ଚୁଆଁ ପାଣିରେ ପଡ଼ି ଶିଶୁକନ୍ୟାଙ୍କ ମୃତ୍ୟୁ l

Jan 28, 2026 - 05:48
0 14
ଚୁଆଁ ପାଣିରେ ପଡ଼ି ଶିଶୁକନ୍ୟାଙ୍କ ମୃତ୍ୟୁ l

ଦାରିଙ୍ଗବାଡି. ତା ୨୬/୦୧(ଷ୍ଟାର ନ୍ୟୁଜ୍ ଓଡ଼ିଶା)କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ୍ ଅନ୍ତର୍ଗତ ଦନେକବାଡ଼ି ପଞ୍ଚାୟତ ଅନ୍ତର୍ଗତ ପାଡାନକେତା ଗ୍ରାମରେ ଘଟିଛି ଅଘଟଣ,  ପାଡାନକେତା ଗ୍ରାମର ଆକାଶ ପ୍ରଧାନଙ୍କ ପ୍ରଥମ ଶିଶୁକନ୍ୟା ଆୟୁଶି ପ୍ରଧାନଙ୍କ ବୟସ (୪) ଚାରି ବର୍ଷ, ଅଙ୍ଗନବାଡ଼ି ଶିଶୁ କନ୍ୟାବୋଲି ଜଣା ପଡ଼ିଛି l ମୃତ୍ୟୁ ଶିଶୁକନ୍ୟା ସକଳେ ସାଧାରଣତନ୍ତ୍ର ଦିବସ ପାଳନ ପାଈଁ ନିକଟସ୍ଥ ପ୍ରାଥମିକ ବିଦ୍ୟାଳୟକୁ ଯାଇ ସାଧାରଣତନ୍ତ୍ର ଦିବସ ପାଳନ ପରେ ଘରକୁ ଫେରି ଥିଲେ ଆଉ ପାଣି ଗାଧେଇବା ପାଇଁ ନିକଟସ୍ଥ ବିଲରେ ଥିବା ଚୂଆଁକୁ ଯାଇଥିଲେ ହେଲେ କୌଣସି କାରଣରୁ ଶିଶୁକନ୍ୟାଟି ଚୁଆ ରେ ପଡ଼ି ଯାଇଥିଲେ,  ଝିଅ ଘରକୁ ଫେରିବା ବିଳମ୍ୱ ହେବାରୁ ପରିବାର ଲୋକ ଖୋଜା ଖୋଜି ପରେ ଝିଅର ଆଈ ମାଆ ଛୁଆଁ ପାଣିରେ ପଡ଼ି ମୃତ୍ୟୁ ପରେ ଭାସୁଥିବାର ଦେଖିଥିଲେ,   ଡହଳ ବିହଳ ହୋଈ ଶିଶୁ କନ୍ୟା ଟିକୁ ମୃତଅବସ୍ତାରେ ଉଦ୍ଧାର କରି ଉଠାଇ ଆଣି ନିକଟସ୍ଥ ଥାନାରେ ଜଣାଇବା ସହ ତହସିଲ୍ କାର୍ଯ୍ୟାଳୟରେ ମଧ୍ୟ ଜଣାଇଥିଲେ ପରେ ମୃତ ଶରୀରକୁ ଦାରିଙ୍ଗବାଡି ଗୋଷ୍ଟି ସ୍ଵାସ୍ଥ୍ୟ କେନ୍ଦ୍ରକୁ ନେଇ ଥିଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ, ତା ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ଶବ ବ୍ୟବଚ୍ଛେଦ କରି ନିଜ ଘରକୁ ପଠାଇଥିଲେ ତେବେ ଆୟୁସୀ କାହିକିଁ ଚୁଆଁକୁ ଯାଇଥିଲେ କିପରି ତାଙ୍କର ମୃତ୍ୟୁ ହେଲା ଏହାର ସଠିକ୍ ତଦନ୍ତ କରାଯିବ ବୋଲି ଥାନା ଅଧିକାରୀ IIC ଶ୍ରୀଯୁକ୍ତ କେଶରୀ ଜେନା କହିଛନ୍ତି I ପରବର୍ତ୍ତୀ ସମୟରେ ଏ ନେଇ ଦାରିଙ୍ଗବାଡି ଥାନାତହସିଲ୍ କାର୍ଯ୍ୟାଳୟରେ କାର୍ଯ୍ୟରତ ତହସିଲଦାର୍ ଶ୍ରୀଯୁକ୍ତ ଧୀରଜ୍ କୁମାର୍ ପାତ୍ର, ଶ୍ରୀଯୁକ୍ତ ରଞ୍ଜିତ କୁମାର୍ ପ୍ରଧାନ,RI ଶ୍ରୀଯୁକ୍ତ ସୁବ୍ରତ ମଲ୍ଲିକ,ତହସିଲଦାର୍ ହେଡ କ୍ଲୋର୍କ ଶ୍ରୀଯୁକ୍ତ ସୁରେଶ ପାଢ଼ୀ ଉପସ୍ଥିତ ରହି,  ମାଡ଼ା କାର୍ଯ୍ଯକ୍ରମ  ପାଈଁ ୫୦୦୦ଟଙ୍କା ପରିବାରକୁ ଦେଇଥିବା ଦେଖିବାକୁ ମିଳିଛି I ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକ ପରିବେଶ ଦେଖିବାକୁ ମିଳିଛି |

କନ୍ଧମାଳରୁ ଜିଲ୍ଲା ପ୍ରତିନିଧି ରଙ୍ଗନାଥ ବଡ଼ସେଟ୍ ଙ୍କ ରିପୋର୍ଟ ଷ୍ଟାର ନିୟୁଜ ଓଡ଼ିଶା

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User