ନକଲି ପୋଲିସ ସାଜି ଲୋକଙ୍କୁ ଲୁଟୁଥିଲେ। ଖବର ପାଇ ମାଡ଼ି ବସିଲା ପୋଲିସ।

Jan 28, 2026 - 17:53
0 18
ନକଲି ପୋଲିସ ସାଜି ଲୋକଙ୍କୁ ଲୁଟୁଥିଲେ। ଖବର ପାଇ ମାଡ଼ି ବସିଲା ପୋଲିସ।

କଳାହାଣ୍ଡି ଜିଲ୍ଲାତା. ୨୮/୦୧( ଷ୍ଟାର ନିୟୁଜ ଓଡିଶା )ଏମ୍ ରାମପୁର ଥାନା ଅଞ୍ଚଳର ୪ ଜଣ ଯୁବକ ସ୍କର୍ପିଓ ଗାଡ଼ିରେ ନାଲିବତି ଲଗାଇ ନିଜକୁ ପୋଲିସ କହି ଲୋକଙ୍କୁ ଲୁଟୁଥିବା ବେଳେ କେସିଙ୍ଗା ପୋଲିସ ହାତରେ ଧରାପଡିଲେ I ସେମାନେ ହେଲେ ଏମ୍. ରାମପୁର ଥାନା ଅଇଁଲାପାଳିର ଆଶିଷ ମାଝୀ (୨୪), ଝାଳିଆଗୋଭାର ନରେଶ ହରିଜନ (୨୫) ଓ ଗୋପାଳ ହରିଜନ (୨୪) ଏବଂ କୁର୍ଶଲାର ଅଜିତ ସାହୁ (୨୬)। ସେମାନଙ୍କ ଠାରୁ ପୋଲିସ ନାଲିବତି ଲାଗିଥିବା ସ୍କର୍ପିଓ, ଲୁହା ରଡ଼, ମାରଣାସ୍ତ୍ର  ଆଦି ଜବତ କରିଛି | ଗିରଫ ପରେ ସମସ୍ତ ଅଭିଯୁକ୍ତଙ୍କୁ ମଙ୍ଗଳବାର କେସିଙ୍ଗା ପୋଲିସ କୋର୍ଟ ଚାଲାଣ କରିଛି। କେସିଙ୍ଗା ଏସ୍‌ଡିପିଓ ସନ୍ଦୀପ ମାଝୀଙ୍କ ସୂଚନା ଅନୁଯାୟୀ, ଦୀର୍ଘ ଦିନ ଧରି ଉପରୋକ୍ତ ଅଭିଯୁକ୍ତମାନେ ଏହି କାମ ଚଳାଇଥିଲେ। ରାତିରେ ପୋଲିସ କହି ଲୋକଙ୍କୁ ଯାଞ୍ଚ କରିବା ବାହାନାରେ ବିଭିନ୍ନ ସାମଗ୍ରୀ ଲୁଟୁଥିଲେ। ତେବେ କୌଣସି ସୂତ୍ରରୁ ଖବର ପାଇ ସୋମବାର ରାତି ରାତିରେ ପଲମ ଛକରେ କେସିଙ୍ଗା ପୋଲିସ ପିଛା କରି ସେମାନଙ୍କୁ ଧରିଥିଲା। ସେମାନଙ୍କ ସହ ଆହୁରି କେତେଜଣ ଯୁବକ ସଂଶ୍ଳିଷ୍ଟ ଥିବା ପୋଲିସ ଅନୁମାନ କରି ତଦନ୍ତ କରୁଛି ଅଭିଯୁକ୍ତମାନେ ଏମ୍ ରାମପୁର ଥାନା ଓ କେସିଙ୍ଗା ଥାନା ଅଞ୍ଚଳରେ ଏଭଳି ଅପରାଧ କରୁଥିଲେ। ଏ ନେଇ କେସିଙ୍ଗା ଥାନାରେ ଏକ ମାମଲା (ନଂ.୨୧/୨୬) ରୁଜୁ ହୋଇଛି।

କଳାହାଣ୍ଡି ଜିଲ୍ଲା ପ୍ରତିନିଧୁ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User