କୁଇ ସମାଜ ସେବା ସମିତି ରାଶି ଶାଙ୍ଗ୍ରି ବେଟି ମେଣ୍ଡି ଶାଖାର ବାର୍ଷିକ ସାଧାରଣ ଉତ୍ସବ ।

Apr 28, 2025 - 06:55
Updated: 1 year ago
0 69
କୁଇ ସମାଜ ସେବା ସମିତି ରାଶି ଶାଙ୍ଗ୍ରି ବେଟି ମେଣ୍ଡି ଶାଖାର ବାର୍ଷିକ ସାଧାରଣ ଉତ୍ସବ ।

କନ୍ଧମାଳ ,୨୭l୪: କନ୍ଧମାଳ ଜିଲ୍ଲାର କୁଇ ସମାଜ ସେବା ସମିତି ଫୁଲବାଣୀ ଅଧିନରେ କାର୍ଯ୍ୟ କରୁଥିବା କୁଇ ସମାଜ ସେବା ସମିତି ରାଶି ଶାଙ୍ଗ୍ରି ବେଟି ମେଣ୍ଡି ଶାଖାର ୨୬ ଓ ୨୭ ଦୁଇଦିନ ଧରି ଫୁଲବାଣୀ ବ୍ଲକ ଅନ୍ତର୍ଗତ ଗୁମାଗଡ ପଞ୍ଚାୟତ ବାଡିଆମ୍ବା ଠାରେ ବାର୍ଷିକ ସାଧାରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ମୁଖ୍ୟଅତିଥି ଭାବେ ଫୁଲବାଣୀ ବିଧାୟକ ଶ୍ରୀଯୁକ୍ତ ଉମାଚରଣ ମଲିକ ଯୋଗଦେଇ ଥିବା ବେଳେ ସମ୍ମାନୀତ ଅତିଥି ରୂପେ ପୂର୍ବତନ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ରଦନ ମଲିକ, କୁଇ ସମାଜ ସେବା ସମିତି କେନ୍ଦ୍ର ମୁଖ୍ୟସଭ୍ୟ ଗୌତମ ପ୍ରଧାନ, କୁଇ ସମାଜ କେନ୍ଦ୍ର କୋଷାଧ୍ୟକ୍ଷ ଭାବିନ୍ଦ୍ର କହଁର, କୁଇ ସମାଜ ଯୁବ ପରିଷଦ କନ୍ଧମାଳ ସାଧାରଣ ସମ୍ପାଦକ ଅଚ୍ୟୁତ ଯାନୀ, କୁଇ ଭାଷା ସାହିତ୍ୟ ସୁରକ୍ଷା ସମିତି କନ୍ଧମାଳ ସଭାପତି ଦୀନବନ୍ଧୁ କହଁର, କୁଇ ସମାଜ ସେବା ସମିତି ପୂର୍ବତନ ସଭାପତି ଗୋବିନ୍ଦ ଘଟାଲ,ସମ୍ପାଦକ ଶ୍ରୀନିବାସ ମଲିକ ପ୍ରମୁଖ ଯୋଗଦେଇ ଥିଲେ । କାର୍ଯ୍ୟକ୍ରମଟି ଶାଖାର ସ୍ଥାୟୀ ସଭା ପତି ଶ୍ରୀ ଚନ୍ଦ୍ରମଣି କହଁର ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ସଭା ପରିଚାଳନା ବିଶ୍ବମ୍ବର ପ୍ରଧାନ କରିଥିଲେ । କୁଇ ସମାଜ ଓ ଜିଲ୍ଲାରେ କିପରି ଶିକ୍ଷା, ସ୍ଵାସ୍ଥ୍ୟ, ଗମନାଗମନ,କୃଷି, ବାଣିଜ୍ୟରେ ଉନ୍ନତି କରିବ ସେ ବିଷୟରେ ଉପସ୍ଥିତ ଅତିଥିମାନେ ଦିଗଦର୍ଶନ ପ୍ରଦାନ କରି ଥିଲେ । ଏଥିରେ କୁଇ ସମାଜ ସେବା ସମିତି ରାଶି ଶାଙ୍ଗ୍ରି ବେଟି ମେଣ୍ଡି ଶାଖାର ସଭା ପତି ସମେତ ଉପସଭାନେତ୍ରୀ ମଦନାବତୀ କହଁର, ମୁଖ୍ୟ ସଭ୍ୟ ଜଳନ୍ଧର କହଁର, ସମ୍ପାଦକ ସଞ୍ଜୟ ମଲିକ , ସହସମ୍ପାଦକ ଶ୍ରୀକାନ୍ତ କହଁର, କୋଷାଧ୍ୟକ୍ଷ ବାବୁଲା କହଁର,ଯୁବ ସଂଗଠକ ପୀତବାସ କହଁର,ଯୁବ କୋଷାଧ୍ୟକ୍ଷ ତଥା ବିଜେପି ଗ୍ରାମୀଣ ମଣ୍ଡଳ ସଭାପତି ଶ୍ରୀ ଗୋଲକ ବିହାରୀ କହଁର, ଉପଦେଷ୍ଟା ବେଲାଲସେନ କହଁର, ଲଙ୍କେଶ୍ବର କହଁର, ପ୍ରମିଳା ପ୍ରଧାନ,ମନ୍ଧାରୀ କହଁର, କୃଷ୍ଣଚନ୍ଦ୍ର କହଁର, ରାଶି ଶାଙ୍ଗ୍ରି ବେଟି ମେଣ୍ଡି ଅଞ୍ଚଳର ପଞ୍ଚାୟତ ସରପଞ୍ଚ ସମିତି ଏବଂ ଶତାଧିକ କୁଇ ସମାଜ ବାପା ମାଁ ଭାଈ ଭଉଣୀ ଅଂଶଗ୍ରହଣ କରିଥିଲେ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User