ଗଣଶିକ୍ଷା ମନ୍ତ୍ରୀଙ୍କ ହସ୍ତରେ 200ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସୀର ଭିତ୍ତି ପ୍ରସ୍ତର ସ୍ଥାପନ ।

Jan 2, 2026 - 20:21
Jan 2, 2026 - 20:28
 0  69
ଗଣଶିକ୍ଷା ମନ୍ତ୍ରୀଙ୍କ ହସ୍ତରେ 200ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସୀର ଭିତ୍ତି ପ୍ରସ୍ତର ସ୍ଥାପନ ।

ଝରିଗାଁ,୨l୧(ଷ୍ଟାର ନିୟୁଜ ଓଡିଶା ): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବେଳଗାଁ ଗ୍ରାମ ପଂଚାୟତ ଅଧୀନରେ ଥିବା କର୍ମରୀ, କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ପରିସରରେ ଏକ 200ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସର ନିର୍ମାଣ ପାଇଁ ଆଜି ଭିତ୍ତି ପ୍ରସ୍ତର ସ୍ଥାପିତ ହୋଇଯାଇଛି |ଏହି ଶୁଭ କାର୍ଯ୍ୟରେ ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥିଭାବେ ଯୋଗଦେଇ ସ୍ଵକରକମଳରେ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, ରାଜ୍ୟ ଉପ ସଭାପତି ରମେଶ ସାହୁ,ଝରିଗାଁ ବିଧାୟକ ନରସିଂହ ଭତରା,ଝରିଗାଁ ଗୋଷ୍ଠୀ ଶିକ୍ଷା ଅଧିକାରୀ ରଶ୍ମିତା ନେତମ,ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦଶରଥ ଗଣ୍ଡ,ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଧନସିଂ କେଉଟ,ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ନିରୁପମା ସ୍ୱାଇଁ,ରମେଶ ସାହୁ, ଜିଲ୍ଲା ପରିଷଦ ସଦସ୍ୟା ଯମୁନା ଗଣ୍ଡ,ଝରୀଗାଁ ସାଂସଦ ପ୍ରତିନିଧି ଚନ୍ଦ୍ର ବlନୁ ନାୟକ, ବରିଷ୍ଠ ବୈଶାକ୍ୟ ପରାମର୍ଶ ଦାତା ବିଚିତ୍ର ନନ୍ଦ ପାଣିଗ୍ରାହୀ, ସୁମିତ୍ରା ମାଝୀ, ପ୍ରପୁଲ ପ୍ରାଧନୀ, ମନ୍ତ୍ରୀ,ବରିଷ୍ଠ ପ୍ରତିନିଧି ଅଶୋକ ପାଢ଼ୀ, ଉମରକୋଟ ସାଂସଦ ପ୍ରତିନିଧି ରାମ ନାୟକ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦାନ କରିଥିଲେ |ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଗଣ୍ଡ ଏହି ଅବସରରେ ନିଜ ଅବିଭାଷଣ ରଖିବାକୁ ଯାଇ କହିଥିଲେ କି, ଗୁଣାତ୍ମକ ଶିକ୍ଷାରୁ ଯେପରି କେହି ବି ବଂଚିତ ନରୁହନ୍ତି, ସେଥିପ୍ରତି ସରକାର ସର୍ବଦା ଚେଷ୍ଟିତ |ଛାତ୍ରଛାତ୍ରୀ ମାନଙ୍କ ଟାଇଫଣ୍ଡ ବୃଦ୍ଧି, ମାଧୋସିଂ ହାତ ଖର୍ଚ୍ଚ ଯୋଜନା, ବିଦ୍ୟାଳୟ ଅପଗ୍ରେଡେସନ, ପିଏମ ଶ୍ରୀ ସ୍କୁଲ, ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଭଳି ଅନେକ ଯୋଜନା କାର୍ଯ୍ୟକାରୀ କରିଥିବା ସହିତ ଜାତୀୟ ଶିକ୍ଷାନୀତି ଓଡିଶାରେ ଲାଗୁ କରାଯାଇଥିବା କହିଥିଲେ |ଏହି ଛାତ୍ରୀ ନିବାସ ନିର୍ମାଣ ହେବା ପରେ ଅଞ୍ଚଳବାସୀ ତଥା ଅଞ୍ଚଳର ଛାତ୍ରଛାତ୍ରୀ ଉପକୃତ ହେବେ ବୋଲି ଉପସ୍ଥିତ ଜନସାଧାରଣ ଉତ୍ସାହିତ ହେବା ସହିତ ଗଣଶିକ୍ଷା ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣେଇଥିଲେ |

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।

What's Your Reaction?

like

dislike

love

funny

angry

sad

wow

SUJAYA EDITOR