ଗ୍ରାମୀଣ ମଣ୍ଡଳ ସଭାପତି ଭାବେ ଗୋଲକ ବିହାରୀ କହଁର ମନୋନୀତ ।

ଗ୍ରାମୀଣ ମଣ୍ଡଳ ସଭାପତି ଭାବେ ଗୋଲକ ବିହାରୀ କହଁର ମନୋନୀତ ।

May 17, 2025 - 14:12
0 206
ଗ୍ରାମୀଣ ମଣ୍ଡଳ ସଭାପତି ଭାବେ ଗୋଲକ ବିହାରୀ କହଁର ମନୋନୀତ ।

ଫୁଲବାଣୀ, ୨l୪:ଗ୍ରାମୀଣ ମଣ୍ଡଳ ସଭାପତି ଭାବେ କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ଗଞ୍ଜୁଗୁଡା ପଂଚାୟତ ଅନ୍ତର୍ଗତ ବୋଇଡ଼ା ଗ୍ରାମର ଗୋଲକ ବିହାରୀ କହଁର ଙ୍କୁ ବିଜେପି ଦଳ ପକ୍ଷରୁ ଚୟନ କରାଯାଇଥିବା ସୂଚନା ମିଳିଛି ।ଏନେଇ ବିଜେପି ରାଜ୍ୟ ନିର୍ବାଚନ ଅଧିକାରୀ ଗୋଲକଙ୍କ ପାଖକୁ ଏକ ପତ୍ର ମଧ୍ୟ ପ୍ରେରଣ କରିଥିବା ସୂଚନା ମିଳିଛି ।ଶ୍ରୀଯୁକ୍ତ କହଁର ଏକା ଧାରରେ ସମାଜସେବୀ, ସାମ୍ବାଦିକ, ରାଜନୀତିଜ୍ଞ ଓ ସୁସଂଗଠକ ଅଟନ୍ତି । ରାଜନୀତି ଉପରେ ଯଥେଷ୍ଟ ଅଭିଜ୍ଞତା ଥିବାରୁ ସେ ଏହି ପଦବୀ ପାଇଁ ପୁରାପୁରି ଯୋଗ୍ୟ ବୋଲି ଦଳୀୟ କର୍ମକର୍ତା ମାନଙ୍କ ମଧ୍ୟରେ ଚର୍ଚ୍ଚା ହେଉଥିବା ମଧ୍ୟ ଶୁଣିବାକୁ ମିଳୁଛି । ଶ୍ରୀଯୁକ୍ତ କହଁର ୨୦୦୯ ମସିହାରେ ଭାରତୀୟ ଜନତା ପାର୍ଟିରେ ଯୋଗଦେବା ସହ ବିଗତ ବର୍ଷ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ପାଇଁ ଲଢ଼ି ଅତି କମ ଭୋଟରେ ପରାଜୟ ସ୍ୱୀକାର କରିଥିଲେ ।ତାଛଡା ଆଜି ପର୍ଯ୍ୟନ୍ତ ସେ ନିଷ୍ଠା ଓ ସମର୍ପଣ ଭାବ ରଖି ଦଳ ପାଇଁ କାର୍ଯ୍ୟ କରି ଆସୁଛନ୍ତି ।ସବୁବେଳେ ଜନସାଧାରଣ ମାନଙ୍କ ସୁଖଦୁଃଖରେ ସାମିଲ ହେଉଛନ୍ତି ତେଣୁ ଫୁଲବାଣୀ ବ୍ଲକର ୧୧ ଗୋଟି ପଂଚାୟତର ଗ୍ରାମୀଣ ମଣ୍ଡଳ ସଭାପତି ହେବା ପରେ ଉଭୟ ଦଳ ଓ ଅଂଚଳବାସୀଙ୍କ ପାଇଁ ସେ ସମର୍ପଣ ଭାବରଖି କାର୍ଯ୍ୟ କରିବେ ବୋଲି ସାଧାରଣରେ ଚର୍ଚ୍ଚା ହେବା ସହିତ ଶ୍ରୀଯୁକ୍ତ କହଁର ଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ମଧ୍ୟ ଛୁଟି ଚାଲିଛି ।ଉକ୍ତ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ମଣ୍ଡଳ ସଭାପତି ଆଦିତ୍ୟ କହଁର, ମିଣିଆ ସରପଂଚ ଗୌତମ ମଳିକ,ଭାଗିରାମ୍ ଦିଗାଲ, କୃଷ୍ଣ ଚନ୍ଦ୍ର କହଁର, ପୂର୍ବତନ ସରପଞ୍ଚ ସଂଜୟ କହଁର, ଗଞ୍ଜୁଗୁଡା ପଂଚାୟତ ସଭାପତି ପ୍ରକାସ କୁମାର ପ୍ରଧାନ,ସୁନିଲ କୁମାର ପଣ୍ଡା, ଶେସଦେବ ପଣ୍ଡା, ସଞ୍ଜୟ ଦିଗାଲ,ଉମାଚରଣ କହଁର, ସମେତ ଫୁଲବାଣୀ ବ୍ଲକ ର ୧୧ ଗୋଟି ପଞ୍ଚାୟତ ର କାର୍ଯ୍ୟକର୍ତ୍ତା ଓ ଦଳୀୟ କର୍ମୀମାନେ ଯୋଗ ଦେଇଥିଲେ।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User