ଝରିଗାଁରେ ସୁଲଭ ମୂଲ୍ୟରେ ଆମ୍ବୁଲାନ୍ସ ସେବା ଆରମ୍ଭ।

Nov 28, 2025 - 19:47
0 52
ଝରିଗାଁରେ ସୁଲଭ ମୂଲ୍ୟରେ ଆମ୍ବୁଲାନ୍ସ ସେବା ଆରମ୍ଭ।

ଝରିଗାଁ,୨୮l୧୧(ଷ୍ଟାର ନିୟୁଜ ଓଡିଶା ):ପୂର୍ବତନ ସାଂସଦ ଭଗବାନ ମାଝୀଙ୍କ ପତ୍ନୀ ସୁବର୍ଣ୍ଣ ପ୍ରସାଦ ମାଝୀଙ୍କ ବିୟୋଗ ପରେ ସ୍ୱର୍ଗତ ସୁବର୍ଣ୍ଣ ପ୍ରସାଦ ମାଝୀଙ୍କ ସୃତି ଉଦ୍ଦେଶ୍ୟରେ ମାଝୀ ପରିବାର ପକ୍ଷରୁ ଝରିଗାଁ ବ୍ଲକ ଲୋକଙ୍କ ସୁବିଧା ପାଇଁ ଏକ ଆମ୍ବୁଲାନ୍ସ ପ୍ରଦାନ କରିଛନ୍ତି।ଆମ୍ବୁଲାନ୍ସ ସୁଲଭ ମୂଲ୍ୟରେ ରୋଗୀ ମାନଙ୍କୁ ସେବା ଯୋଗାଇବ ବୋଲି ପରିବାର ଲୋକ ସୂଚନା ଦେଇଛନ୍ତି।ଏହି ଅବସରରେ ଆଜି ଭଗବାନ ମାଝୀଙ୍କ ନାତି ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଫିତା କାଟି ଶୁଭ ଉଦଘାଟନ କରିଥିଲେ।ଉକ୍ତ ଆମ୍ବୁଲାନ୍ସ ଝରିଗାଁ ବଣିକ ସଂଘ ଦ୍ୱାରା ପରିଚାଳନା ହେବାକୁ ଥିବା ବେଳେ ଉଦଘାଟନ ପରେ ବଣିକ ସଂଘକୁ ହସ୍ତାନ୍ତର କରାଯାଇଥିଲା।ସେହି ପରି ସୁଲଭ ମୂଲ୍ୟରେ ଆମ୍ବୁଲାନ୍ସ ସେବା ପାଇଁ 9777103847,+919178345641,9437341401 ଫୋନ ନମ୍ବରରେ ଯୋଗାଯୋଗ କରିବା ପାଇଁ ସୂଚନା ଦିଆଯାଇଥିଲା।ଉଦ୍ଘାଟନୀ ଉତ୍ସବରେ ପୂର୍ବତନ ସାଂସଦ ଭଗବାନ ମାଝୀଙ୍କ ସହ ବଡ଼ ପୁଅ ପ୍ରଦୀପ ମାଝୀ,ବଡ଼ ବୋହୁ ସୁଶ୍ରୀ ସଙ୍ଗୀତା,ଗୋଷ୍ଠୀ ଚିକିତ୍ସା ଅଧିକାରୀ ଅରବିନ୍ଦ ପଣ୍ଡା,ଡାକ୍ତର ସନ୍ତୋଷ ପ୍ରଧାନ,ସମାଜ ସେବୀ ଗୋକୁଳ ପଟ୍ଟନାୟକ,ଅଶୋକ ମୂର୍ତ୍ତି, ନରସିଂହ ଦଳେଇ, ସଦାଶିବ ପଟ୍ଟନାୟକ, ସୂର୍ଯ୍ୟ ପଟ୍ଟନାୟକ, ପ୍ରଫୁଲ୍ଲ ପ୍ରଧାନୀ, ପ୍ରଫୁଲ୍ଲ ପାଣ୍ଡେ, ପ୍ରେମା ପାଣ୍ଡେ, ପରମା ପଣ୍ଡା, ମୋହନ ପ୍ରଧାନୀ ବଣିକ ସଂଘ ସଭାପତି ଅନିଲ ଜୈନ, ଉପ ସଭାପତି ରମେଶ ପଟ୍ଟନାୟକ, ପପୁନ ମହାନ୍ତି, ଦେବଜ୍ୟୋତି ପଟ୍ଟନାୟକ,ସମ୍ପାଦକ ଅଲି ପ୍ରଧାନ,କୋଷାଧ୍ୟକ୍ଷ କୁନା ପାତ୍ର,ଛବିଲାଲ ପ୍ରଧାନୀ ପ୍ରମୁଖ ସହ ସଂଘର ବହୁ ସଦସ୍ୟ ଓ ସ୍ୱାସ୍ଥ୍ୟ କର୍ମଚାରୀ ଉପସ୍ଥିତ ଥିଲେ।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User