ଓ ଆଖପାଖ ଗ୍ରାମର ଗ୍ରାମବାସୀ ।ଏଯାଏ ପ୍ରଶାସନର ଦେଖାନାହିଁ ।

Jul 2, 2025 - 19:25
 0  93
4ଦିନ ହେବ ଜଳବନ୍ଦୀ ଅବସ୍ଥାରେ ଫୁଫୁଗାଁ ଓ ଆଖପାଖ ଗ୍ରାମର ଗ୍ରାମବାସୀ ।ଏଯାଏ ପ୍ରଶାସନର ଦେଖାନାହିଁ ।

ନନ୍ଦାହାଣ୍ଡି,୨l୭(ଷ୍ଟାର ନିୟୁଜ ଓଡିଶା ): ଗତ 4ଦିନ ଧରି ନବରଙ୍ଗପୁର ଜିଲ୍ଲାରେ ଲଘୁଚାପ ଜନିତ ବର୍ଷା ଲାଗି ରହିଥିବା ବେଳେ ଏଥିରେ ପ୍ରଭାବିତ ହୋଇଛନ୍ତି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଜଗନ୍ନାଥପୁର ପଂଚାୟତର ଫୁଫୁଗାଁ ଓ ଆଖପାଖ ଅଞ୍ଚଳର ଗ୍ରାମବାସୀ |ଗାଁ ଗୁଡିକ ଇନ୍ଦ୍ରାବତୀ ନଦୀର କୂଳରେ ଅବସ୍ଥିତ ରହିଥିବାରୁ ଇନ୍ଦ୍ରାବତୀ ନଦୀର ବନ୍ୟାଜଳ ଘରେ ଘରେ ପଶି ଯାଉଛି |ବିଶେଷ କରି ଫୁଫୁଗାଁ, ବାମନଗୁଡା, ପୋଲୁଗୁଡା, କଷ୍ଟିଗୁଡା ଓ ଆଖପାଖ ଗ୍ରାମର 20ରୁ ଉର୍ଦ୍ଧ ପରିବାର ବାସହରା ହୋଇ ସାରିଥିବା ସୂଚନା ମିଲିଛି |ବାସହରା ମାନେ ସ୍କୁଲ ଘର ଓ ଯେଉଁ ମାନଙ୍କ ଘର ଗୁଡିକ ଠିକ ରହିଛି ସେମାନଙ୍କ ଘରେ ଘରେ ଆଶ୍ରୟ ନେଇଥିବା ବେଳେ ତିନିଦିନ ହେଲା ବାସହରା ମାନଙ୍କ ଚୁଲି ମଧ୍ୟ ଜଳିନାହିଁ |ବିଶେଷ କରି ଭିନ୍ନକ୍ଷମ ଶ୍ରେଣିର ଲୋକେ କୁଆଡେ ଯାଇନପାରି ଦୁର୍ଦଶା ଭୋଗୁଥିବା ଦେଖିବାକୁ ମିଲିଛି |ଆଉ ଦୁଇଦିନ ଯଦି ଏମିତି ଲଗାଣ ବର୍ଷା ଲାଗିରହେ ତେବେ ଅନେକ ଲୋକ ଭୋକ ଉପାସରେ ମାରିବେ ବୋଲି ଆଶଙ୍କା କରାଯାଉଛି |ସମସ୍ତେ ଜଳବନ୍ଧୀ ଅବସ୍ଥାରେ ରହିଥିବାରୁ କିଏ ହେଲେ କୁଆଡେ ଯାଇପାରୁନଥିବା, ଘରେ ଘରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ସବୁର ନିଅଣ୍ଟ ଦେଖା ଦେଇଥିବା ଅଭିଯୋଗ ହେଉଛି |ଏହି ପରିସ୍ଥିତିରେ ପ୍ରଶାସନ ତତ୍ପରତା ଦେଖେଇ ବିପର୍ଯ୍ୟସ୍ତ ମାନଙ୍କ ପାଖରେ ପହଂଚି ସେମାନଙ୍କ ଥଇଥାନ କରିବା ପାଇଁ ଅଂଚଳବାସୀ ଦାବୀ କରିଛନ୍ତି |

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

like

dislike

love

funny

angry

sad

wow